ଅଲଗା ଜାତିରେ ବିବାହ କରିଥିବାରୁ, ଝିଅ ସହ ଜ୍ୱାଇଁଙ୍କ ହାତଗୋଡ଼ ବାନ୍ଧି ନଦୀରେ ଫିଙ୍ଗିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 16, 2018

ଅଲଗା ଜାତିରେ ବିବାହ କରିଥିବାରୁ, ଝିଅ ସହ ଜ୍ୱାଇଁଙ୍କ ହାତଗୋଡ଼ ବାନ୍ଧି ନଦୀରେ ଫିଙ୍ଗିଦେଲେ

ଚେନ୍ନାଇ: ତାମିଲନାଡୁରୁ ଆସିଛି ଅନର କିଲିଙ୍ଗ ଭଳି ଭୟଙ୍କର ଚିତ୍ର। ଅଲଗା ଜାତିରେ ବିବାହ କରିଥିବାରୁ ଝିଅ ସହ ଜ୍ୱାଇଁଙ୍କ ହାତଗୋଡ଼ ବାନ୍ଧି ଉଭୟଙ୍କୁ କାବେରୀ ନଦୀକୁ ଫୋପାଡ଼ି ପରିବାର ଲୋକ ହତ୍ୟା କରିଛନ୍ତି। ୫ ଦିନ ତଳେ ଶିଭାନସମୁଦ୍ରଠାରୁ ପୁଲିସ୍‌ ପ୍ରଥମେ ଜଣେ ଯୁବକ ଏବଂ ଏହାର ଦୁଇ ଦିନ ପରେ ସେହି ସ୍ଥାନରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଥିଲା।

ମାଣ୍ଡ୍ୟା ପୁଲିସ୍‌ ଘଟଣାର ତଦନ୍ତ କରି ଆଜି ଏହା ଏକ ଅନର କିଲିଙ୍ଗ ବୋଲି ସୂଚନା ଦେଇଛି। ଝିଅଟିର ବାପା ହିଁ ହତ୍ୟାକାଣ୍ଡ ଘଟାଇଛନ୍ତି ବୋଲି ପୁଲିସ୍‌ କହିଛି।

୨୬ ବର୍ଷୀୟ ନନ୍ଦୀଶ ଓ ୧୯ ବର୍ଷୀୟ ସ୍ୱାତୀ ପରସ୍ପରକୁ ଭଲ ପାଉଥିଲେ। ତେବେ ଉଭୟଙ୍କ ଜାତି ଅଲଗା ହୋଇଥିବାରୁ ସ୍ୱାତୀଙ୍କ ପରିବାର ଲୋକ ଏହି ଭଲପାଇବାକୁ ସ୍ୱୀକୃତି ଦେଇ ନଥିଲେ। ପରିବାର ଲୋକଙ୍କ ଆପତ୍ତି ସତ୍ତ୍ୱେ ନନ୍ଦୀଶ ଓ ସ୍ୱାତୀ ୩ ମାସ ତଳେ ବିବାହ କରିବା ସହ ଘର ଛାଡ଼ି କର୍ଣ୍ଣାଟକା ଚାଲି ଯାଇଥିଲେ। ତେବେ ନଭେମ୍ବର ୧୦ରେ ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନ ଉଦ୍‌ବୋଧନ ଦେଉଥିବା ଏକ ସଭାରେ ଯୋଗଦେଇଥିବା ବେଳେ ଉଭୟଙ୍କୁ ସ୍ୱାତୀଙ୍କ ଜଣେ ଦୂର ସମ୍ପର୍କୀୟ ଦେଖି ଦେଇଥିଲେ।

ଏହାପରେ ସେ ତୁରନ୍ତ ସ୍ୱାତୀଙ୍କ ବାପା ଶ୍ରୀନିବାସଙ୍କୁ ଏସମ୍ପର୍କରେ ଜଣାଇଥିଲେ।

ସଭା ଶେଷ ହେବା ବେଳକୁ ଶ୍ରୀନିବାସ ଓ ତାଙ୍କର କିଛି ଭଡ଼ାଟିଆ ଗୁଣ୍ଡାମାନେ ଉଭୟଙ୍କୁ ଘେରି ଯାଇଥିଲେ। ଦୀର୍ଘ ସମୟଧରି ଏହାକୁ ନେଇ ନନ୍ଦୀଶ ଓ ଶ୍ରୀନିବାସଙ୍କ ମଧ୍ୟରେ ପାଟତୁଣ୍ଡ ହୋଇଥିଲା।

ଏହାପରେ ସମସ୍ତେ ପୁଲିସ୍‌ ଷ୍ଟେସନ୍‌ ଯିବାକୁ ରାଜିହୋଇଥିଲେ। କିନ୍ତୁ ଶ୍ରୀନିବାସ ଉଭୟଙ୍କୁ ପୁଲିସ୍‌ ଷ୍ଟେସନ୍‌ ବଦଳରେ ଶିଭାନସମୁଦ୍ରକୁ ନେଇଯାଇଥିଲେ। ସେଠାରେ ଶ୍ରୀନିବାସ ନନ୍ଦୀଶଙ୍କୁ ମାଡ଼ ମାରିବା ପରେ ସ୍ୱାତୀଙ୍କ ଆଗରେ ତାଙ୍କ ହାତଗୋଡ଼ ବାନ୍ଧି କାବେରୀ ନଦୀକୁ ଫିଙ୍ଗି ଦେଇଥିଲେ। ଏହାର କିଛି ସମୟରେ ସ୍ୱାତୀଙ୍କ ସହ ମଧ୍ୟ ସମାନ ଘଟଣା ଘଟିଥିଲା।

ନନ୍ଦୀଶ ଦଳିତ ସଂପ୍ରଦାୟର ହୋଇଥିବାରୁ ସ୍ୱାତୀଙ୍କ ପରିବାର ଲୋକ ଏଭଳି ବିବାହକୁ ବିରୋଧ କରୁଥିଲେ। ପୁଲିସ୍‌ ସ୍ୱାତୀଙ୍କ ବାପାଙ୍କୁ ଗିରଫ କରିଥିବା ବେଳେ ଏବେ ଅନ୍ୟମାନଙ୍କୁ ଗିରଫ କରିବାକୁ ଉଦ୍ୟମ ଜାରି ରଖିଛି।



from Odisha Reporter https://ift.tt/2DrE10e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages