‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ’ରେ କେତେ ପୁଞ୍ଜି ଖଟାଇବେ କେଉଁ ଶିଳ୍ପପତି ପଢ଼ନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 12, 2018

‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ’ରେ କେତେ ପୁଞ୍ଜି ଖଟାଇବେ କେଉଁ ଶିଳ୍ପପତି ପଢ଼ନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ହେଉଛି “ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ”। ଏଥିରେ କେଉଁ ଶିଳ୍ପପତି କେତେ ପୁଞ୍ଜି ଖଟାଇବେ ତାହା ଆଜି ଦ୍ୱିତୀୟ ଦିନରେ ସମ୍ନାକୁ ଆସିଛି। ପୁଞ୍ଜି ନିବେଶର ସବୁଠୁ ବଡ଼ ସମ୍ଭାବନା ଦେଖାଇଛି ସଜ୍ଜନ ଜିନ୍ଦଲଙ୍କ ଜେଏସ୍‌ଡବ୍ଲ୍ୟୁ। ଶିଳ୍ପ ଜଗତର ବଡ଼ହସ୍ତୀ ମୁକେଶ ଅମ୍ବାନୀ ୩ ହଜାର କୋଟିର ପୁଞ୍ଜି ନିବେଶ ନେଇ ଘୋଷଣା କରିଥିବା ବେଳେ ବିର୍ଲା, ଟାଟା ଓ ବେଦାନ୍ତ ମଧ୍ୟ ଓଡ଼ିଶାବାସୀଙ୍କୁ ଦେଇଛନ୍ତି ପୁଳା ପୁଳା ସ୍ୱପ୍ନ।

ଦେଶର ସର୍ବବୃହତ୍ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମାଲିକ ହେଉଛନ୍ତି ମୁକେଶ ଆମ୍ୱାନୀ। ସେ ଜିଓ ଜରିଆରେ ଓଡ଼ିଶାରେ ରିଲାଏନ୍ସ ୬ ହଜାର କୋଟି ଟଙ୍କା ନିବେଶ କରିଛନ୍ତି। ଆଗକୁ ଆଉ ୩ ହଜାର କୋଟି ନିବେଶ ହେବେ ବୋଲି ଘୋଷଣା କରିଛନ୍ତି।

ଓଡ଼ିଶାରେ ନିଜ ଇସ୍ପାତ କାରଖାନାରୁ ଉତ୍ପାଦନ ବଢ଼ାଇବ JSPL। ବିଜନେସ୍ ଲିଡରଶିପ୍ ସମିଟ୍‌ରେ ଏଭଳି ଘୋଷଣା କରିଛନ୍ତି କମ୍ପାନୀ ମୁଖ୍ୟ ନବୀନ ଜିନ୍ଦଲ। ଅନୁଗୋଳରେ ୪୫ ହଜାର କୋଟି ନିବେଶରେ ପ୍ଲାଣ୍ଟରୁ ବାର୍ଷିକ ୬ ମିଲିୟନ ଟନ୍ ଇସ୍ପାତ ଉତ୍ପାଦନ ହେଉଛି। ୨୦୩୦ ସୁଦ୍ଧା ୨୦ ମିଲିୟନ ଟନ୍ ଉତ୍ପାଦନ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୫୦ ହଜାର କୋଟି ଟଙ୍କା ନିବେଶ କରିବା ନେଇ ନବୀନ ଜିନ୍ଦଲ କହିଛନ୍ତି।

ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାମ୍ନାରେ ନିଜର ପୁରୁଣା ଲୋଭ ଦୋହରାଇଛନ୍ତି ବେଦାନ୍ତ କମ୍ପାନୀ ମୁଖ୍ୟ ଅନୀଲ ଅଗ୍ରୱାଲ। ପୁରୀରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ଏବେ ବି ସେ ସବୁଜ ସଂକେତକୁ ଅପେକ୍ଷା କରିଛନ୍ତି। ତା’ସହ ବେଦାନ୍ତ ଏଯାଏ ରାଜ୍ୟରେ ଏକ ବିଲିୟନ୍ ଡଲାର ନିବେଶ କରିସାରିଥିବା ସେ କହିଛନ୍ତି।

ଓଡ଼ିଶାକୁ ସବୁଠୁ ବଡ଼ ସ୍ୱପ୍ନ ଦେଖାଇଛନ୍ତି ଜେଏସ୍‌ଡବ୍ଲ୍ୟୁ ମୁଖ୍ୟ ସଜ୍ଜନ ଜିନ୍ଦଲ। କେତେ ପୁଞ୍ଜି ଖଟାଇବେ ସେ ପରିମାଣ ସ୍ପଷ୍ଟ କରିନଥିଲେ ମଧ୍ୟ ପାରାଦୀପରେ ତାଙ୍କ କମ୍ପାନୀ ବୃହତ ମଡର୍ଣ୍ଣ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ସହ ନିଯୁକ୍ତିର ସ୍ପପ୍ନ ଦେଖାଇଛନ୍ତି।

ସେହିଭଳି କଳିଙ୍ଗ ବାଲିଯାତ୍ରାର ଐତିହ୍ୟକୁ ମନେ ପକାଇ ଓଡ଼ିଶାରେ ଆଗାମୀ ୨ ବର୍ଷରେ ୨ ବିଲିୟନ ଡଲାର ନିବେଶ ପାଇଁ ଘୋଷଣା କରିଛନ୍ତି କୁମାର ମଙ୍ଗଳମ୍ ବିର୍ଲା।

ଟାଟା ସନ୍ସ ଚେୟାରମ୍ୟାନ୍ ଯାଜପୁର ଜିଲ୍ଲା କଳିଙ୍ଗନଗରରେ ଉତ୍ପାଦନ କ୍ଷମତା ୩ରୁ ୮ ମିଲିୟନ ଟନକୁ ବଢ଼ାଇବାକୁ ଘୋଷଣା କରିଛନ୍ତି। ରାଜ୍ୟରେ କମ୍ପାନୀ ୭୫ ହଜାର କୋଟି ଟଙ୍କା ନିବେଶ କରିସାରିଥିବା ବେଳେ ଆଉ ୨୫ ହଜାର କୋଟି ଲଗାଇବ ବୋଲି ସେ କହିଛନ୍ତି।

ଆଜିର ବିଜ୍‌ନେସ ଲିଡରଶିପ୍ ସମ୍ମିଟ୍‌ରେ ଅନ୍ୟ ପ୍ରମୁଖ ଶିଳ୍ପପତି କରନ୍ ଅଦାନୀ, ରଜନିସ୍ କୁମାର, ସଞ୍ଜୀବ ପୁରୀ ମଧ୍ୟ ଓଡ଼ିଶାରେ ପୁଞ୍ଜି ଖଟାଇବାକୁ ଆଗ୍ରହୀ ଥିବା କହିଛନ୍ତି।



from Odisha Reporter https://ift.tt/2DijN9m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages