ସ୍ଲିପର୍‌ର ଦାମ୍‌ ୪୫ ହଜାର ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

ସ୍ଲିପର୍‌ର ଦାମ୍‌ ୪୫ ହଜାର ଟଙ୍କା

ନୂଆଦିଲ୍ଲୀ: ଆପଣ ବହୁ ଦାମୀ ଓ ବିଳାସପୂର୍ଣ୍ଣ ସ୍ଲିପର୍‌ ପିନ୍ଧିଥିବା ବା ସେସମ୍ପର୍କରେ ଶୁଣିଥିବେ। କିନ୍ତୁ ସ୍ଲିପର୍‌ ଦାମ୍‌ ଯେ ୪୫,୦୦୦ ଟଙ୍କା, ଏହା ଶୁଣିଲେ ଆପଣ ନିହାତି ଆଶ୍ଚର୍ଯ୍ୟ ହୋଇଯିବେ। କିନ୍ତୁ ଆପଣ ଠିକ୍ ଶୁଣିଛନ୍ତି। ଅନ୍ତର୍ଜାତୀୟ ଜୋତା ପ୍ରସ୍ତୁତକାରୀ କମ୍ପାନୀ ଭ୍ୟାଲେଣ୍ଟିନୋ ଅନ୍‌ଲାଇନ୍‌ ସପିଂ କମ୍ପାନୀ ହାବାଇଆନସ୍‌ ସହ ମିଶି ଏପରି ଏକ ସ୍ଲିପର୍‌ ବଜାରକୁ ଛାଡ଼ିଛି, ଯାହାର ଦାମ୍‌ ୪୫ ହଜାର ଟଙ୍କା ରହିଛି।

ଏହି ବିଳାସପୂର୍ଣ୍ଣ ସ୍ଲିପର୍‌ କେବଳ ପୁରୁଷଙ୍କ ପାଇଁ ତିଆରି ହୋଇଛି। ଏହା ଅନ୍‌ଲାଇନ୍‌ ସପିଂ ସାଇଟ୍‌ ଆମାଜନ୍‌ ସେଲ୍‌ରେ ମିଳୁଛି। ତେବେ ଜଣେ ବ୍ୟକ୍ତି ଏହି ଚପଲର କେବଳ ୩ ଜୋଡ଼ା ହିଁ କିଣିପାରିବେ। ତା’ଠାରୁ ଅଧିକ କିଣିପାରିବେ ନାହିଁ।

ତେବେ ଯେଉଁ ଲୋକଙ୍କର ବିଳାସପୂର୍ଣ୍ଣ ଚପଲ ବା ସ୍ଲିପର୍‌ ପିନ୍ଧିବାର ସଉକ ରହିଛି, କିନ୍ତୁ ଏପରି ଉଚ୍ଚା ଦାମ୍ ଏକାଥରେ ଦେବାକୁ କୁଣ୍ଠିତ, ସେମାନଙ୍କ ପାଇଁ ଏହି ଦାମୀ ସ୍ଲିପର୍‌ କିଣିବାକୁ ଆମାଜନ୍‌ EMIର ଅଫର ମଧ୍ୟ ଦେଉଛି। ଏହାର କିସ୍ତି ୨,୧୩୭ ଟଙ୍କାରୁ ଆରମ୍ଭ ହେଉଛି। ଏହା ବ୍ୟତୀତ ଏହି ସ୍ଲିପର୍‌ ଆପଣଙ୍କ ଘରେ ଡେଲିଭର କରିବା ଲାଗି କମ୍ପାନୀ ଅଧିକ ୭୬୬ ଟଙ୍କା ଚାର୍ଜ କରୁଛି।

୪୫ ହଜାର ଟଙ୍କା ମୂଲ୍ୟର ଏହି ସ୍ଲିପର୍‌ରେ ଆର୍ମି କୋମୋଫ୍ଲାଜ୍ ରବର୍‌ ସୋଲ୍‌ ଓ ରବର୍‌ର ଷ୍ଟ୍ରେପ୍ସ ଦିଆଯାଇଛି। ଏହାର ଡିଜାଇନ୍‌ ଖୁବ୍‌ ଷ୍ଟାଇଲିସ୍‌ ହୋଇଥିବା ସହ ଏହା ପିନ୍ଧିବାକୁ ମଧ୍ୟ ବେଶ୍‌ ଆରାମ ଦାୟକ। 

ତେବେ ଏପରି ଉଚ୍ଚା ଦାମ୍‌ର ସ୍ଲିପର୍‌ ସମ୍ପର୍କରେ ସୋଶାଲ୍‌ ମିଡିଆରେ ୟୁଜର୍ସ ବେଶ୍ ମଜାଳିଆ ଅନ୍ଦାଜରେ ପରିହାସ କରି ଏହାର ରିଭ୍ୟୁ କରିଛନ୍ତି।

ଜଣେ ୟୁଜର୍‌ ଲେଖିଛନ୍ତି, ‘ଏହି ଚପଲକୁ କିଣିବା ଲାଗି ମୁଁ ମୋ ମାରୁତି ୮୦୦ ବିକିଦେଲି। କାରଣ ଡ୍ରାଇଭ୍ କରିବାଠୁ ଭଲ ଚାଲିବା। ଏଥିସହ ଏହା ସ୍ୱାସ୍ଥ ପକ୍ଷେ ଭଲ ମଧ୍ୟ।’

ଆଉ ଜଣେ ୟୁଜର୍‌ ଏହି ଚପଲକୁ ୫ଟି ଷ୍ଟାର୍‌ର ରେଟିଂ ଦେଇଛନ୍ତି। ସେ ତାଙ୍କ ରିଭ୍ୟୁରେ ଲେଖିଛନ୍ତି, ‘ଏହା ଖୁବ୍‌ ଭଲ ପ୍ରଡକ୍ଟ ଏବଂ ବେଶ୍‌ ଆରାମ ଦାୟକ ମଧ୍ୟ। ହେଲେ ଏହାକୁ କିଣିବା ଲାଗି ମୋତେ ମୋର କିଡନୀ ବିକିବାକୁ ପଡ଼ିଲା।’



from Odisha Reporter https://ift.tt/2Q4uM9W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages