୧୯୭୧ ଯୁଦ୍ଧର ହିରୋ ବ୍ରିଗେଡିୟର ଚାନ୍ଦପୁରୀ ଆଉ ନାହାନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 16, 2018

୧୯୭୧ ଯୁଦ୍ଧର ହିରୋ ବ୍ରିଗେଡିୟର ଚାନ୍ଦପୁରୀ ଆଉ ନାହାନ୍ତି

ଚଣ୍ଡିଗଡ଼: ୧୯୭୧ ମସିହା ଭାରତ ପାକିସ୍ତାନ ଯୁଦ୍ଧର ନାୟକ ବ୍ରିଗେଡିୟର କୁଲଦୀପ ସିଂହ ଚାନ୍ଦପୁରୀ ଆଜି ସକାଳେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା।

ଦେଶର ଦ୍ୱିତୀୟ ସର୍ବୋଚ୍ଚ ଗ୍ୟାଲେଣ୍ଟାରୀ ସମ୍ମାନ ମହାବୀର ଚକ୍ର(ଏମ୍‌ଭିସି) ପାଇଥିବା ବ୍ରିଗେଡିୟର ଚାନ୍ଦପୁରୀ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ମୋହାଲି ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ତେବେ ଆଜି ସକାଳ ୮.୩୦ରେ ତାଙ୍କର ଦେହାନ୍ତ ହୋଇଥିବା ହସ୍ପିଟାଲ୍‌ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କର ଜଣେ ପୁଅ ଜର୍ମାନୀରେ ରହୁଥିବାରୁ ସେ ଆସିବା ପରେ ହିଁ ବ୍ରିଗେଡିୟରଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ଲୋକଙ୍କ ପକ୍ଷରୁ କୁହାଯାଇଛି।

୧୯୭୧ ମସିହା ଡିସେମ୍ବର ୫/୬ ରାତିରେ ପାକିସ୍ତାନ ପକ୍ଷରୁ ଲଙ୍ଗେୱାଲା ଓ ରାମଗଡ଼ ଦଖଲ କରିବାକୁ ଆକ୍ରମଣ କରାଯାଇଥିଲା। ତେବେ ଚାନ୍ଦପୁରୀଙ୍କ ନେତୃତ୍ୱରେ ଏକ ଟିମ୍‌ ବେଶ ସାହାସିକତାର ସହ ପାକିସ୍ତାନର ସବୁ ଉଦ୍ୟମକୁ ଭଣ୍ଡୁର କରିଦେଇଥିଲା।

ଚାନ୍ଦପୁରୀଙ୍କ ଏହି ସାହାସିକତାକୁ ଦୃଷ୍ଟିରେ ରଖି ବଲିଉଡ୍‌ ଫିଲ୍ମ ନିର୍ଦ୍ଦେଶକ ଜେପି ଦତ୍ତ ବର୍ଡର ସିନେମା ନିର୍ମାଣ କରିଥିଲେ। ଏହି ଫିଲ୍ମରେ ବ୍ରିଗେଡିୟର ଚାନ୍ଦପୁରୀଙ୍କ ଭୂମିକାରେ ସନ୍ନି ଦେୱଲ ଅଭିନୟ କରିଥିଲେ। ଚାନ୍ଦପୁରୀ କେମିତି ତାଙ୍କ ଟିମ୍‌କୁ ଦକ୍ଷତାର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରୁଥିଲେ, ଫିଲ୍ମରେ ଏହାକୁ ପ୍ରଦର୍ଶିତ କରାଯାଇଥିଲା।

ଆଜି ଚାନ୍ଦପୁରୀଙ୍କ ନିଧନରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

 

 



from Odisha Reporter https://ift.tt/2Q0mdA6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages