‘ନୋ ଏଣ୍ଟ୍ରି’ର ସିକ୍ୱେଲ୍‌ରେ ସଲ୍‌ମାନ୍‌ଙ୍କୁ ରିପ୍ଲେସ୍‌ କରିବେ ଏହି ଅଭିନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 23, 2018

‘ନୋ ଏଣ୍ଟ୍ରି’ର ସିକ୍ୱେଲ୍‌ରେ ସଲ୍‌ମାନ୍‌ଙ୍କୁ ରିପ୍ଲେସ୍‌ କରିବେ ଏହି ଅଭିନେତା

ମୁମ୍ବାଇ: ‘ନୋ ଏଣ୍ଟ୍ରି ’ ବଲିଉଡ୍‌ ବକ୍ସ ଅଫିସ୍‌ରେ କରିଥିବା କମେଡି ଫିଲ୍ମ ମଧ୍ୟରୁ ଗୋଟିଏ। ଫିଲ୍ମରେ ସଲ୍‌ମାନ୍‌ ଖାନ୍‌, ଅନୀଲ୍‌ କପୁର ଓ ବିପାସା ବାସୁ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏବେ ନିର୍ଦ୍ଦେଶକ ଅନୀଷ୍‌ ବାଜ୍‌ମି ଏହି ଫିଲ୍ମ୍‌ର ସିକ୍ୱେଲ୍‌ ନିର୍ମାଣ କରିବାକୁ ଯାଉଛନ୍ତି। ପୂର୍ବରୁ ଶୁଣିବାକୁ ମିଳୁଥିଲା ଫିଲ୍ମ୍‌ର ସିକ୍ୱେଲ୍‌ରେ ଦଦଙ୍ଗ୍‌ ଖାନ୍‌ ସଲ୍‌ମାନ୍‌ ଅଭିନୟ କରିବେ। କିନ୍ତୁ ଏବେ ଶୁଣିବାକୁ ମିଳୁଛି ଯେ, ସଲ୍‌ମାନ୍‌ଙ୍କ ସ୍ଥାନରେ ଅଭିନେତା ଅର୍ଜୁନ୍‌ କପୁରଙ୍କୁ ଏଥିରେ ନିଆଯିବ।

‘ନୋ ଏଣ୍ଟ୍ରି’ର ସିକ୍ୱେଲ୍‌ କରିବାକୁ ୬ ବର୍ଷ ପୂର୍ବରୁ ଘୋଷଣା ହୋଇଥିଲା।  ତା’ର ନାଁ ‘ଏଣ୍ଟ୍ରି ମେ ଏଣ୍ଟ୍ରି’ ବି ରଖାଯାଇଥିଲା।  ପ୍ରଥମେ କୁହାଯାଉଥିଲା, ସଲ୍‌ମାନ୍‌ ଏଥିରେ ଅଭିନୟ କରିବେ। କିନ୍ତୁ ଏହା ସ୍ପଷ୍ଟ କରାଯାଇ ନ ଥିଲା।  କିନ୍ତୁ ଏବର ରିପୋର୍ଟ ମୁତାବକ, ମୂଳ ଫିଲ୍ମ୍‌ରେ ସଲ୍‌ମାନ୍‌ ଯେଉଁ ଚରିତ୍ରରେ ଅଭିନୟ କରିଥିଲେ, ସେହି ଚରିତ୍ରରେ ଏବେ ଅର୍ଜୁନ୍‌ କପୁର ଅଭିନୟ କରିବେ। ଫିଲ୍ମର ଶୁଟିଂ ଆସନ୍ତା ବର୍ଷ ସେପ୍ଟେମ୍ବରରୁ ଆରମ୍ଭ ହେବ।

ଗତବର୍ଷ ନିର୍ଦ୍ଦେଶକ ଅନୀଷ୍‌ ବାଜ୍‌ମୀ ଏକ ସାକ୍ଷାତକାରରେ କହିଥିଲେ,”ଫିଲ୍ମ୍‌ ‘ନୋ ଏଣ୍ଟ୍ରି’ର ସିକ୍ୱେଲ୍‌ ନିଶ୍ଚୟ ନିର୍ମାଣ ହେବ। ଏଥିରେ ସଲମାନ୍‌ ଅଭିନୟ କରନ୍ତୁ କି ନ କରନ୍ତୁ। ସେ ଖୁବ୍‌ ଭଲ ଅଭିନେତା। ଯଦି ସେ ଫିଲ୍ମରେ ରହିବେ, ତେବେ ଖୁବ୍‌ ଭଲ କଥା। ଯଦି ନ ରହିବେ, ତେବେ ଅନ୍ୟ କେଉଁ ଅଭିନେତାଙ୍କୁ ତାଙ୍କ ସ୍ଥାନରେ ନିଆଯିବ।



from Odisha Reporter https://ift.tt/2q6D2ur

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages