‘ମୁଁ ଆପଣଙ୍କ ସ୍ତ୍ରୀ ଏବଂ ପୁଅକୁ ଗୁଳି କରିଦେଇଛି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 13, 2018

‘ମୁଁ ଆପଣଙ୍କ ସ୍ତ୍ରୀ ଏବଂ ପୁଅକୁ ଗୁଳି କରିଦେଇଛି’

ଗୁରୁଗ୍ରାମ୍‌ (ଓଡ଼ିଶା ରିପୋର୍ଟର): ସମୟ ୪ଟା ପାଖାପାଖି ହେବ। ଗୁରୁଗ୍ରାମ୍‌ର ଅତିରିକ୍ତ ସେସନ୍ସ ଜଜ୍‌ କ୍ରିଶନ୍‌ କାନ୍ତ ଶର୍ମାଙ୍କ ପାଖକୁ ଫୋନ୍‌ କରିଥିଲା ଗତ ୨ ବର୍ଷ ଧରି ତାଙ୍କ ପିଏସ୍‌ଓ ବା ଅଙ୍ଗରକ୍ଷୀ ଥିବା ମହିପାଲ୍‌ ସିଂହ। ସେ କହିଥିଲା ଗୋଟିଏ ଧାଡ଼ି, ‘ସାର୍‌ ମୁଁ ଆପଣଙ୍କ ପୁଅ ଏବଂ ପତ୍ନୀଙ୍କୁ ଗୁଳି କରିଦେଇଛି।’ ଯାହାକୁ ଶୁଣି ଜଜଙ୍କ ପାଦ ତଳୁ ମାଟି ଖସିଯାଇଥିଲା।

ଗୁରୁଗ୍ରାମର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏବଂ ସ୍ପଷ୍ଟ ଦିବାଲୋକରେ ଏହି ବିଚାରପତିଙ୍କ ବ୍ୟକ୍ତିଗତ ଅଙ୍ଗରକ୍ଷୀଙ୍କ ସହ ୧୮ ବର୍ଷୀୟ ପୁଅ ଏବଂ ପତ୍ନୀ ଶପିଂ କରିବାକୁ ଯାଥିଲେ। ହଠାତ୍‌ କିଛି ବୁଝିବା ଆଗରୁ ଉଭୟଙ୍କୁ ଗୁଳି କରିଥିଲା ମହିପାଲ। ଏହା ପରେପରେ ଉଭୟଙ୍କୁ ତୁରନ୍ତ ହସ୍ପିଟାଲ୍‌ ନିଆଯାଇଥିଲା। ଜଜଙ୍କ ପୁଅର ଅବସ୍ଥା ଏବେ ଗୁରୁତର ଥିବାବେଳେ ପତ୍ନୀ ବିପଦମୁକ୍ତ ଥିବା ଜଣାଯାଇଛି।

ଏଭଳି ଘଟଣା ଘଟିଛି ଗୁରୁଗ୍ରାମର ସେକ୍ଟର ୪୯ରେ ଅପରାହ୍ଣ ୩.୩୦ରେ। ମହିପାଲ୍‌ ନାମକ ଏହି ଅଙ୍ଗରକ୍ଷୀ ଜଣକ ପ୍ରଥମେ ବିଚାରପତିଙ୍କ ପତ୍ନୀ ରିତୁଙ୍କୁ ଲକ୍ଷ୍ୟ କରି ଗୁଳିମାଡ଼ କରିଥିଲା ଏବଂ ଏହାପରେ ତାଙ୍କ ପୁଅ ଧ୍ରୁବ୍‌ଙ୍କୁ ଗୁଳି ମାରିଥିଲା।



from Odisha Reporter https://ift.tt/2A8CxpT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages