
ମାଣ୍ଡ୍ୟା: ଶନିବାର ମଧ୍ୟାହ୍ଣରେ କର୍ଣ୍ଣାଟକାର ମାଣ୍ଡ୍ୟାଠାରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି। ଏକ ଯାତ୍ରାବାହୀ ବସ୍ ଭାରସାମ୍ୟ ହରାଇ କେନାଲ ମଧ୍ୟରେ ଖସି ପଡ଼ିବାରୁ ଏଥିରେ ୨୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ସ୍କୁଲ ଛାତ୍ରଛାତ୍ରୀ ରହିଥିଵା ଜଣାପଡ଼ିଛି।
ବସ୍ରେ ଥିବା ସମସ୍ତ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ଜଣେ ମାତ୍ର ବାଳକ ଅଳ୍ପକେ ରକ୍ଷା ପାଇଯାଇଛି।
ଆଜି ମଧ୍ୟାହ୍ଣ ପ୍ରାୟ ୧୨.୨୫ରେ ବସ୍ଟି କନଙ୍ଗାମାରାଡି ଗାଁର ଭିସି କେନାଲ୍ରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଗାଁ ଲୋକମାନେ ବସ୍ଟି କେନାଲ୍ରେ ବୁଡ଼ି ଯାଉଥିବା ଦେଖି ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ। ଶେଷ ଖବର ସୁଦ୍ଧା ବସ୍ରେ କେତେ ଜଣ ଯାତ୍ରୀ ଥିଲେ ଜଣାପଡ଼ିନାହିଁ। କିନ୍ତୁ ୨୪ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।
ମାଣ୍ଡ୍ୟାରେ ଥିବା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି।
from Odisha Reporter https://ift.tt/2QkcQeE
No comments:
Post a Comment