ଅଧିନାୟକ ଭାବେ ଟି-୨୦ରେ ରେକର୍ଡ କଲେ ରୋହିତ ଶର୍ମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 12, 2018

ଅଧିନାୟକ ଭାବେ ଟି-୨୦ରେ ରେକର୍ଡ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ଓପନର ଶିଖର ଧୱନ ଓ ୱିକେଟ କିପର୍‌ ବ୍ୟାଟସ୍‌ମ୍ୟାନ୍‌ ରିଷଭ ପନ୍ତଙ୍କ ଜବରଦସ୍ତ ବ୍ୟାଟିଂ ବଳରେ ଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୩ୟ ଟି-୨୦କୁ ଶେଷ ବଲ୍‌ରେ ଜିତି ନେଇଛି। ଏହି ବିଜୟ ସହ ୩ଟିକିଆ ସିରିଜ୍‌କୁ ରୋହିତ ଶର୍ମାଙ୍କ ଟିମ୍‌ ଇଣ୍ଡିଆ ୩-୦ରେ କବଜା କରିଛି। ତେବେ ଟି-୨୦ରେ ୩-୦ରେ ଦୁଇଥର ସିରିଜ୍‌ ଜିତିବାରେ ରୋହିତ ଶର୍ମା ଭାରତର ପ୍ରଥମ ଓ ବିଶ୍ୱର ତୃତୀୟ ଅଧିନାୟକ ବନିଛନ୍ତି।

ୱେଷ୍ଟଇଣ୍ଡିଜ୍‌କୁ ୩-୦ରେ ହରାଇବା ପୂର୍ବରୁ ରୋହିତ ଶର୍ମାଙ୍କ ଅଧିନାୟିକତ୍ୱରେ ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କାକୁ ମଧ୍ୟ ୩ଟିକିଆ ଟି-୨୦ ସିରିଜ୍‌ରେ ୩-୦ରେ ହରାଇଥିଲା। ୨୦୧୭ ଡିସେମ୍ବରରେ ଏଭଳି ଘଟିଥିଲା। ଏଭଳି ଟି-୨୦ ସିରିଜ୍‌ କ୍ଲିନ୍‌ ସୁଇପ୍‌ କରିବାରେ ରୋହିତ ଶର୍ମା ବିଶ୍ୱର ତୃତୀୟ ଅଧିନାୟକ। ତାଙ୍କ ଉପରେ ଆଫ୍‌ଗାନିସ୍ତାନ ଅଧିନାୟକ ଅଜଗର ଆଫ୍‌ଗାନ ୩ଥର ଓ ପାକିସ୍ତାନର ସର୍ଫରାଜ ଅହମ୍ମଦ ୫ଥର ଟି-୨୦ ସିରିଜ୍‌ କ୍ଲିନ୍‌ସୁଇପ୍‌ କରିଛନ୍ତି।

ତେବେ ଭାରତ ଟି-୨୦ ସିରିଜ୍‌କୁ ୩ଥର କ୍ଲିନ୍‌ସୁଇପ୍‌ କରିଛି। ରୋହିତ ଦୁଇଥର ଅଧିନାୟକ ଭାବେ ଟି-୨୦ ସିରିଜ୍‌ କ୍ଲିନ୍‌ସୁଇପ୍‌ କରିଥିବା ବେଳେ ୨୦୧୬ରେ ମହେନ୍ଦ୍ର ସିଂହ ଧୋନିଙ୍କ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ୩-୦ରେ ସିରିଜ୍‌ ଜିତିଥିଲା।

ସେହିପରି ଟି-୨୦ରେ ରୋହିତ ଶର୍ମା ଭାରତ ପକ୍ଷରୁ ୧୨ଟି ଅନ୍ତର୍ଜାତୀୟ ମ୍ୟାଚ୍‌ର ନେତୃତ୍ୱ ନେଇଥିବା ବେଳେ ମାତ୍ର ଗୋଟିଏ ମ୍ୟାଚ୍‌ ହାରିଛନ୍ତି। ୧୨ ଟି-୨୦ ମ୍ୟାଚ୍‌ ପରେ ଏଭଳି ରେକର୍ଡ କରିବାରେ ରୋହିତ ବିଶ୍ୱର ପ୍ରଥମ ଅଧିନାୟକ। ଶୋଏବ ମାଲିକ, ସର୍ଫରାଜ ଅହମ୍ମଦ, ଅଶଗର ଓ ମାଇକେଲ୍‌ କ୍ଲାର୍କ ଅଧିନାୟକ ଭାବେ ପ୍ରଥମ ୧୨ ଟି-୨୦ରୁ ୧୦ଟି ଲେଖାଏ ଜିତିଥିଲେ।

ତୃତୀୟ ଟି-୨୦ରେ କେବଳ ରୋହିତ ନୁହନ୍ତି, ରିଷଭ ପନ୍ତ ମଧ୍ୟ ଏକ ରେକର୍ଡ କରିଛନ୍ତି। ସେ ଦ୍ୱିତୀୟ ସର୍ବକନିଷ୍ଠ ଭାରତୀୟ ଭାବେ ଟି-୨୦ରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୨୧ ବର୍ଷ ୩୮ ଦିନରେ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ପ୍ରଥମ ସ୍ଥାନରେ ଥିବା ରୋହିତ ଶର୍ମା ୨୦ ବର୍ଷ ୧୪୩ ଦିନରେ ଭାରତ ପାଇଁ ଟି-୨୦ରେ ଅର୍ଦ୍ଧଶତକ ହାସଲ କରିଥିଲେ।



from Odisha Reporter https://ift.tt/2PTvTfE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages