ଭଗବାନ ଶିବ ଅସୁରରାଜ ଶଙ୍ଖଚୂଡକୁ କିପରି ବଧ କଲେ, ଜାଣିଛନ୍ତି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 26, 2018

ଭଗବାନ ଶିବ ଅସୁରରାଜ ଶଙ୍ଖଚୂଡକୁ କିପରି ବଧ କଲେ, ଜାଣିଛନ୍ତି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭଗବାନ ଶିବଙ୍କୁ ଆଦି ଓ ଅନ୍ତ ବୋଲି କୁହାଯାଇଥାଏ। ଶିବଙ୍କୁ ସଂସାରର ସଂହାର କର୍ତ୍ତା ମଧ୍ୟ କୁହାଯାଇଥାଏ। ଶିବ ପ୍ରସନ୍ନ ହେଲେ ନିଜ ଭକ୍ତଙ୍କର ମନସ୍କାମନା ପୂର୍ଣ୍ଣ କରିଥାନ୍ତି। ବେଲପତ୍ର, ଦୁଗ୍ଧ ଆଉ ଭସ୍ମ ହେଉଛି ଭଗବାନ ଶିବଙ୍କର ଅତି ପ୍ରିୟ। ହେଲେ ଆପଣ ଜାଣନ୍ତି କି, ଶିବଙ୍କ ପୂଜାରେ ଶଙ୍ଖର ବ୍ୟବହାର କରାଯାଏ ନାହିଁ ବୋଲି?

ହୁଏତ କେହି କେହି ଏ ସମ୍ପର୍କରେ ଜାଣି ନ ଥିବେ।

କୁହାଯାଏ କି ଭୁଲ୍‌ରେ ବି ଶିବଙ୍କ ପୂଜାରେ ଶଙ୍ଖର ବ୍ୟବହାର କରିବା ଉଚିତ୍‌ ନୁହେଁ। ଶିବଙ୍କ ପାଖରେ ଶଙ୍ଖ ପୂଜା କଲେ, ସେ କ୍ରୋଧିତ ହୋଇଥାନ୍ତି ବୋଲି ବିଶ୍ୱାସ ଅଛି। ଏଥିପାଇଁ ଶଙ୍ଖ ପୂଜା ନ କରିବା ପାଇଁ ପରାମର୍ଶ ଦିଆଯାଇଥାଏ।

ଶଙ୍ଖ କାହିଁକି ପୂଜା କରାଯାଏ ନାହିଁ: ଶିବ ପୂରାଣରେ ଏହି କଥାର ବର୍ଣ୍ଣନା କରାଯାଇଛି। ପୁରାଣ ଅନୁସାରେ, ରାକ୍ଷସରାଜ  ଦମ୍ଭ ତପସ୍ୟା କରି ଭଗବାନ ବିଷ୍ଣୁଙ୍କୁ ତିନି ଲୋକରେ ବିଜୟ କରିପାରୁଥିବା ମହାପରାକ୍ରମୀ ପୁତ୍ର ପାଇଁ ବର ମାଗିଥିଲେ। ଏହାପରେ ଶଙ୍ଖଚୂଡ଼ ଜନ୍ମ ନେଇଥିଲେ। ଏହା ସହିତ ଶଙ୍ଖଚୂଡ଼ ମଧ୍ୟ ଅଜୟ ହେବା ପାଇଁ ବ୍ରହ୍ମାଙ୍କୁ ବର ମାଗିଥିଲେ।
ବର ପାଇ ଶକ୍ତିଶାଳୀ ହେବାପରେ ଶଙ୍ଖଚୂଡ଼ ତିନି ଲୋକରେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ ଓ ବଡ଼ ଅତ୍ୟାଚାରି ହୋଇ ପଡିଥିଲେ। ଶଙ୍ଖଚୂଡ଼ର ଅତ୍ୟାଚାରରେ ମଣିଷ ଓ ଦେବତାମାନେ ସମସ୍ୟାରେ ପଡ଼ି ଯାଇଥିଲେ। ଦେବତାମାନେ ଏଥିପାଇଁ ଭଗବାନ ଶିବଙ୍କୁ ସାହାଯ୍ୟ ମାଗିଥିଲେ।

କିନ୍ତୁ ରାକ୍ଷସ ଶଙ୍ଖଚୂଡ଼କୁ ପତ୍ନୀ ତୁଳସୀଙ୍କ ପତିବ୍ରତା ଧର୍ମ କବଚ ଭଳି ରକ୍ଷା କରୁଥିଲା। ଏଥିପାଇଁ ଶିବ ଶଙ୍ଖଚୂଡ଼କୁ ବଧ କରିପାରିଲେ ନାହିଁ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ନିଜେ ଶ୍ରୀ ବିଷ୍ଣୁ ଛଳନା କରି ତୁଳସୀଙ୍କ ପତିବ୍ରତ ଧର୍ମ ନଷ୍ଟ କରିଥିଲେ। ଏହାର ସୁଯୋଗ ନେଇ ଶିବ ଶଙ୍ଖଚୂଡ଼ଙ୍କୁ ନିଜ ତ୍ରିଶୁଳରେ ବଧ କରିଥିଲେ। କୁହାଯାଏ କି ଶଙ୍ଖଚୂଡ଼ର ହାଡ଼ରେ ଶଙ୍ଖ ନିର୍ମିତ ହୋଇଛି।
ଏଥିପାଇଁ ଶିବଙ୍କ ପୂଜାରେ ଶଙ୍ଖ ବ୍ୟବହୃତ କରାଯାଏ ନାହିଁ।



from Odisha Reporter https://ift.tt/2yAfxia

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages