ଶସ୍ତା ହେଲା ସାମ୍‌ସଙ୍ଗର ଏହି ସ୍ମାର୍ଟଫୋନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 1, 2018

ଶସ୍ତା ହେଲା ସାମ୍‌ସଙ୍ଗର ଏହି ସ୍ମାର୍ଟଫୋନ୍‌

galaxy-j6

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍‌ ବଜାରରେ ଚାଲିଥିବା ପ୍ରତିଦ୍ୱନ୍ଦ୍ୱିତା କିଛି ମାତ୍ରାରେ ଗ୍ରାହକଙ୍କ କାମରେ ଆସୁଛି। ପ୍ରାୟ ସବୁ ସ୍ମାର୍ଟଫୋନ୍‌ କମ୍ପାନୀ ନିଜ ବ୍ରାଣ୍ଡକୁ ଅନ୍ୟଠାରୁ ସ୍ୱତନ୍ତ୍ର ଓ ଅଧିକ ଆକର୍ଷଣୀୟ କରିବାକୁ ଚେଷ୍ଟା କରୁଛନ୍ତି। ଏହାସହ ଫୋନ୍‌ର ମୂଲ୍ୟ ମଧ୍ୟ ଗ୍ରାହକଙ୍କ ପକେଟ୍ ଅନୁସାରେ ରହୁଛି। ଏପରି ସ୍ଥିତିରେ କିଛି କମ୍ପାନୀ ପୁରୁଣା ସ୍ମାର୍ଟଫୋନ୍‌ର ମୂଲ୍ୟ ମଧ୍ୟ କମାଇ ଦେଉଛନ୍ତି।

ଏପରି ମୂଲ୍ୟ କମାଇ ସ୍ମାର୍ଟଫୋନ୍‌ ବଜାରରେ ଚହଳ ପକାଇଛି ସାମ୍‌ସଙ୍ଗ।

ଏବେ ସାମ୍‌ସଙ୍ଗ 4GB ଓ 13MP କ୍ୟାମେରା ବିଶିଷ୍ଟ Galaxy J6 ର ମୂଲ୍ୟ ଭାରତୀୟ ବଜାର ପାଇଁ କମାଇ ଦେଇଛି।

ଫଳରେ 3GB ରାମ୍‌ ଓ 32GB ଷ୍ଟୋରେଜ୍‌ର Galaxy J6 କୁ ଏବେ ୧୨,୪୯୦ ଟଙ୍କାରେ କିଣି ହେବ। ୧୩,୯୯୦ ଟଙ୍କାରେ ଲଞ୍ଚ ହୋଇଥିବା ଏହି ଫୋନ୍‌ର ମୂଲ୍ୟ ଗତ ଅଗଷ୍ଟରେ କମ୍ପାନୀ କମାଇ ୧୨, ୯୯୦ ଟଙ୍କା କରି ଦେଇଥିଲା। ଏବେ ଦ୍ୱିତୀୟ ଥର ପାଇଁ ଏହାର ମୂଲ୍ୟ କମିଛି।

ସେହିପରି 4GB ରାମ୍‌ ଓ 64GB ଷ୍ଟୋରେଜ୍‌ ବିଶିଷ୍ଟ Galaxy J6 କୁ ଏବେ ୧୩,୯୯୦ ଟଙ୍କାରେ କିଣି ହେବ। ଗତ ମେ’ ମାସ ଲଞ୍ଚ ହେବା ବେଳେ ଏହାର ମୂଲ୍ୟ ୧୬,୪୯୦ ଥିଲା। କମ୍ପାନୀ ଜୁଲାଇରେ ଏହାର ମୂଲ୍ୟ କମାଇ ୧୫,୯୯୦ କରି ଦେଇଥିଲା।

Xiaomi ଓ Honor ପରି କମ୍ପାନୀର ମିଡ୍‌ ରେଞ୍ଜ ସ୍ମାର୍ଟଫୋନ୍‌ର ମୁକାବିଲା କରିବା ପାଇଁ ସାମ୍‌ସଙ୍ଗ ଏହି ମୋବାଇଲ୍‌ର ମୂଲ୍ୟ କମାଇଥିବା କୁହାଯାଉଛି।

Galaxy J6 ରେ କ’ଣ ରହିଛି

ଡୁଆଲ୍‌ ସିମ୍‌ (ନାନୋ) ସପୋର୍ଟ ବାଲା Galaxy J6 , Android 8.0 Oroo Based Samsung Experienceରେ ଚାଲୁଛି। ଏହି ସ୍ମାର୍ଟଫୋନ୍‌ରେ 18.5:9 ରେସିଓ ସହ 5.6 ଇଞ୍ଚ HD+ Super AMOLED ‘ଇନଫିନିଟି ଡିସ୍‌ପ୍ଲେ’ ଦିଆଯାଇଛି। ଏଥିରେ 3GB କିମ୍ବା 4GB ରାମ୍‌ ସହ Exynos 7870 processor ଦିଆଯାଇଛି।

କ୍ୟାମେରା କଥା କହିବାକୁ ଗଲେ Galaxy J6 ର ରିୟରରେ 13MP କ୍ୟାମେରା ରହିଛି। ଏହାର ଫ୍ରଣ୍ଟରେ 8MP କ୍ୟାମେରା ଦିଆଯାଇଛି। ଉଭୟ ରିୟର ଓ ଫ୍ରଣ୍ଟରେ LED flash ଦିଆଯାଇଛି।

କନେକ୍ଟିଭିଟି ପାଇଁ ଏଥିରେ 4G VoLTE, Wi-Fi, Bluetooth, GPS / A-GPS and a 3.5mm headphone jack ରହିଛି। ଏହାସହ ଏଥିରେ 3,000mAh ବ୍ୟାଟେରୀ ରହିଛି।



from Odisha Reporter https://ift.tt/2Newvah

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages