ମୋ ପାଇଁ ସାରା ଜୀବନ ଯଦି କିଏ ବ୍ୟାଟିଂ କରିବେ ସେ ହେଉଛନ୍ତି ସଚିନ୍‌: ୱାର୍ଣ୍ଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 10, 2018

ମୋ ପାଇଁ ସାରା ଜୀବନ ଯଦି କିଏ ବ୍ୟାଟିଂ କରିବେ ସେ ହେଉଛନ୍ତି ସଚିନ୍‌: ୱାର୍ଣ୍ଣ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ମନଖୋଲା ବୟାନ୍‌ ପାଇଁ ପ୍ରସିଦ୍ଧି ପାଇଥିବା ସ୍ପିନ୍‌ ସମ୍ରାଟ୍‌ ଶେନ୍‌ ୱାର୍ଣ୍ଣ ନିଜ ବହି ‘ନୋ ସ୍ପିନ୍‌’ରେ ଏଭଳି ଅନେକ ମନ କଥା ଉତାରିଛନ୍ତି। ଏପରିକି ବୁକିଙ୍କ ଲାଞ୍ଚ ଯାଚିବା ହେଉ କିମ୍ବା ଅନ୍ୟ ବ୍ୟକ୍ତିଗତ କଥା କହିବାରେ ନିଜର ନିଚ୍ଛକ ଅନୁଭୂତି ଏଥିରେ ସେ ସାମିଲ କରିଛନ୍ତି।

ତେବେ ତାଙ୍କ ସମସାମୟିକ ଦୁଇ ଶ୍ରେଷ୍ଠ ଖେଳାଳି ବ୍ରାଏନ୍ ଲାରା ଏବଂ ସଚିନ୍‌ ତେନ୍ଦୁଲକରଙ୍କ ମଧ୍ୟରେ କିଏ ଶ୍ରେଷ୍ଠ କହିବାରେ ସେ ଦ୍ୱନ୍ଦ୍ୱରେ ପଡ଼ିଯାଆନ୍ତି।

ଏହି ପ୍ରଶ୍ନର ଉତ୍ତର ସେ ଏମିତି ରଖିଥିଲେ। ସେ କହିଥିଲେ, ‘ଯଦି ଏକ ଟେଷ୍ଟ ସିରିଜ୍‌ର ଶେଷ ଦିନରେ କେହି ବ୍ୟାଟିଂ କରୁ ବୋଲି ପ୍ରଶ୍ନ ଆସେ ତାହାଲେ ବ୍ରାଏନ୍ ଲାରାଙ୍କ ନାମ ନେବି। କିନ୍ତୁ ଯଦି ମୋ ଜୀବନର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କେହି ବ୍ୟାଟିଂ କରୁ ବୋଲି ପ୍ରଶ୍ନ ଆସେ ତେବେ ଗୋଟିଏ ନାମ, ସଚିନ୍‌ ତେନ୍ଦୁଲକରଙ୍କର ନାମ ହିଁ ନେବି।’

ନିଜ ବହି ବାବଦରେ ସେ କହିଛନ୍ତି, ଏହି ବହିଟି ମୋ ବ୍ୟକ୍ତିଗତ ଜୀବନର ଏକ ଗଭୀର ଅନୁଶୀଳନ। ମୋ ବ୍ୟକ୍ତିଗତ ଜୀବନ, ପିଲାମାନଙ୍କ ସହ ମୋ ସମ୍ପର୍କ ଏବଂ ମୋ କ୍ରିକେଟ୍‌ ପରିବାର ବାବଦରେ ଏଥିରେ ଅନେକ ତଥ୍ୟ ରହିଛି।



from Odisha Reporter https://ift.tt/2IL6DlI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages