
ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ବିପଦରେ ଗଜରାଜ। ବିଦ୍ୟୁତ ଆଘାତରେ ଢେଙ୍କାନାଳ ଜିଲ୍ଲା କମଳାଙ୍ଗରେ ୭ ହାତୀଙ୍କ ମୃତ୍ୟୁ ଘଟିଛି। ଯାହା କେବଳ ଓଡ଼ିଶା ବା ଭାରତର ନୁହେଁ, ସମଗ୍ର ବିଶ୍ୱର ବନ୍ୟପ୍ରାଣୀପ୍ରେମୀଙ୍କୁ ବ୍ୟଥିତ କରିଛି। ଏହି ଘଟଣାରେ ରାଜ୍ୟ ସରକାର ଜଣେ ଅଧିକାରୀଙ୍କୁ ବହିଷ୍କୃତ କରିଥିବା ବେଳେ ୬ ଜଣଙ୍କୁ ନିଲମ୍ୱିତ କରିଛନ୍ତି।
ସେସୁର ଢେଙ୍କାନାଳ ସର୍କଲର ଇଲେକ୍ଟ୍ରିକାଲ୍ ଜିଏମ୍ ନରେଶ ଚନ୍ଦ୍ର ପଟ୍ଟନାୟକ, ଚାଇଁପାଳ ଏସ୍ଡିଓ ଆର୍ତ୍ତତ୍ରାଣ ନାୟକ, ମେରାମୁଣ୍ଡଳୀ ଲାଇନ୍ ମ୍ୟାନ ଫିରୋଜ ପଣ୍ଡା, ଢେଙ୍କାନାଳ ରେଞ୍ଜ ଅଫିସର ପ୍ରସନ୍ନ ବିଶ୍ୱାଳ, ମେରାମୁଣ୍ଡୀ ଫରେଷ୍ଟର ପ୍ରଭାକର, ମେରାମୁଣ୍ଡଳୀ ଫରେଷ୍ଟ ଗାର୍ଡ ଗିରୀଶ ଚନ୍ଦ୍ର ଦେହୁରୀଙ୍କୁ ନିଲମ୍ୱିତ କରାଯାଇଥିବା ବେଳେ ମେରାମୁଣ୍ଡଳୀ କନିଷ୍ଠ ଅଧିକାରୀ ସଞ୍ଜୟ ମହାନ୍ତିଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। କର୍ତ୍ତବ୍ୟର ଅବହେଳା ପାଇଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଦିନକୁ ଦିନ ଜଙ୍ଗଲ ନଷ୍ଟ ହେଉଥିବାରୁ ହାତୀମାନେ ଗ୍ରାମାଭିମୁଖୀ ହେଉଛନ୍ତି। ଗତକାଲି ରାତିରେ ଢେଙ୍କାନାଳ ସଦର ରେଞ୍ଜରୁ ୧୩ଟି ହାତୀ ଖାଦ୍ୟ ଅନ୍ୱେଷଣରେ ଆସିଥିଲେ। ମାତ୍ର ଅଳ୍ପ ଉଚ୍ଚରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ ହାତୀଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ହାତୀମାନେ ପଳାଇ ଯାଇଥିଲେ।
from Odisha Reporter https://ift.tt/2PYh881
No comments:
Post a Comment