୧୮୧ ରନ୍‌ରେ ଅଲ୍‌ ଆଉଟ୍ ହୋଇଗଲା ୱେଷ୍ଟଇଣ୍ଡିଜ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

୧୮୧ ରନ୍‌ରେ ଅଲ୍‌ ଆଉଟ୍ ହୋଇଗଲା ୱେଷ୍ଟଇଣ୍ଡିଜ୍‌

cricket

ରାଜ୍‌କୋଟ୍‌: ଗୁଜରାଟର ରାଜ୍‌କୋଟ୍‌ରେ ଚାଲିଥିବା ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ପ୍ରଥମ ଇନିଂସରେ ମାତ୍ର ୧୮୧ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଛି। ଗତକାଲି ଦଳ ୯୪ ରନ୍‌ରେ ୬ଟି ୱିକେଟ୍ ହରାଇଥିବା ବେଳେ ଆଜି ସ୍କୋର ବୋର୍ଡରେ ଆଉ ୮୪ ରନ୍ ଯୋଡ଼ିବାକୁ ସକ୍ଷମ ହୋଇଥିଲେ ବାକି ଖେଳାଳି।

ଭାରତ ପ୍ରଥମ ଇନିଂସରେ ୯ ୱିକେଟ୍ ହରାଇ ୬୪୯ ରନ୍ କରିଥିବା ବେଳେ ଅଧିନାୟକ ବିରାଟ କୋହଲି ପାଳି ଘୋଷଣା କରିଥିଲେ। ଭାରତ ପକ୍ଷରୁ ପୃଥ୍ୱୀ ଶ, ବିରାଟ କୋହଲି ଓ ରବୀନ୍ଦ୍ର ଜାଡ଼େଜା ଶତକ ମାରିଥିଲେ।

ୱେଷ୍ଟଇଣ୍ଡିଜ୍ ପକ୍ଷରୁ ରୋସ୍ତୋନ୍ ଚାସେ ସର୍ବାଧିକ ୫୩ ରନ୍ କରିଥିବା ବେଳେ କେମୋ ୪୭ ରନ୍ କରିଥିଲେ। ଦଳର ଅଧିକାଂଶ ଖେଳାଳିଙ୍କ ବ୍ୟକ୍ତିଗତ ସ୍କୋର ୧୫ ରନ୍ ଭିତରେ ସୀମିତ ଥିଲା। ଦଳର ଅଧିନାୟକ କ୍ରେଗ ବ୍ରାଥ୍‌ୱେଟ୍‌ ୨ ରନ୍ କରି ଆଉଟ୍ ହୋଇଥିବା ବେଳେ ଓପନର୍ କେଏ ପାୱେଲ୍‌ ୧ ରନ୍‌ରେ ଆଉଟ୍ ହୋଇଥିଲେ।

ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ଶାମି ୨ଟି ୱିକେଟ୍ ନେଇଛନ୍ତି। ଉମେଶ ଯାଦବ, ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।

ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସ୍‌ରେ ୧୮୧ ରନ୍‌ରେ ଅଲ୍‌ଆଉଟ୍ ହେବା ପରେ ଭାରତ ଫଲୋଅନ୍ ଦେଇଛି। ଫଳରେ ଦଳ ଦ୍ୱିତୀୟ ଇନିଂସ୍ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି।



from Odisha Reporter https://ift.tt/2E1lKbX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages