ବିଜେଡିରେ ‘ରାଧେମା’ଙ୍କ ଅଭ୍ୟୁଦୟକୁ ନେଇ ଚର୍ଚ୍ଚା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 27, 2018

ବିଜେଡିରେ ‘ରାଧେମା’ଙ୍କ ଅଭ୍ୟୁଦୟକୁ ନେଇ ଚର୍ଚ୍ଚା !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରେ ଏବେ ଜଣେ ‘ରାଧେ-ମା’ଙ୍କ ଅଭ୍ୟୁଦୟକୁ ନେଇ ଚାଲିଛି ଚର୍ଚ୍ଚା। ଅବଶ୍ୟ ଏହି ରାଧେମା’ କୌଣସି ଧାର୍ମିକ ମତବାଦର ପ୍ରଚାରକ ନୁହଁନ୍ତି କିନ୍ତୁ ତାଙ୍କର ପ୍ରବଚନ ଓ କଥା ପଦେ ଶୁଣିବାକୁ କୁଆଡ଼େ ବିଜେଡି ନେତାମାନେ ବେଶ୍ ଆଗ୍ରହ ଦେଖାଉଛନ୍ତି।

ଶୁଣିବାକୁ ମିଳୁଛି, ବିଜେଡିର ଜଣେ ନେତ୍ରୀଙ୍କୁ କୁଆଡ଼େ ଗତକିଛି ମାସ ହେଲା ରାଧେ-ମା’ ବୋଲି ସମ୍ବୋଧନ କରାଯାଉଛି। ଆଉ ସମ୍ପୃକ୍ତ ନେତ୍ରୀ ବି ଏଭଳି ସମ୍ବୋଧନରେ ବେଶ୍ ଆତ୍ମସନ୍ତୋଷ ଲାଭ କରୁଛନ୍ତି। ଦଳରେ ନିଜର ପ୍ରଭାବ ବୃଦ୍ଧି ଓ ନେତାମାନଙ୍କ ନିକଟତର ହେବା ପାଇଁ କୁଆଡ଼େ ଏହି ନେତ୍ରୀଜଣକ ଏଭଳି ସମ୍ବୋଧନ ପ୍ରତି ଆପତ୍ତି ଉଠାଉନାହାନ୍ତି। ଚର୍ଚ୍ଚା ହେଉଛି, ସମ୍ପୃକ୍ତ ନେତ୍ରୀଜଣକ ଆସନ୍ତା ନିର୍ବାଚନରେ ଟିକେଟ୍ ପାଇବା ପାଇଁ ଦଳର ବିଭିନ୍ନ ନେତାମାନଙ୍କ ସହ ସମ୍ପର୍କ ବୃଦ୍ଧି କରିବାରେ ଲାଗିଛନ୍ତି।

ନିଜ ବାସଭବନରେ ନେତାମାନଙ୍କ ପାଇଁ ଭୋଜିର ଆୟୋଜନ ସହ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଆସର କରିବା କୁଆଡ଼େ ଏହି ନେତ୍ରୀଙ୍କ ଏବେ ରୁଟିନ୍ କାର୍ଯ୍ୟ ପାଲଟିଛି। ବିଜେଡି ରାଜନୀତିରେ ପ୍ରଭାବଶାଳୀ ବୋଲାଉଥିବା କିଛି ଯୁବନେତା ଓ ଜଣେ ଦୁଇଜଣ ବରିଷ୍ଠ ନେତାମାନଙ୍କୁ ଘରକୁ ଡାକି ଭୋଜି ଦେବା ସହ ସେ ତାଙ୍କର ଭବିଷ୍ୟତ କଥା ଚିନ୍ତା କରିବା ପାଇଁ କୁଆଡ଼େ ଅନୁରୋଧ କରୁଛନ୍ତି।

ବୟସର ଛାପ ପଡ଼ିଥିଲେ ମଧ୍ୟ ତାଙ୍କ ମଧ୍ୟରେ ଯୁବସୁଲଭ ଉତ୍ସାହ ଭରି ରହିଛି ଓ ସେ ଦଳ ପାଇଁ ଦିନରାତି କାମ କରିବାକୁ ପ୍ରସ୍ତୁତ ବୋଲି କୁଆଡ଼େ କହିବାକୁ ପଛାଉ ନାହାନ୍ତି। ତାଙ୍କ ପାଖରେ ଏକ ନିର୍ଦ୍ଦିଷ୍ଟ ବର୍ଗର ଭୋଟବ୍ୟାଙ୍କ୍ ରହିଛି ଓ ସେ ବିଧାନସଭାକୁ ନିର୍ବାଚିତ ହେଲେ ଦଳ ପାଇଁ ବି ଗୋଟିଏ ‘ଆସେଟ୍ ’ ହେବେ ବୋଲି କୁଆଡ଼େ ଦଳୀୟ ନେତାମାନଙ୍କୁ କହି ହେଉଛନ୍ତି। ଦଳ କେବଳ ତାଙ୍କୁ ଟିକେଟ୍ ଦେଉ ଓ ଜିତିବା କଥା ସେ ନିଜେ ବୁଝିବେ ବୋଲି କୁଆଡ଼େ ଦଳର ନେତାମାନଙ୍କୁ ଚ୍ୟାଲେଞ୍ଜ ଦେଉଛନ୍ତି।

ଘରକୁ ଡାକି ଆତିଥ୍ୟ ପ୍ରଦାନ କରିବା ପରେ ନେତ୍ରୀଜଣକ କୁଆଡ଼େ ରାଜ୍ୟର ସାମ୍ପ୍ରତିକ ରାଜନୀତିକ ସ୍ଥିତି ଓ ତାଙ୍କର ଦକ୍ଷତା ସମ୍ପର୍କରେ ଯେଭଳି ବୟାନ ରଖୁଛନ୍ତି ତାକୁ କୁଆଡ଼େ ବିଜେଡିର କିଛି ନେତା ଏବେ ରାଧେମା’ଙ୍କ ପ୍ରବଚନ ସହ ତୁଳନା କରୁଛନ୍ତି। କିଛି ନେତା ଥରେ ଆତିଥ୍ୟ ନେବାପରେ ଆଉ ଯିବାକୁ ପସନ୍ଦ କରୁନଥିବାବେଳେ ଆଉ କିଛି କୁଆଡ଼େ ନିୟମିତ ସେଠାକୁ ଯା’ଆସ କରୁଛନ୍ତି। ଆଉ ନେତ୍ରୀଙ୍କ ଏଭଳି ଲମ୍ବାଚଉଡ଼ା ଭାଷଣ ଓ ପ୍ରବଚନ ବାଣୀ ଯୋଗୁ ସେଠାକୁ ଯାଉଥିବା ନେତାମାନେ ଏବେ ତାଙ୍କୁ ‘ରାଧେମା’ ବୋଲି ସମ୍ବୋଧନ କରୁଥିବା ଚର୍ଚ୍ଚା।



from Odisha Reporter https://ift.tt/2Ob6dGi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages