
ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଉମରକୋଟ-ରାଇଘର ରାସ୍ତାରେ ଏକ ଟ୍ରକ୍ ପଛରେ ବାଇକ୍ଟିଏ ପିଟି ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।
ମୃତକମାନେ ହେଲେ ମଞ୍ଜିତ ବେପାରି ଓ ସତ୍ୟଜିତ୍ ସରକାର। ମଞ୍ଜିତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ରାଜେଶଙ୍କୁ ଗୁରୁତର ଅବସ୍ଥାରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।
ଉମରକୋଟ-ରାଇଘର ରାସ୍ତାରେ ଥିବା ପେଟ୍ରୋଲ୍ ପମ୍ପ ନିକଟରେ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଥିଲା। ଉଭୟ ମୃତାହତ ୟୁଭି-୧ ବଡ଼କୁମାରୀ ଗ୍ରାମର। ସେମାନେ ଉମରକୋଟ୍କୁ ଦୁର୍ଗାପୂଜା ଦେଖିବାକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
ଦୁର୍ଘଟଣାସ୍ଥଳର ଚିତ୍ର ଦେଖିଲେ ବାଇକ୍ଟି ଦ୍ରୁତଗତିରେ ଆସୁଥିବା ଜଣାପଡ଼ୁଛି। କାରଣ ବାଇକ୍ଟି ଅଧାରୁ ଅଧିକ ଟ୍ରକ ଭିତରେ ପଶି ଯାଇଥିଲା। ବାଇକ୍ ଚଲାଉଥିବା ଯୁବକ ଜଣଙ୍କ ଚାପି ହୋଇ ରହିଯାଇଥିଲେ।
from Odisha Reporter https://ift.tt/2QXS3Kt
No comments:
Post a Comment