
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ରାଫେଲ୍ କିଣାକୁ ନେଇ ଗତ କିଛି ଦିନ ଧରି ଲାଗି ରହିଥିବା ତମ୍ବି ତୋଫାନ୍ ବର୍ତ୍ତମାନ ସୁପ୍ରିମ୍କୋର୍ଟଯାଏ ପହଞ୍ଚିଛି। ଫ୍ରାନ୍ସ ସହିତ ହୋଇଥିବା ଡିଲ୍ ବିରୋଧରେ ଆଗତ କିଛି ଆବେଦନର ଶୁଣାଣି କରି ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜାଣିବାକୁ ଚାହିଁଛିନ୍ତି ଫ୍ରାନ୍ସଠାରୁ ୩୬ଟି ରାଫେଲ୍ ଜେଟ୍ କିଣିବା ନେଇ ନିଷ୍ପତ୍ତି ନେବା ପ୍ରକ୍ରିୟା କ’ଣ ରହିଥିଲା।
ଡିଲ୍ ପଛର ନିଷ୍ପତ୍ତି ପ୍ରକ୍ରିୟା ବାବଦରେ ଜଣାଇବାକୁ ନିର୍ଦ୍ଦେଶ ଦେବା ବେଳେ ପ୍ରଧାନବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆହୁରି ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି, ସେ ରାଫେଲ୍ ଦର ସମ୍ପର୍କରେ ଜାଣିବାକୁ ଇଚ୍ଛୁକ ନୁହେଁ ବରଂ ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାର ପ୍ରକ୍ରିୟା ବାବଦରେ ଜାଣିବାକୁ ଇଚ୍ଛୁକ। ସେହିପରି ରାଫେଲ ଡିଲ ସମ୍ପର୍କରେ ତଦନ୍ତ ଦାବିକୁ ଖଣ୍ଡପୀଠ ଅଗ୍ରାହ୍ୟ କରିଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଏହି ଚୁକ୍ତିକୁ ନେଇ କଂଗ୍ରେସ ଗତ କିଛି ଦିନ ଧରି ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରି ଆସୁଛି। ଅନ୍ୟପକ୍ଷରେ ରିଲାଏନ୍ସ ମୁଖ୍ୟ ଅନୀଲ୍ ଅମ୍ବାନୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବନ୍ଧୁ ଦର୍ଶାଇ ସେମାନେ ଅଭିଯୋଗ କରି ଆସୁଛନ୍ତି ଯେ, ଏହି ଚୁକ୍ତିରୁ ଅମ୍ବାନୀଙ୍କୁ ପ୍ରଚୁର ଫାଇଦା ମିଳିବ। ଅନ୍ୟ ପକ୍ଷରେ ରାଫେଲ୍ କିଣାରେ ସରକାର ଅତିରିକ୍ତ ଅର୍ଥ ବ୍ୟୟ କରୁଥିବା ବିରୋଧୀ ଦଳମାନେ କହି ଆସୁଛନ୍ତି।
from Odisha Reporter https://ift.tt/2Nykw7O
No comments:
Post a Comment