ନବମୀରେ ମା’ଙ୍କୁ ଏମିତି ବିଧିରେ ପୂଜା କରନ୍ତୁ, ପୂରଣ ହେବ ମନସ୍କାମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 17, 2018

ନବମୀରେ ମା’ଙ୍କୁ ଏମିତି ବିଧିରେ ପୂଜା କରନ୍ତୁ, ପୂରଣ ହେବ ମନସ୍କାମନା

ନବରାତ୍ରି ବେଳେ ଜଗତ୍‌ଜନନୀ ମା’ଙ୍କର ବିଭିନ୍ନ ସୂରୂପକୁ ପୂଜା କରିବାର ବିଧି ରହିଛି। କିନ୍ତୁ ଅଷ୍ଟମୀ ଏବଂ ନବମୀ ଦିନ କନ୍ୟା ପୂଜାର ବିଶେଷ ମହତ୍ୱ ରହିଛି। ଏହି ଦିନ ଦୁଇ ବର୍ଷରୁ ନେଇ ୧୦ ବର୍ଷ ମଧ୍ୟରେ ଛୋଟ ଝିଅମାନଙ୍କୁ ପୂଜା କରାଯାଇଥାଏ। ଭିନ୍ନ ଭିନ୍ନ ବୟସର ଏହି କୁନି କୁନି ଝିଅମାନଙ୍କୁ ଦେବୀଙ୍କର ବିଭିନ୍ନ ରୂପକୁ ଦର୍ଶାଇଥାଏ। ଯାହାକୁ କନ୍ୟା ପୂଜନ ବୋଲି କୁହାଯାଇଥାଏ।

୯ ଜଣ କନ୍ୟାଙ୍କୁ ୯ଟି ଦେବୀଙ୍କ ପ୍ରତୀକାତ୍ମକ ରୂପରେ ପୂଜା କରିବା ପରେ ନବରାତ୍ରି ସମାପ୍ତ ହୋଇଥାଏ। କନ୍ୟା ପୂଜନ ମାଧ୍ୟମରେ ମା’ଙ୍କର ଏହି ରୂପକୁ ପୂଜା କରିବା ଦ୍ୱାରା ପରିବାରରେ ସୁଖଶାନ୍ତିର ସମୃଦ୍ଧି ହୋଇଥାଏ। ଆଉ ମନସ୍କାମନା ମଧ୍ୟ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେବେ ଆସନ୍ତୁ ଜାଣିବା ଏହି କନ୍ୟା ପୂଜା ବିଧି କଣ।

୧-କନ୍ୟା ପୂଜନ ପାଇଁ ପୂଜାର ଗୋଟିଏ ଦିନ ପୂର୍ବରୁ କନ୍ୟାମାନଙ୍କୁ ଆମନ୍ତ୍ରଣ କରାଯାଏ।

୨-ମୁଖ୍ୟ କନ୍ୟା ପୂଜନ ପାଇଁ ଜବରଦସ୍ତ କାହାକୁ ଆଣି ପୂଜା କରିବା ଅନୁଚିତ୍।

୩- ଗୃହ ପ୍ରବେଶ ବେଳେ କନ୍ୟାଙ୍କୁ ପୂରା ପରିବାର ସହ ପୁଷ୍ପ ବର୍ଷାରେ ସ୍ୱାଗତ କରାଯାଏ। ଆଉ ନବ ଦୁର୍ଗାଙ୍କର ସମସ୍ତ ନାମ ନେଇ ଜୟଜୟକାର ଧ୍ୱନି ଉଚ୍ଚାରଣ କରନ୍ତୁ।

୪-ସେହି କନ୍ୟାମନାଙ୍କୁ ଏକ ସ୍ୱଚ୍ଛ ତଥା ପରିସ୍କାର ଜାଗାରେ ବସାନ୍ତୁ, ପରେ ତାର ପାଦକୁ କ୍ଷୀରରେ ଧୋଇ ଦିଅନ୍ତୁ ଏବଂ ତାକୁ ଛୁଇଁ  ଆଶୀର୍ବାଦ ନିଅନ୍ତୁ।

୫-ପରେ ତା’ ମଥାରେ ସିନ୍ଦୁର ଓ ଫୁଲ ଚଢ଼ାନ୍ତୁ

୬-ପୁଣି ମା’ ଭଗବତୀଙ୍କୁ ସ୍ମରଣ କରନ୍ତୁ, ଆଉ ଦେବୀ ରୂପୀ କନ୍ୟାଙ୍କୁ ତାଙ୍କ ଇଚ୍ଛା ଅନୁସାରେ ଭୋଜନ ପରସନ୍ତୁ।

୭-ଭୋଜନ ପରେ କନ୍ୟାଙ୍କୁ ନିଜ ସାମର୍ଥ୍ୟ ଅନୁସାରେ ଦକ୍ଷିଣା ଏବଂ ଉପହାର ଦିଅନ୍ତୁ ଆଉ ତାଙ୍କୁ ଛୁଇଁ ଆଶୀଷ ନିଅନ୍ତୁ

ମାଙ୍କ ରୂପ

୧-ଚାରି ବର୍ଷର କନ୍ୟାଙ୍କୁ କଲ୍ୟାଣୀ ମା’ ବୋଲି ମାନ୍ୟତା ରହିଛି।

୨-୫ବର୍ଷର କନ୍ୟା ରୋହିଣୀ କୁହାଯାଏ

୩-୬ ବର୍ଷର କନ୍ୟାଙ୍କୁ କାଳିକା ରୂପ ବୋଲି କୁହାଯାଏ

୪-୮ ବର୍ଷର କନ୍ୟାଙ୍କୁ ସମ୍ଭବି ବୋଲି କୁହାଯାଏ

୫-ଦଶବର୍ଷର କନ୍ୟାଙ୍କୁ ସୁଭଦ୍ରା ବୋଲି କୁହାଯାଏ



from Odisha Reporter https://ift.tt/2Ot3GfM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages