କ’ଣ କଲେ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବେ, ପଢ଼ନ୍ତୁ କିଛି ବାସ୍ତୁ ଟିପ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 23, 2018

କ’ଣ କଲେ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବେ, ପଢ଼ନ୍ତୁ କିଛି ବାସ୍ତୁ ଟିପ୍ସ

କୁହାଯାଏ କର୍ମ ଅନୁସାରେ ଫଳ ପ୍ରାପ୍ତ ହୋଇଥାଏ। ବେଳେ ବେଳେ ଦେଖାଯାଏ ଯେ, ଆପଣ ଖୁବ୍‌ ପରିସ୍ରମ କରୁଛନ୍ତି। ଅଥଚ୍ ସେହି ଅନୁସାରେ ଫଳ ମିଳୁ ନାହିଁ। ଯେତେ ରୋଜଗାର କଲେ ମଧ୍ୟ ପାଖରେ ପଇସା ରହୁନାହିଁ। ଘରେ ଆର୍ଥିକ ସମସ୍ୟା ଲାଗି ରହୁଛି। ଆଉ ଆପଣଙ୍କ ଆଶା ପୂରଣ ହୋଇପାରୁନି। ପରିବାରରେ ଅଶାନ୍ତି ଲାଗି ରହୁଛି। ହେଲେ ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ କିଛି ନିୟମ ମାରି ଚଳିବେ ତେବେ ଆପଣ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇପାରିବେ। ଆପଣଙ୍କ ଘରେ ଲକ୍ଷ୍ମୀ ବିରାଜମାନେ ହେବେ। ତେବେ ଆସନ୍ତୁ ଜାଣିବା କେଉଁ ନିୟମ ମାନି ଚଳିଲେ ପରିବାରରେ ସୁଖଶାନ୍ତି ବୃଦ୍ଧି ହେବ।

ଯଦି ଆପଣ ଯେତେ ରୋଜଗାର କଲେ ଟଙ୍କା ସଞ୍ଚୟ ହେଉ ନାହିଁ ତେବେ ପର୍ସରେ ଗୋଟେ ଛୋଟ ଅଇନା ଲଗାଇ  ଦିଅନ୍ତୁ।  ଯେମିତି କି ପର୍ସ ଭିତରେ ରହୁଥିବା ଟଙ୍କାର ପ୍ରତିଛବି ଅଇନା ଉପରେ ପଡୁଥିବ । ଯଦି ଆପଣଙ୍କ ଘରେ ପାଣି ଟ୍ୟାପ ଲିକ୍‌ ହୋଇ ପାଣି ବହୁଥିବ କିମ୍ବା ଏହାକୁ ଅନବରତ ଖୋଲି ରଖୁଥିବେ ତେବେ ଏହା ଆପଣଙ୍କ ଆର୍ଥିକ ହାନିର କାରଣ ପାଲଟିପାରେ।

ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ।  ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଦ୍ୱାର ମୁହଁ କାନ୍ଥରେ ଘଣ୍ଟା ଟାଙ୍ଗନ୍ତୁ ନାହିଁ। ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଘରର କାନ୍ଥରେ ଭୁଲରେ ଦକ୍ଷିଣ ଦିଗର କାନ୍ଥରେ ଘଣ୍ଟା ଲଗାନ୍ତୁ ନାହିଁ। ସେହିପରି ଯେଉଁ ଘରେ ଘରେ ତୁଳସୀ ଗଛ ଲଗାଯାଇଥାଏ ସେଠାରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସିଥାଏ। ଘରର ଯେକୌଣସି ଦିଗରେ ତୁଳସୀ ଗଛ ଲଗାଇବା ଶୁଭ ଭାବେ ଗ୍ରହଣ କରାଯାଏ । ଐଶାନ୍ୟ କୋଣରେ ତୁଳସୀ ଗଛ ଲଗାଇବା ଦ୍ୱାରା ପରିବାରର ଆର୍ଥିକ ଉନ୍ନତି ଘଟିଥାଏ।



from Odisha Reporter https://ift.tt/2R7S2E3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages