
ଚେନ୍ନାଇ:କଥାରେ ଅଛି ରଖେ ହରି ମାରେ କିଏ।ଏହି ଉକ୍ତିର ଏକ ବାସ୍ତବ ଚିତ୍ର ଏବେ ସାମ୍ନାକୁ ଆସିଛି। ଚଳନ୍ତା ଟ୍ରେନ୍କୁ ଜଣେ ଯୁବକ ଚଢ଼ୁଥିବାଳ ବେଳେ ହଠାତ୍ ଖସିପଡ଼ି ମଧ୍ୟ ତାଙ୍କର ଜୀବନ ବଞ୍ଚିଯାଇଛି। ହେଲେ ସମ୍ପୃକ୍ତ ଯୁବକଙ୍କୁ ଜଣେ ଆର୍ଫିଏଫ ପୁଲିସ ଦେବଦୂତ ସାଜିଥିଲେ। ଯାହାଙ୍କ ପାଇଁ ଯୁବକ ଜଣକର ଜୀବନ ବଞ୍ଚି ଯାଇଛି। ସମ୍ପୃକ୍ତ ଯୁବକ ଜଣକ ଟ୍ରେନରେ ଓହଳି ରହିଥିବା ବେଳେ ତାଙ୍କୁ ସମ୍ପୃକ୍ତ ପୁଲିସ କର୍ମଚାରୀ ଜଣକ ଟେକି ନେଇଥିଲେ। ଏମିତି ଏକ ଘଟଣା ଚେନ୍ନାଇ ରେଳ ଷ୍ଟେସନରେ ଘଟିଛି।
ଚେନ୍ନାଇର Egmore ପ୍ଲାଟ୍ଫର୍ମରୁ ଟ୍ରେନ୍ଟି ଧିରେ ଧିରେ ଗଡ଼ିବା ଆରମ୍ଭ କରିବା ପରେ ଜଣେ ଯୁବକ ହଠାତ୍ ଟ୍ରେନ୍ ଚଢ଼ିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ବ୍ୟକ୍ତି ଜଣକଙ୍କ ଗୋଡ଼ ଟ୍ରେନ୍ରେ ଫସିଯାଇଥିଲା । ସେ ଲଟକି ଥିବା ଅବସ୍ଥାରେ ଟ୍ରେନ୍ ଚାଲିବାରେ ଲାଗିଥିଲା।
ଏହି ସମୟରେ ପ୍ଲାର୍ଟଫର୍ମରେ ସୁରକ୍ଷା ଦାୟିତ୍ୱରେ ଥିବା ରେଳବାଇ ସୁରକ୍ଷାକର୍ମୀ ଦେବଦୂତ ସାଜି ବ୍ୟକ୍ତିଙ୍କୁ ରକ୍ଷା କରିଥିଲେ। ଟ୍ରେନ୍ରେ ଫସି ରହିଥିବା ଯୁବକଙ୍କୁ ସୁରକ୍ଷାକର୍ମୀ ଟାଣି ଆଣିଥିଲେ। ଏହି ଘଟଣା ୧୨ ନଭେମ୍ୱରରେ ଘଟିଛି। ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଯୁବକ ଜଣକ ଶରୀରରେ କୌଣସି ଆଘାତ ଲାଗି ନଥିବା ଜଣାପଡ଼ିଛି।
from Odisha Reporter https://ift.tt/2FljPQd
No comments:
Post a Comment