କୋଣାର୍କରୁ-ମୁମ୍ବାଇ ଯାଏଁ ଏମିତି ଥିଲା ଯାତ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 24, 2018

କୋଣାର୍କରୁ-ମୁମ୍ବାଇ ଯାଏଁ ଏମିତି ଥିଲା ଯାତ୍ରା

ଭୁବନେଶ୍ୱର(ସଙ୍ଗୀତା ସାହୁ): ଟିଭି ପରଦାରେ ହିରୋ, ହିରୋଇନ୍‌ମାନଙ୍କୁ ଦେଖି ଭାରି ଇଚ୍ଛା ଥାଏ ସେମାନଙ୍କ ସହ ମିଶିବାକୁ। ସେମାନଙ୍କ ରିଲ୍‌ ଜୀବନ ସହ ସମ୍ପର୍କ ଯୋଡିବାକୁ। ହେଲେ ହାତ ପାଏନି। ଇଚ୍ଛା କରି ବି କିଛି ହୁଏନି।

ସୌଭାଗ୍ୟକୁ ସେଦିନ କୋଣାର୍କରେ ଚାଲିଥାଏ ଶୁଟିଂ। ଭାରି ଇଚ୍ଛା ହେଲା ଶୁଟିଂ ଦେଖିବାକୁ ଓ କଳାକାରମାନଙ୍କ ଅଟୋଗ୍ରାଫ୍‌ ଆଣିବାକୁ। କିନ୍ତୁ ସୁଯୋଗ ମିଳିଲାନି। ମନ କଥା ମନରେ ରହିଗଲା।

ଶୁଟିଂ ସେଟ୍‌ରୁ ସିନା ଅଟୋଗ୍ରାଫ୍‌ ମିଳିଲାନି ହେଲେ ସେଦିନ ମନରେ ଅଙ୍କୁରିତ ହୋଇଥିବା ସେ ଅଦମ୍ୟ ଇଚ୍ଛାଟି ଭିତରେ ଭିତରେ ଉଗ୍ର ହେଲା। ଦୃଢ ମନୋବଳ ତାଙ୍କୁ କୋଣାର୍କର ଗମ୍ଭାରୀପଡ଼ା ଗାଁରେ ସ୍ଥିର ହୋଇ ବସିବାକୁ ଦେଲାନି। ଲାଗିଲା ଯେମିତି କେହି ଡାକୁଛି। ପାଦ କାଢିବାକୁ ଅସ୍ଥିର ହୋଇପଡିଲେ ରାକେଶ। ମୟାନଗରୀ ମୁମ୍ବାଇ ତାଙ୍କ ପ୍ରତୀକ୍ଷାରେ ଥାଏ। ଆଉ ସେଇଠୁ ଆରମ୍ଭ ହୁଏ ସଫଳତାର ଯାତ୍ରା।

ଆମେ କହୁଛୁ ଓଡ଼ିଆ ପୁଅ ରାକେଶ୍‌ ବେହେରାଙ୍କ ସମ୍ପର୍କରେ। କାକଟପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀପଡ଼ାର ରାକେଶ୍‌ ଏବେ ବଲିଉଡ୍‌ରେ ସହ ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି। ଅନେକ ଟେଲି ଧାରାବାହିକରେ ସଫଳତାର ସହ କାମ କରିଛନ୍ତି ସେ। ଏଇ ପରଦା ପଛର ନାୟକ ଜଣଙ୍କୁ ହୁଏତ ବିଶେଷ କେହି ଜାଣି ନ ଥିବେ। କିନ୍ତୁ ଆମ ଓଡ଼ିଶା ରପୋର୍ଟରର ଟିମ୍‌ ତାଙ୍କ ପାଖରେ ପହଞ୍ଚିଥିଲା ଏଇ କିଛି ଦିନ ତଳେ।

ଭୁବନେଶ୍ୱର ଆସିଥିବା ବେଳେ ଆମ ଟିମ୍‌ ସହ ସେ ନିଜ ମନ କଥା ବଖାଣିଥିଲେ।

ରାକେଶ କୁହନ୍ତି- ‘‘ଖାଲି ବଲିଉଡ୍‌ ନୁହେଁ, ମୋ ମାଟିରେ ମୋ ଭାଷାରେ କାମ କରିବାକୁ ବହୁତ ଆଗ୍ରହ ଅଛି। ସୁଯୋଗ ମିଳିଲେ ଓଡ଼ିଆ ଫିଲ୍ମରେ କାମ କରିବି। ଭଲ କାହାଣୀକୁ ନେଇ ଫିଲ୍ମ କରିବାକୁ ବହୁତ ଆଗ୍ରହ ଅଛି। ସୁଯୋଗ ମିଳିଲେ ହେଲା।”

୨୪ ବର୍ଷ ବୟସରେ ଯୁକ୍ତ ୩ ପାଠପଢା ସରିବା ପରେ ଗ୍ଲାମର ଦୁନିଆରେ ପାଦ ଦେବା ତାଙ୍କ ପାଇଁ ଗୋଟେ ଚ୍ୟାଲେଞ୍ଜ ଥିଲା। ଅନେକ ଘାତ ପ୍ରତିଘାତର ସାମ୍ନା କରିବା ପରେ ସେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ କାମ ଆରମ୍ଭ କରିଛନ୍ତି।

‘ରାକେଶ’, ବଲିଉଡ୍‌ର ଗୋଟେ ଚର୍ଚ୍ଚିତ ନାଁ ନ ହୋଇଥିଲେ ମଧ୍ୟ ଜଣେ ଓଡ଼ିଆ ପୁଅ ଭାବେ ତାଙ୍କ କର୍ମପଥ ମଙ୍ଗଳମୟ ହେଉ ବୋଲି ଆମେ ନିଶ୍ଚିତ କାମନା କରିବୁ।

ରାକେଶ କାମ କରିଥିବା କିଛି ଟେଲି ସିରିଏଲ୍‌

‘ମନ୍‌ ମର୍ଜିୟା’- ଷ୍ଟାର ପ୍ଲସ୍‌

‘ବୋହୂ ହମାରୀ ରଜ୍‌ନୀକାନ୍ତ’- ଲାଇଫ୍‌ ଓକେ

 ‘ସିଆଡି’ – ସୋନି ଟିଭି

 ‘ଦିଲ୍‌ ଦେକେ ଦେଖୋ’- ସାବ୍‌ ଟିଭି

‘ଶଙ୍କର ଜୟ କିଶନ୍‌’- ସାବ୍‌ ଟିଭି   

‘ପୋରସ୍‌’- ସୋନୀ ଟିଭି

‘ଚନ୍ଦ୍ର ଗୁପ୍ତ ମୋର୍ଯ୍ୟ’-  ସୋନୀ ଟିଭି



from Odisha Reporter https://ift.tt/2P0AFDs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages