ବ୍ରହ୍ମପୁରରେ ଆଇଜର୍‌କୁ କ୍ୟାବିନେଟ୍‌ ଅନୁମୋଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 10, 2018

ବ୍ରହ୍ମପୁରରେ ଆଇଜର୍‌କୁ କ୍ୟାବିନେଟ୍‌ ଅନୁମୋଦନ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଓଡ଼ିଶାର ବ୍ରହ୍ମପୁର ଏବଂ ଆନ୍ଧ୍ରପ୍ରଦେଶର ତିରୁପତିରେ ଦୁଇଟି ନୂତନ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଏଜୁକେସନ୍‌ ଆଣ୍ଡ୍‌ ରିସର୍ଚ୍ଚ (ଆଇଜର) ପ୍ରତିଷ୍ଠାକୁ ଆଜି କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

୨୦୨୧ ସୁଦ୍ଧା ଏହି ଦୁଇ କ୍ୟାମ୍ପସ୍‌ର ନିର୍ମାଣ ସାରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଥିପାଇଁ ପ୍ରାୟ ୩୦୭୪.୧୨ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି ଦୁଇ ଅନୁଷ୍ଠାନ ପାଇଁ ପୃଥକ ପୃଥକ ରେଜିଷ୍ଟ୍ରାର ପଦବୀ ସୃଷ୍ଟି ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଏହି ଅନୁଷ୍ଠାନ ୧,୧୭,୦୦୦ ବର୍ଗମିଟର ଅଞ୍ଚଳରେ ପ୍ରତିଷ୍ଠା କରାଯିବ ଏବଂ ଉଭୟ ଅନୁଷ୍ଠାନର ଭିତ୍ତଭୂମି ଅନୁଯାୟୀ ୧,୮୫୫ ଜଣ ଛାତ୍ରଛାତ୍ରୀ ପଢ଼ିପାରିବେ।

ଏଥିରେ ଅଣ୍ଡର ଗ୍ରାଜୁଏଟ୍‌, ପୋଷ୍ଟ ଗ୍ରାଜୁଏଟ୍‌, ପିଏଚ୍‌ଡି ଏବଂ ଇଣ୍ଟିଗ୍ରେଟେଡ୍‌ ପିଏଚ୍‌ଡି ଆଦି ପାଠ୍ୟକ୍ରମ ରହିବ। ୩୦୭୪.୧୨ କୋଟି ଟଙ୍କାର ଅର୍ଥରୁ ୨୩୬୬.୪୮ କୋଟି କେବଳ ନିର୍ମାଣ ବାବଦକୁ ଖର୍ଚ୍ଚ ହେବ। ଦେଶରେ ବୈଜ୍ଞାନିକ ମାନବସମ୍ବଳ ସୃଷ୍ଟିରେ ଏହି ଅନୁଷ୍ଠାନସମୂହ ପ୍ରମୁଖ ଭୂମିକା ନେବ ବୋଲି କୁହାଯାଇଛି।



from Odisha Reporter https://ift.tt/2pKv4qP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages