୧୯ ବର୍ଷ ଚୁପ୍‌ଥିଲି, ତନୁଶ୍ରୀଙ୍କଠାରୁ ସାହସ ମିଳିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 9, 2018

୧୯ ବର୍ଷ ଚୁପ୍‌ଥିଲି, ତନୁଶ୍ରୀଙ୍କଠାରୁ ସାହସ ମିଳିଲା

ମୁମ୍ବାଇ: ଏବେ ବଲିଉଡ୍‌ରେ ଚାଲିଛି MeTooଅଭିଯାନ୍‌ । ତନୁଶ୍ରୀ ଦତ୍ତାଙ୍କ ପରେ ଏବେ ଅନେକ ସେଲିବ୍ରିଟି ଯେଉଁମାନେ ଅସଦାଚରଣର ଶିକାର ହୋଇଛନ୍ତି, ସେମାନେ ନିଜ ମୁହଁ ଖୋଲୁଛନ୍ତି। ନାନା ପାଟେକର, କୈଳାସ୍‌ ଖେର୍‌ ଓ ବିକାଶ୍‌ ବହଲଙ୍କ ପରେ ଯୌନ ଶୋଷଣର ଅଭିଯୋଗ ଆସିଛି ଏମିତି ଜଣେ ବ୍ୟକ୍ତିଙ୍କ ନାଁରେ ଯାହାଙ୍କ କଥା ଶୁଣି ଆପଣ ବିଶ୍ୱାସ କରିପାରିବେନି।

ଟେଲି ତଥା ଫିଲ୍ମ ଦୁନିଆର ‘ସଂସ୍କାରୀ ବାବୁଜୀ’ ବା ଜଣେ ଭଲ ବାପା ଭାବେ ଜଣାଶୁଣା  ବରିଷ୍ଠ ଅଭିନେତା  ଆଲୋକ ନାଥ ମଧ୍ୟ ଏମିତି କାଣ୍ଡରେ ଲିପ୍ତ ଥିଲେ ବୋଲି ଆସିଛି ଅଭିଯୋଗ।

ଏହି ଅଭିଯୋଗ ଆଣିଛନ୍ତି ଫିଲ୍ମ ନିର୍ମାତା ବିନୀତା ନନ୍ଦା ।  ଅଭିଯୋଗ ପରେ ଅନେକ ଦର୍ଶକ ସୋଶାଲ୍‌ ମିଡିଆରେ ଆଲୋକଙ୍କୁ ଛି ଛାକର କରୁଛନ୍ତି।

ବିନୀତା ନନ୍ଦା ଫେସ୍‌ବୁକ୍‌ରେ ଏକ ଲମ୍ବା ପୋଷ୍ଟ୍‌ ଜାରି କରି ପୂରା ଘଟଣା ଲୋକଲୋଚନକୁ ଆଣିଛନ୍ତି। ହେଲେ ବିନୀତା ଆଲୋକଙ୍କ ନାଁ କୋଉଠି ବି ନେଇ ନାହାନ୍ତି।

ବିନୀତା କହିଛନ୍ତି, “କଥାଟି ୯୦ ଦଶକର। ‘ତାରା’ର ଶୁଟିଂ ଚାଲିଥାଏ। ସେ ମୋ ସହ ଦୁର୍ବ୍ୟବହାର କରିଥିଲେ। ମୋ ଦେହକୁ ଭୁଲ୍‌ ଢଙ୍ଗରେ ଛୁଇଁବାକୁ ଚେଷ୍ଟା କରିଥିଲେ।”

ବିନୀତା କେବଳ ନିଜ ବିଷୟରେ ଲେଖି ନାହାନ୍ତି।  ସେ ସେହି ଶୋ’ ସମୟରେ ଲିଡ୍‌ ଅଭିନେତ୍ରୀ ନଭନୀତ୍‌ ନିଶାନ୍‌ଙ୍କ ସହ ହୋଇଥିବା ଘଟଣା ଉପରେ ବି ଲେଖିଛନ୍ତି। ଏକ ସିନ୍‌ ସମୟରେ ଆଲୋକ ମଦ୍ୟପାନ କରି ସେଟ୍‌କୁ ଆସିଥିଲେ। ଆଉ ସଟ୍‌ ଦେବା ସମୟରେ ନଭ୍‌ନୀତ୍‌ଙ୍କ ଉପରେ ପଡ଼ିଯାଇଥିଲେ।  ଏହା ପରେ ନଭ୍‌ନୀତ୍‌ ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ ବୋଲି ସେ ଲେଖିଛନ୍ତି।’’

ସୂଚନାଯୋଗ୍ୟ ଯେ, ବିନୀତା ତାଙ୍କ ଉପରେ ହୋଇଥିବା ଅଭିଯୋଗରେ କହିଥିଲେ ଯେ, ଏହି ଶୋ’ ସମୟରେ ଏକ ପାର୍ଟିରେ ଯୋଗଦେବା ସମୟରେ ତାଙ୍କ ଡ୍ରିଙ୍କ୍ସରେ ନିଶା ମିଶ୍ରଣ କରିଦିଆଯାଇଥିଲା। ସେ ନିଶାସକ୍ତ ଅବସ୍ଥାରେ ଚାଲି ଚାଲି ଘରକୁ ଯିବା ସମୟରେ ଆଲୋକ ତାଙ୍କୁ ଛାଡ଼ିଦେବେ ବୋଲି କହିଥିଲେ। ସକାଳେ ନିଦ ଭାଙ୍ଗିବା ପରେ ସେ ନିଜକୁ ନିଜ ଘରେ ହିଁ ଆବିଷ୍କାର କରିଥିଲେ। ଆଉ ନିଜକୁ ଯେଉଁ ଅବସ୍ଥାରେ ଆବିଷ୍କାର କରିଥିଲେ, ତାଙ୍କ ପାଦତଳୁ ମାଟି ଖସିଯାଇଥିଲା। ତାଙ୍କୁ ଦୁଷ୍କର୍ମ କରାଯାଇଥିବା ସେ ନିଶ୍ଚିତ ଥିଲେ ମଧ୍ୟ ଲୋକଲଜ୍ଜା ଏବଂ କ୍ୟାରିୟର ସରିଯିବାକୁ ଡରି ସେ ଚୁପ୍‌ ରହିଥିଲେ।

କିନ୍ତୁ ୧୯ ବର୍ଷପରେ ତନୁଶ୍ରୀଙ୍କଠାରୁ ତାଙ୍କୁ ସାହାସ ମିଳିଲା ଓ ସେ ସମସ୍ତ ଘଟଣା ଖୋଲି କହିଛନ୍ତି।

ଆଲୋକ କହିଛନ୍ତି, “ଯଦି କେଉଁ  ଘଟଣାରେ ମହିଳା ପୁରୁଷ ଉପରେ ଅଭିଯୋଗ କରୁଛି ତେବେ ପୁରୁଷର ଏହା ଉପରେ କହିବାର କିଛି ଅର୍ଥ ହୋଇ ନ ଥାଏ।  ମୁଁ ବିନୀତାଙ୍କୁ ଖୁବ୍‌ ଭଲ ଭାବେ ଜାଣିଛି।  ଏହି ସମୟରେ ଏହି ଘଟଣାରେ ଚୁପ୍‌ ରହିବା ହିଁ ଭଲ। ତାଙ୍କୁ ତାଙ୍କ ବିଚାର ରଖିବାର ଅଧିକାର ଅଛି।  ସମୟ ଆସିଲେ ଠିକ୍‌ କଥା ସାମ୍ନାକୁ ଆସିଯିବ।”



from Odisha Reporter https://ift.tt/2NxE5ge

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages