ପାକିସ୍ତାନର ଜାଲରେ ଏମିତି ଫସିଥିଲେ ବ୍ରହ୍ମୋସ୍‌ ବୈଜ୍ଞାନିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 10, 2018

ପାକିସ୍ତାନର ଜାଲରେ ଏମିତି ଫସିଥିଲେ ବ୍ରହ୍ମୋସ୍‌ ବୈଜ୍ଞାନିକ

ନାଗପୁର (ଓଡ଼ିଶା ରିପୋର୍ଟର): ସୋମବାର ପାକିସ୍ତାନର ଆଇଏସ୍‌ଆଇକୁ ସମ୍ବେଦନଶୀଳ ତଥ୍ୟ ପଠାଉଥିବା ଜଣେ ବ୍ରହ୍ମୋସ୍‌ ବୈଜ୍ଞାନିକ ନିଶାନ୍ତ ଅଗ୍ରୱାଲ୍‌ ଗିରଫ ହେବାପରେ ପାକିସ୍ତାନର ହନିଟ୍ରାପ୍‌କୁ ନେଇ ଆସିଛି ସାଂଘାତିକ ତଥ୍ୟ। ଯୁବ ବୈଜ୍ଞାନିକଙ୍କ ସୋଶାଲ ମିଡିଆ ପ୍ରତି ଅହେତୁକ ଦୁର୍ବଳତା କିଭଳି ଦେଶଦ୍ରୋହୀ ହେବାଯାଏ ଟାଣିନେଲା, ସେହି କାହାଣୀ ସାମ୍ନାକୁ ଆସିଛି।

ପୁଲିସ୍‌ ଦେଇଥିବା ତଥ୍ୟ ମୁତାବକ ପାକିସ୍ତାନ ଆଇଏସ୍‌ଆଇ ପକ୍ଷରୁ ଫେସବୁକ୍‌ରେ ‘ନେହା ଶର୍ମା’ ଏବଂ ‘ପୂଜା ରଞ୍ଜନ’ ନାମରେ ଦୁଇଟି ନକଲି ପ୍ରୋଫାଇଲ୍‌ର ଆଇଡି ଖୋଲାଯାଇଥିଲା। ନିଶାନ୍ତ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂସ୍ଥାନ (ଡିଆରଡିଓ)ର ସମ୍ବେଦନଶୀଳ ତଥ୍ୟ ସବୁ ଏହି ଦୁଇ ଆଇଡିକୁ ପଠାଉଥିଲେ। ଅଭିଯୁକ୍ତ ନିଶାନ୍ତ ଅଫିସିଆଲ ସିକ୍ରେଟ୍‌ ଆକ୍ଟ ଉଲ୍ଲଂଘନ ଏବଂ ଗୁପ୍ତଚର ବୃତ୍ତି କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି।

ଏହି ଘଟଣାରେ ବିଶେଷ ତଦନ୍ତ ପାଇଁ ଉତ୍ତରପ୍ରଦେଶ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ଼ ଅଗ୍ରୱାଲ୍‌ଙ୍କୁ ଲକ୍ଷ୍ନୌ ନେବା ପାଇଁ ଅନୁମତି ମାଗିବା ଅବସରରେ କହିଛନ୍ତି, ଅତି ସମ୍ବେଦନଶୀଳ କାମରେ ଥାଇ ମଧ୍ୟ ଇଣ୍ଟରନେଟ୍‌ରେ ହାଲୁକା ଓ ଦାୟିତ୍ୱହୀନ ମନୋଭାବ ପାଇଁ ସେ ସହଜ ଟାର୍ଗେଟ୍‌ ହୋଇଯାଇଥିଲେ। ଇସ୍‌ଲାମାବାଦ୍‌ରୁ ପରିଚାଳିତ ଏହି ଦୁଇ ଆଇଡିକୁ ସେ ନାଲି ରେଖାଙ୍କିତ କିଛି ତଥ୍ୟ ପଠାଇଥିବା ତାଙ୍କୁ ଘରୁ ଜବତ୍‌ ଲ୍ୟାପଟପ୍‌ରୁ ଜଣାଯାଇଛି। ଏହା ଦେଶର ସୁରକ୍ଷା ପାଇଁ ବିପଦ ହୋଇପାରେ।

କିଛି ଗୁପ୍ତ ଏବଂ ଅତି ଗୁପ୍ତ ତଥ୍ୟ ତାଙ୍କ ଲ୍ୟାପଟପ୍‌ରେ ରହିଥିବା ଜାଣିବାକୁ ମିଳିଛି, ଯାହାକି କେବଳ ଡିଆରଡିଓ କାର୍ଯ୍ୟାଳୟରେ ରହିବା ଉଚିତ। ଗଣମାଧ୍ୟମରେ ଆହୁରି ମଧ୍ୟ ଖବର ପ୍ରକାଶ ପାଇଛି ଯେ, ସେ ପୂର୍ବରୁ ଆମେରିକାକୁ ମଧ୍ୟ ଏଭଳି ତଥ୍ୟ ପଠାଇଛନ୍ତି। ବ୍ରହ୍ମୋସ୍‌ ଏରୋସ୍ପେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ରେ ଗତ ୪ ବର୍ଷ ଧରି କାର୍ଯ୍ୟ କରୁଥିବା ଅଗ୍ରୱାଲ୍‌ଙ୍କୁ ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ର ପୁଲିସ୍‌ର ମିଳିତ ଅଭିଯାନ ବଳରେ ଧରାଯାଇ ପାରିଥିଲା।



from Odisha Reporter https://ift.tt/2A3IcgG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages