ପାକ୍‌ ଉପରେ ଚୀନ୍‌ କ୍ଷୁବ୍ଧ: ପିଓକେ ଭାରତର ବୋଲି ଦେଖାଇଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 30, 2018

ପାକ୍‌ ଉପରେ ଚୀନ୍‌ କ୍ଷୁବ୍ଧ: ପିଓକେ ଭାରତର ବୋଲି ଦେଖାଇଲା

ବେଜିଂ: ପାକିସ୍ତାନର ବନ୍ଧୁ ଚୀନ୍‌ ମୁଡ୍‌ ଏବେ ବଦଳୁଥିବା ଦେଖିବାକୁ ମିଳିଛି। ଚୀନ୍‌ର ସରକାରୀ ଗଣମାଧ୍ୟମ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଭାରତରେ ବୋଲି ଏକ ମ୍ୟାପ୍‌ରେ ଦେଖାଇବା ପରେ ବେଜିଂ ଓ ଇସ୍‌ଲାମାବାଦ ମଧ୍ୟରେ ସବୁ କିଛି ଠିକ୍‌ ଠାକ ଚାଲି ନଥିବା ଆଶଙ୍କା କରାଯାଉଛି।

ଚୀନ୍‌ ଏଭଳି ପିଓକେକୁ ଭାରତର ବୋଲି ଦେଖାଇବା ବେଶ ଗୁରୁତ୍ୱବହନ କରୁଛି। କାରଣ ଡିସେମ୍ବର ୧୦ରେ ଭାରତ ଓ ଚୀନ୍‌ ମିଳିତ ସମରାଭ୍ୟାସ କରିବେ। ଏଥିସହ କର୍ତ୍ତାରପୁର ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିବା ବେଳେ ଏଭଳି ଘଟଣା ଘଟିଛି।

କରାଚିରେ ଥିବା ଚୀନ୍‌ କନସଲଟାଣ୍ଟ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଖବର ପ୍ରସାରଣ କରୁଥିବା ବେଳେ ଦେଶର ଗଣମାଧ୍ୟମ ପିଓକେକୁ ଭାରତର ବୋଲି ଦର୍ଶାଇଥିଲା। ଚୀନ୍‌ ନାଗରିକଙ୍କୁ ପାକିସ୍ତାନ ସରକାର ସୁରକ୍ଷା ଯୋଗାଇ ପାରୁ ନଥିବାରୁ ବେଜିଂ ଏଭଳି କ୍ଷୁବ୍ଧ ହୋଇଥିବା କୁହାଯାଉଛି।

ଚୀନ୍‌ ସରକାର ସର୍ବଦା କୌଣସି ଅନ୍ତର୍ଜାତୀୟ ପ୍ରସଙ୍ଗରେ ନିଜର ମତ ରଖିବା ପାଇଁ ସରକାରୀ ଗଣମାଧ୍ୟମର ବ୍ୟବହାର କରିଥାଆନ୍ତି। ତେଣୁ ଚୀନ୍‌ ସରକାର ଜାଣିଶୁଣି ପିଓକେକୁ ଭାରତର ଦର୍ଶାଇବା ପାଇଁ ଏଭଳି ମ୍ୟାପ୍‌ ପ୍ରସ୍ତୁତ କରିଥିଲେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହାକୁ ନେଇ ଏବେ ପାକିସ୍ତାନ ହରଡ଼ଘଣାରେ ପଡ଼ିଛି।



from Odisha Reporter https://ift.tt/2SjcZfH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages