
ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସରେ ସବୁକିଛି ଠିକ୍ ଠାକ ଚାଲିନାହିଁ ବୋଲି ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା, ଆଜି ଏଥିରେ ଏକ ପ୍ରକାରର ପୂର୍ଣ୍ଣଚ୍ଛେଦ ପଡ଼ିଛି। ପୂର୍ବରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଦଳୀୟ ନେତାଙ୍କୁ ଗୋପନରେ କହିଥିବା ବରିଷ୍ଠ ନେତା ସଚିନ୍ ପାଇଲଟ୍ ଶେଷରେ ନିଜର ମତ ବଦଳାଇଛନ୍ତି। କେବଳ ସଚିନ୍ ନୁହନ୍ତି ଅଶୋକ ଗେହଲଟ ମଧ୍ୟ ଡିସେମ୍ବର ୭ରେ ହେବାକୁ ଥିବା ରାଜସ୍ଥାନ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହେବେ । ଏକଥାକୁ ଉଭୟ ସଚିନ୍ ପାଇଲଟ୍ ଏବଂ ଗେହଲଟ୍ ଦିଲ୍ଲୀଠାରେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି।
ସଚିନ୍ କହିଛନ୍ତି, “କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିର୍ଦ୍ଦେଶ ଓ ଅଶୋକ ଗେହଲଟଜୀଙ୍କ ଅନୁରୋଧ କ୍ରମେ ମୁଁ ବିଧାନସଭା ନିର୍ବାଚନ ଲଢ଼ିବାକୁ ରାଜି ହୋଇଛି।”
ଗେହଲଟ୍ କହିଛନ୍ତି, “ ଦଳ ମଧ୍ୟରେ କୌଣସି ବିବାଦ ନାହିଁ। ମୁଁ ଏବଂ ସଚିନ୍ ଏଥର ବିଧାନସଭା ନିର୍ବାଚନ ଲଢ଼ିବୁ। ଲୋକମାନେ ଉଡ଼ା କଥାରେ ବିଶ୍ୱାସ କରନ୍ତୁ ନାହିଁ।”
ଉଭୟ ସଚିନ ଓ ଗେହଲଟ ରାଜସ୍ଥାନରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି। ତେଣୁ କାଳେ ଉଭୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଗ୍ରହ ପ୍ରକାଶ କରିବେ, ତେଣୁ ଉଭୟଙ୍କୁ ଦଳ ଏଥର ନିର୍ବାଚନ ମଇଦାନକୁ ଛାଡ଼ିବାକୁ ଚାହୁଁ ନଥିବା ଚର୍ଚ୍ଚା ହେଉଥିଲା।
ଏପରି କି ଦଳର କିଛି ନେତା କହିଥିଲେ, ଉଭୟ ପ୍ରଚାର ଉପରେ ଗୁରୁତ୍ୱ ଦେଉଥିବାରୁ ପ୍ରତ୍ୟେକ୍ଷ ନିର୍ବାଚନରୁ ଦୂରେଇ ରହିବେ। ତେବେ ଏବେ ସବୁ କିଛି ଓଲଟ୍ପାଲଟ୍ ହୋଇଯାଇଛି।
from Odisha Reporter https://ift.tt/2RRUuP8
No comments:
Post a Comment