୧୨ ଘଣ୍ଟା ପରେ ମୁକୁଳିଲେ କୁଳପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 1, 2018

୧୨ ଘଣ୍ଟା ପରେ ମୁକୁଳିଲେ କୁଳପତି

cuttack

କଟକ(ଓଡ଼ିଶା ରିପୋର୍ଟର): ଅସମ୍ଭାଳ ହେଉଛି କ୍ୟାମ୍ପସର ସ୍ଥିତି। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ପରେ କ୍ୟାମ୍ପସ୍‌ରେ ଉତ୍ତେଜନା ଲାଗି ରହିଛି। ପ୍ରତ୍ୟେକ୍ଷ ନିର୍ବାଚନ  ଦାବିରେ କୁଳପତି ଈଶାନ ପାତ୍ରଙ୍କୁ ଛାତ୍ରମାନେ ଗତ ରାତିରୁ ଅଟକ ରଖିଥିଲେ। ୧୨ ଘଣ୍ଟା ପରେ ଆଜି ଭୋର ୫ଟାରେ ଛାଡ଼ିଛନ୍ତି।

ଗତକାଲି ଛାତ୍ରମାନେ ନିର୍ବାଚନ ବାତିଲ୍‌କୁ ବିରୋଧ କରି କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିଥିବା ବେଳେ ପୁଲିସ୍‌ ସହ ଧସ୍ତାଧସ୍ତି ହୋଇଥିଲା

ସେହିପରି ବାଲେଶ୍ୱର ଜିଲ୍ଲା ନୀଳଗିରି କଲେଜରେ ମଧ୍ୟ ଉତ୍ତେଜନା କମିବାର ନାଁ ନେଉନାହିଁ। କଲେଜରେ ବୋମା ଫୁଟିବା ପରେ ସାଇନ୍ ଏ ଡାଏ କରାଯାଇଛି। ତେବେ ଏହାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ। ସାଇନ୍‌ ଏ ଡାଏ ଉଠାଇବା ଦାବିରେ ଗତକାଲି ରାତିରେ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଏନ୍‌ଏସ୍‌ୟୁଆଇ ସଂଘ ପକ୍ଷରୁ ଧାରଣା ଦିଆଯାଇଛି।

ଛାତ୍ରଙ୍କ ହିଂସାକାଣ୍ଡକୁ ନେଇ ଦୁଇ ପ୍ରମୁଖ ଶିକ୍ଷାନୁଷ୍ଠାନ ରେଭେନ୍ସା ଓ ଜ୍ୟୋତି ବିହାର ସହିତ ରାଜ୍ୟର ଅନ୍ୟ ୫ଟି କଲେଜରେ ନିର୍ବାଚନ ବାତିଲ ହୋଇଛି। ପୂର୍ବରୁ ବାଣୀବିହାରରେ ମଧ୍ୟ ନିର୍ବାଚନକୁ ବାତିଲ କରାଯାଇଥିଲା।

ଅକ୍ଟୋବର ୧୧ ତାରିଖରେ ନିର୍ବାଚନ ହେବ। ଆସନ୍ତାକାଲି ସକାଳ ୯ଟାରୁ ଦିନ ୧୨ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ।  ୪ରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।  ୧୦ ତାରିଖରେ ‘ହ୍ୱାଇ ଆଇ ଷ୍ଟାଣ୍ଡ ଫର୍’ ମିଟିଂ ଏବଂ ୧୧ ତାରିଖରେ ମତଦାନ ହୋଇ ସେହିଦିନ ଅପରାହ୍ନରେ ଫଳାଫଳ ଘୋଷଣା ହେବ।



from Odisha Reporter https://ift.tt/2NTfp70

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages