ମହିଳା କ୍ରିକେଟ୍‌ ବିବାଦ: ମିତାଲିଙ୍କ ଚିଠି କେମିତି ଗଣମାଧ୍ୟମକୁ ଗଲା ବୋଲି ପ୍ରଶ୍ନ କଲେ ବିସିସିଆଇ ସମ୍ପାଦକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 28, 2018

ମହିଳା କ୍ରିକେଟ୍‌ ବିବାଦ: ମିତାଲିଙ୍କ ଚିଠି କେମିତି ଗଣମାଧ୍ୟମକୁ ଗଲା ବୋଲି ପ୍ରଶ୍ନ କଲେ ବିସିସିଆଇ ସମ୍ପାଦକ

ନୂଆଦିଲ୍ଲୀ: ମହିଳା କ୍ରିକେଟ୍‌ରେ ସୃଷ୍ଟି ହୋଇଥିବା ବିବାଦ ଦିନକୁ ଦିନ ଜଟିଳ ରୂପ ଧାରଣ କରିବାରେ ଲାଗିଛି। ଟିମ୍‌ ଇଣ୍ଡିଆର ଷ୍ଟାର ଖେଳାଳି ମିତାଲି ରାଜ ଏକ ଚିଠି ଲେଖି ସିଧାସଳଖ କୋଚ ରମେଶ ପାୱାର ଏବଂ ସିଓଏ ସଦସ୍ୟ ଡାଏନା ଏଡୁଲିଜ୍‌ଙ୍କୁ ସମାଲୋଚନା କରିଥିବା ବେଳେ ଏବେ ବିସିସିଆଇ ଏହାକୁ ନେଇ ପ୍ରଶ୍ନ ଉଠାଇଛି।

ବିସିସିଆଇର ଆକ୍ଟିଂ ସମ୍ପାଦକ ଅମିତାଭ ଚୌଧୁରୀ କେଉଁ ପରିସ୍ଥିତିରେ ସିଇଓ ରାହୁଲ ଜୋହରି ଓ ଜିଏମ ସବା କରିମ୍‌ଙ୍କୁ ମିତାଲି କରିଥିବା ଇ-ମେଲ୍‌  କେମିତି ଗଣମାଧ୍ୟମକୁ ଗଲା, ତା’ର କାରଣ ଦର୍ଶାଇବାକୁ କହିଛନ୍ତି।

ନିକଟରେ ଶେଷ ହୋଇଥିବା ମହିଳା ଟି-୨୦ ବିଶ୍ୱକପ୍‌ରେ ମିତାଲି ଜବରଦସ୍ତ ଫର୍ମରେ ଥିଲେ ହେଁ ତାଙ୍କୁ ଇଂଲଣ୍ଡ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ସେମିଫାଇନାଲ୍‌ରେ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇ ନଥିଲା। ଏହି ମ୍ୟାଚ୍‌ ଭାରତ ହାରିବା ପରେ କାହିଁକି ମିତାଲିଙ୍କୁ ଦଳରେ ସାମିଲ କରାଯାଇ ନ ଥିଲା ତାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।

ଏହି ବିବାଦ ମଧ୍ୟରେ ଗତକାଲି କୋଚ୍‌ ରମେଶ ପାୱାର ତାଙ୍କୁ କେଉଁଭଳି ଭାବେ ଅପମାନିତ କରୁଥିଲେ ଏବଂ ଏଡୁଲିଜ୍‌ କେମିତି କ୍ଷମତାର ବ୍ୟବହାର କରି ତାଙ୍କ କ୍ୟାରିୟରକୁ ଧ୍ୱଂସ କରିବାକୁ ଚାହୁଁଛନ୍ତି, ସେସବୁ କଥା ବିସିସିଆଇ ସିଇଓ ରାହୁଲ ଜୋହରି ଏବଂ ଜିଏମ ସବା କରିମଙ୍କ ନିକଟକୁ ଚିଠି ଲେଖି ମିତାଲି ଜଣାଇଥିଲେ।  ହେଲେ ଏହି ଚିଠିଟି ଗଣମାଧ୍ୟମକୁ ଆସିଯିବାରୁ ବିସିସିଆଇ ଅଡ଼ୁଆରେ ପଡ଼ିଛି।

ଆଜି ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଅମିତାଭ ଚୌଧୁରୀ ଉଭୟ ରାହୁଲ ଏବଂ କରିମ୍‌ଙ୍କୁ ଇ-ମେଲ୍‌ ଲେଖି କେମିତି ମିତାଲିଙ୍କ ଚିଠି ସାର୍ବଜନୀନ ହେଲା, ତା’ର କାରଣ ଦର୍ଶାଇବାକୁ କହିଛନ୍ତି।

ମିତାଲି କିଛି ବ୍ୟକ୍ତି ବିଶେଷଙ୍କ ସମ୍ପର୍କରେ ଗୁପ୍ତ ଭାବେ ରାହୁଲ ଏବଂ କରିମଙ୍କୁ କହିଥିଲେ। ଏହାର ତଥ୍ୟ ସାର୍ବଜନୀନ ହେବା ଠିକ୍‌ ନୁହେଁ। ତେଣୁ କେଉଁଠି ଭୁଲ ରହିଲା, ତା’ର କାରଣ କହିବାକୁ ଶ୍ରୀ ଚୌଧୁରୀ ଇ-ମେଲ୍‌ କରିଥିବା ଜଣାପଡ଼ିଛି।



from Odisha Reporter https://ift.tt/2FULTKO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages