କରୀନାଙ୍କ ସମ୍ପର୍କରେ ଏମିତି କଥା କହିଲେ ପ୍ରୀତି ଜିଣ୍ଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 28, 2018

କରୀନାଙ୍କ ସମ୍ପର୍କରେ ଏମିତି କଥା କହିଲେ ପ୍ରୀତି ଜିଣ୍ଟା

ମୁମ୍ୱାଇ: ନିଖିଲ୍‌ ଆଡଭାନୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କଲ୍‌ ହୋ ନା ହୋ’ କୁ ୧୫ ବର୍ଷ ପୁରିଛି। ୨୦୦୩ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମରେ ‘ନୈନା’, ‘ରୋହିତ୍‌’ ଓ ‘ଅମନ୍‌’ ଚରିତ୍ର ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ଏହି ଫିଲ୍ମ ସେହି ବର୍ଷର ସବୁଠାରୁ ହିଟ୍‌ ଫିଲ୍ମ ମଧ୍ୟ ସାବ୍ୟସ୍ତ ହୋଇଥିଲା।

ଫିଲ୍ମରେ ଶାହରୁଖ୍‌, ପ୍ରୀତି ଜିଣ୍ଟା ଓ ସୈଫ୍‌ ଅଲ୍ଲୀ ଖାନ୍‌ ଲିଡ୍‌ ରୋଲ୍‌ରେ ଥିଲେ।

ଏହି ଫିଲ୍ମର ପ୍ରଡ୍ୟୁସର୍‌ ଥିଲେ କରନ୍‌ ଜୋହର୍‌। ଫିଲ୍ମ ପାଇଁ ପ୍ରଥମେ କରୀନା କପୁର୍‌ଙ୍କୁ ଅଫର୍‌ ଦିଆଯାଇଥିଲା କିନ୍ତୁ କୌଣସି କାରଣରୁ କରୀନା ଏହି ଫିଲ୍ମ ପାଇଁ ମନା କରିବାରୁ ତାଙ୍କ ବଦଳରେ ପ୍ରୀତିଙ୍କୁ ଏହି ରୋଲ୍‌ ମିଳିଥିଲା।

ନିକଟରେ ଏକ ଇଣ୍ଟରଭ୍ୟୁରେ ଏ ସମ୍ପର୍କରେ ପ୍ରୀତି ଜିଣ୍ଟା କହିଥିଲେ, “ଏହି ଫିଲ୍ମ ମୋ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଏହା ଏକ ଟାଇମ୍‌ଲେସ୍‌ ଫିଲ୍ମ ଥିଲା। ମୋର ଭାଗ୍ୟ ଭଲ ଥିଲା ଯେ ମୁଁ ଏହି ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଥିଲି।“

ପ୍ରୀତି ଆହୁରି ମଧ୍ୟ କହିଛନ୍ତି, “ମୋତେ ‘ଜବ୍‌ ଉଇ ମେଟ୍’ ଫିଲ୍ମର ଅଫର୍‌ ମଧ୍ୟ ମିଳିଥିଲା। କିନ୍ତୁ ମୁଁ ମନା କରି ଦେଇଥିଲି ଏବଂ କରୀନା ସେଥିରେ ଅଭିନୟ କରିଥିଲେ। ସେହିପରି କରିନା ମଧ୍ୟ ‘କଲ୍‌ ହୋ ନା ହୋ’ ଫିଲ୍ମ ପାଇଁ ମନା କରିଥିଲେ। ତେବେ ଏହି ଦୁଇଟି ଫିଲ୍ମ ହିଟ୍‌ ହୋଇଥିଲା ଏବଂ ଉଭୟ ଫିଲ୍ମରେ କରୀନା ଓ ମୋ ଭୂମିକାକୁ ଦର୍ଶକ ଖୁବ୍ ତାରିଫ୍ କରିଥିଲେ।”

“ଫିଲ୍ମକୁ ନା’ କରିବା ଆମ ଦୁହିଁଙ୍କର ବ୍ୟକ୍ତିଗତ ନିଷ୍ପତି। ଲୋକ ମୋତେ କହୁଛନ୍ତି ଯେ, ‘କଲ୍‌ ହୋ ନା ହୋ’ ଫିଲ୍ମରେ ମୋର ଅଭିନୟ ସମସ୍ତଙ୍କୁ ଭଲ ଲାଗିଛି। କିନ୍ତୁ ମତେ ଲାଗୁଛି, କରୀନା ‘ଜବ୍‌ ଉଇ ମେଟ୍‌’ ଫିଲ୍ମର ‘ଗୀତ୍‌’ ଚରିତ୍ରରେ ଖୁବ୍‌ ଭଲ ଅଭିନୟ କରିଥିଲେ।”

ପରଦା ପଛରେ ଉଭୟ ପ୍ରୀତି ଓ କରୀନା ମଧ୍ୟ ପରସ୍ପରର ବହୁତ୍‌ ଭଲ ବନ୍ଧୁ। ଦୁହିଁଙ୍କ ମଧ୍ୟରେ ଏକ ‘କାର୍ମିକ୍‌ କନେକ୍ସନ୍‌’ ଅଛି ବୋଲି ପ୍ରୀତି କହିଛନ୍ତି।



from Odisha Reporter https://ift.tt/2r91EmQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages