କିସ୍‌ କରିବାର ଅଛି ତ ରୁମ୍ ଭିତରେ କର: ଉପରାଷ୍ଟ୍ରପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 9, 2018

କିସ୍‌ କରିବାର ଅଛି ତ ରୁମ୍ ଭିତରେ କର: ଉପରାଷ୍ଟ୍ରପତି

ହାଇଦ୍ରାବାଦ (ଓଡ଼ିଶା ରିପୋର୍ଟର): ବିଶ୍ୱବିଦ୍ୟାଳୟଗୁଡ଼ିକରେ ‘ବିଫ୍‌ ଫେଷ୍ଟିଭାଲ୍‌’ ଏବଂ ‘କିସ୍‌ ଅଫ୍‌ ଲଭ୍‌’କୁ ଅସ୍ୱାସ୍ଥ୍ୟକର ଟ୍ରେଣ୍ଡ୍‌ କହି ସମାଲୋଚନା କରିଛନ୍ତି ଉପରାଷ୍ଟ୍ରପତି ଏମ୍‌ ଭେଙ୍କିୟା ନାଇଡ଼ୁ। ଏଥିସହିତ ଜାତି, ଧର୍ମ, ଖାଦ୍ୟ ପସନ୍ଦ ଏବଂ ସଂସ୍କୃତିକୁ ନେଇ ଲାଗି ରହିଥିବା ସ୍ଥିତିରେ ଉଚ୍ଚଶିକ୍ଷା ପ୍ରଭାବିତ ହେଉଥିବା ନେଇ ସେ ଚିନ୍ତାପ୍ରକଟ କରିଛନ୍ତି। ୱାରାଙ୍ଗାଲ୍‌ଠାରେ ଥିବା ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ହୀରକ ଜୟନ୍ତୀ ଉଦ୍‌ଘାଟନ ଉତ୍ସବରେ ଯୋଗଦେଇ ସେ ଏହି ମତ ଦେଇଥିଲେ।

ବିଫ୍‌ ଫେଷ୍ଟିଭାଲ୍‌ ବାବଦରେ ଶ୍ରୀ ନାଇଡ଼ୁ କହିଛନ୍ତି ଯଦି ଜଣେ ନିର୍ଦ୍ଦିଷ୍ଟ ଖାଦ୍ୟ ପସନ୍ଦ କରୁଛି ଏବଂ ତାକୁ ନେଇ ଉତ୍ସବ ମନାଇବାକୁ ଚାହୁଁଛି ସେ ତା’ର ପୃଥକଭାବେ ବ୍ୟକ୍ତିଗତ ପାର୍ଟି ଆୟୋଜନ କରିପାରିବ। କିନ୍ତୁ ଏହାକୁ କ୍ୟାମ୍ପସ୍‌ରେ ସର୍ବସାଧାରଣ ପ୍ରସଙ୍ଗ କରିବା କ’ଣ ଦରକାର ?

ସେହିଭଳି ‘କିସ୍‌ ଅଫ୍‌ ଲଭ୍‌’ ବାବଦରେ ସେ କହିଛନ୍ତି ଯଦି କିସ୍‌ କରିବାର ବା ଚୁମ୍ବନ ଦେବାର ଅଛି, ନିଜ ରୁମ୍‌ରେ ଯାଇ କିସ୍‌ କର, କିନ୍ତୁ ସର୍ବସାଧାରଣରେ ଏପରି କରିବା କ’ଣ ଦରକାର? ସେହିଭଳି ବୃଦ୍ଧିପାଉଥିବା ଅସହିଷ୍ଣୁତା ବାବଦରେ ମତ ରଖି ସେ କହିଥିଲେ, ଭାରତରେ ଧାର୍ମିକ ଏବଂ ଜାତିଗତ ଅସହିଷ୍ଣୁତାର ସ୍ଥାନ ନାହିଁ। ଧର୍ମ ଏକ ବ୍ୟକ୍ତିଗତ ବ୍ୟାପାର ଏବଂ ଏକ ଜୀବନଶୈଳୀ। ଆମେ ସମସ୍ତେ ପରସ୍ପରର ଧର୍ମ ଏବଂ ସଂସ୍କୃତିକୁ ସମ୍ମାନ ଜଣାଇବାକୁ ହେବ।

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମାନବଜୀବନର ହିତସାଧନ ଦିଗରେ କାର୍ଯ୍ୟ କରିବା ଦରକାର ବୋଲି କହିବା ସହିତ ୨୦୨୫ ସୁଦ୍ଧା ଭାରତ ୫୦ ଲକ୍ଷ କୋଟି ଡଲାର ଅର୍ଥନୀତିର ରାଷ୍ଟ୍ର ଏବଂ ତୃତୀୟ
ବୃହତ ଖାଉଟି ବଜାରରରେ ପରିଣତ ହେବାକୁ ଯାଉଛି ବୋଲି ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ଏହି ଅବସରରେ କହିଛନ୍ତି।



from Odisha Reporter https://ift.tt/2C4XumU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages