ସବୁ ନିୟମକୁ ଦେଇ ଦେଲେ ଜଳାଞ୍ଜଳି: ଚାଲିଗଲା ୭ଟି ହାତୀଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 26, 2018

ସବୁ ନିୟମକୁ ଦେଇ ଦେଲେ ଜଳାଞ୍ଜଳି: ଚାଲିଗଲା ୭ଟି ହାତୀଙ୍କ ଜୀବନ

56rtttt999

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଖୋଲାଖୋଲି ନିୟମ ଉଲ୍ଲଂଘନ କଲେ। ସବୁ ଆଇନ୍‌ କାନୁନ୍‌କୁ ଜଳାଞ୍ଜଳି ଦେଇ ଦେଲେ। ଏହାର ପରିଣାମ ଭୋଗିଲେ ନିରୀହ ହାତୀ। ଗୋଟିଏ ନୁହେଁ କି ଦୁଇଟି ନୁହେଁ ୭ଟି ହାତୀଙ୍କୁ ଏଥିପାଇଁ ଜୀବନ ହାରିବାକୁ ପଡ଼ିଛି। ଏପରି ଘଟଣା ଢେଙ୍କାନାଳ ସଦର ରେଞ୍ଜର କମଳାଙ୍ଗ ଗାଁ ନିକଟରେ ଘଟିଛି। ବିଲ ମଝିରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏହି ହାତୀମାନଙ୍କ ମୃତ୍ୟୁ ଘଟିଛି।

ଏକ ଘରୋଇ କମ୍ପାନୀ ପାଇଁ ଏହି ହାତୀମାନଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। କମ୍ପାନୀର ବ୍ରିଜ୍ ନିର୍ମାଣ ପାଇଁ ଟଣା ଯାଇଥିବା ବିଦ୍ୟୁତ୍ ତାର ଏମାନଙ୍କ ପାଇଁ କାଳ ହୋଇଛି।

ନିୟମ ଅନୁସାରେ ବିଦ୍ୟୁତ୍ ତାର ୧୭ ଫୁଟ୍ ଉଚ୍ଚରେ ଟଣାଯିବା କଥା। ହେଲେ ଏଠାରେ ସବୁ ନିୟମକୁ ବେଖାତିର କରି ତାର ମାତ୍ର ୮ ଫୁଟ୍‌ ଉଚ୍ଚରେ ଟଣା ଯାଇଥିଲା। ହାତୀଗୁଡ଼ିକ ଉକ୍ତ ସ୍ଥାନ ଦେଇ ଅତିକ୍ରମ କରିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ଏତେ ବଡ଼ ଦୁର୍ଘଟଣା ହୋଇଗଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଖବର ପାଇ ବନ ବିଭାଗ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଅନ୍ୟପକ୍ଷରେ ଏତେ ସଂଖ୍ୟାରେ ହାତୀଙ୍କ ଏକକାଳୀନ ମୃତ୍ୟୁ ଘଟିବାକୁ ନେଇ ପଶୁପ୍ରେମୀମାନେ ଦୁଃଖ ପ୍ରକାଶ କରିବା ସହ ବିଦ୍ୟୁତ୍‌ ବିଭାଗ ଓ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। କେଉଁ ପରିସ୍ଥିତିରେ ହାତୀଙ୍କ ଗମନାଗମନ ରାସ୍ତାରେ ଏତେ କମ ଉଚ୍ଚରେ ତାର ଟଣାଗଲା ? ବିଭାଗୀୟ ଅଧିକାରୀ ଏହାର ଯାଞ୍ଚ କରିଥିଲେ କି ନାହିଁ ? ଆଦି ଘଟଣାର ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏମାନେ ଦାବି କରିଛନ୍ତି।

ସେହିପରି ହାତୀ ମୃତ୍ୟୁକୁ ନେଇ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ବିଭାଗୀୟ ଅଧିକାରୀଙ୍କ ବେପାରୁଆ କାର୍ଯ୍ୟ ପାଇଁ ଏହି ଘଟଣା ଘଟିଗଲା ବୋଲି ଲୋକେ ଅଭିଯୋଗ କରିଛନ୍ତି।



from Odisha Reporter https://ift.tt/2AtqVh2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages