ଆମ୍ୱ ପତ୍ରରେ ନିୟନ୍ତ୍ରଣ ହୋଇପାରିବ ଡାଇବେଟିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ଆମ୍ୱ ପତ୍ରରେ ନିୟନ୍ତ୍ରଣ ହୋଇପାରିବ ଡାଇବେଟିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡାଇବେଟିସ୍‌ ବା ମଧୁମେହ, ଏବେ ଏକ ସାଧାରଣ ରୋଗ ହୋଇଗଲାଣି। ପରିବର୍ତ୍ତିତ ଜୀବନଶୈଳୀ ଆଉ ଶାରୀରିକ ପରିଶ୍ରମ ହ୍ରାସ ପାଉଥିବାରୁ ଅଧିକାଂଶ ଲୋକଙ୍କ ପାଖରେ ଏହି ରୋଗର ଲକ୍ଷଣ ଦେଖା ଯାଇଥାଏ।

ଏହା ଏକ ସାଧାରଣ ରୋଗ ହୋଇଥିଲେ ମଧ୍ୟ ଥରେ ଯାହାକୁ ହୋଇଥାଏ, ଭବିଷ୍ୟତରେ ଭଲ ହେବା ଏକ ରକମ ଅସମ୍ଭବ ହୋଇପଡେ। କିନ୍ତୁ ଆପଣ ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣି ଏହାକୁ ନିୟନ୍ତ୍ରଣ କରିପାରିବେ।

ଏମିତିକି ଆପଣ ଚାହିଁଲେ କିଛି ଘରୋଇ ଉପଚାର ମଧ୍ୟ ଏଥିପାଇଁ କରିପାରିବେ। ଡାଇବେଟିସ୍‌ ରୋଗୀ ଖାଦ୍ୟପାନୀୟ ଉପରେ ଧ୍ୟାନ ରଖିବାକୁ ଡାକ୍ତର ସବୁବେଳେ ପରାମର୍ଶ ଦେଇଥାନ୍ତି।  ଯଦି ଏହି ରୋଗୀ ନିଜ ଖାଦ୍ୟପାନୀୟ ଉପରେ ଧ୍ୟାନ ଦିଅନ୍ତି, ତେବେ ଡାଇବେଟିସ୍‌ ନିୟନ୍ତ୍ରଣରେ ରହିବ।

ଆଜି ଆମେ ଆପଣଙ୍କୁ ଡାଇବେଟିସ୍‌ ନିୟନ୍ତ୍ରଣ କରିବା ପାଇଁ ଏପରି ଏକ ଘରୋଇ ଉପଚାର ବିଷୟରେ ଜଣାଇବୁ, ଯାହା ବିଷୟରେ ହୁଏତ ଆପଣ ପୂର୍ବରୁ ଜାଣି ନ ଥିବେ।

ଆମ୍ୱ ପତ୍ରରୁ ପ୍ରସ୍ତୁତ କାଢ଼ା:
ଆମ୍ବ ପତ୍ର ହେଉଛି ଡାଇବେଟିସ୍‌ ପାଇଁ ମହୌଷଧି।ଏଥିପାଇଁ ଆପଣ ତାଜା ଆମ୍ୱ ପତ୍ରରୁ ୧୫ଟି ଛିଣ୍ଡାଇ ଆଣନ୍ତୁ। ଏହାକୁ ୧୦୦ରୁ ୧୫୦ ମିଲି ଲିଟର ପାଣିରେ ଭଲ ଭାବେ ଫୁଟାଇ କାଢ଼ା ପ୍ରସ୍ତୁତ କରନ୍ତୁ। ଏହି କାଢ଼ାକୁ ଫୁଟାଇ ସାରିବା ପରେ ରାତିସାରା ଘୋଡାଇ ରଖନ୍ତୁ ଏବଂ ସକାଳେ ଏହାକୁ ପିଅନ୍ତୁ।

କିଛି ମାସ ପାଇଁ ଏହିପରି ଆମ୍ୱ ପତ୍ରରୁ ପ୍ରସ୍ତୁତ କାଢ଼ା ପିଅନ୍ତୁ। ଯାହାଦ୍ୱାରା ଆପଣଙ୍କ ଡାଇବେଟିସ୍‌ ନିୟନ୍ତ୍ରଣ ହୋଇପାରିବ।

ଚୀନ୍‌ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଆମ୍ୱ ପତ୍ର କେବଳ ଡାଇବେଟିସ୍‌ ଚିକିତ୍ସା ପାଇଁ ଉପକାରୀ ନୁହେଁ, ଆପଣ ଏହାକୁ ବ୍ୟବହାର କରି ଡାଇବେଟିସ୍‌କୁ ସମ୍ପୂର୍ଣ୍ଣ ଆରୋଗ୍ୟ ମଧ୍ୟ କରିପାରିବେ।
ଆମ୍ୱ ପତ୍ରକୁ ଆୟୁର୍ବେଦରେ ଡାଇବେଟିସ୍‌ ଏବଂ ଶ୍ୱାସ ରୋଗ ପାଇଁ ବ୍ୟବହାର କରାଯାଇଥାଏ। କାରଣ ଏଥିରେ ପ୍ରଚୁର ପରିମାଣର ନ୍ୟୁଟ୍ରିସନ୍‌, ଫାଇବର୍‌ ଏବଂ ଭିଟାମିନ୍‌ ‘ସି’ ରହିଛି। ଯାହା ଶରୀରରେ ଥିବା କୋଲେଷ୍ଟ୍ରଲ୍‌ର ସ୍ତରକୁ କମ୍‌ କରିଥାଏ।



from Odisha Reporter https://ift.tt/2y2xLIH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages