ଆମିକସ୍‌କ୍ୟୁରୀ ସୁବ୍ରମଣ୍ୟମ୍‌ଙ୍କ ଆବେଦନ ଗ୍ରହଣ କଲେ ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 30, 2018

ଆମିକସ୍‌କ୍ୟୁରୀ ସୁବ୍ରମଣ୍ୟମ୍‌ଙ୍କ ଆବେଦନ ଗ୍ରହଣ କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପ୍ରଶାସନରେ ସଂସ୍କାର ଆଣିବାକୁ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ଆମିକସ୍‌କ୍ୟୁରୀ ଗୋପାଳ ସୁବ୍ରମଣ୍ୟମଙ୍କୁ ଦାୟିତ୍ୱରୁ ଅବ୍ୟାହତି ମିଳିଛି। ସୁବ୍ରମଣ୍ୟମଙ୍କ ଅବ୍ୟାହତି ଆବେଦନକୁ ଆଜି ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି।

ଆଜି ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଗୋପାଳ ସୁବ୍ରମଣ୍ୟମଙ୍କ ଆବେଦନକୁ ଗ୍ରହଣ କରି ତାଙ୍କୁ ଆମିକସକ୍ୟୁରୀ ଦାୟିତ୍ୱରୁ ମୁକ୍ତ କରିଛନ୍ତି। ଏହାସହ ଶ୍ରୀମନ୍ଦିର ସଂସ୍କାର ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁଆରୀ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି କୋର୍ଟ।

ସେପଟେ ଆସନ୍ତା ଡିସେମ୍ବର ଶେଷ ସପ୍ତାହ ସୁଦ୍ଧା ନୂଆ ଆମିକସକ୍ୟୁରୀ ନିଯୁକ୍ତି ସମ୍ଭାବନା ରହିଛି। ଶ୍ରୀମନ୍ଦିର ସଂସ୍କାର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଜି ଶୁଣାଣି ପୂର୍ବରୁ ଆମିକସ୍‌ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ବ୍ୟକ୍ତିଗତ କାରଣରୁ ଦାୟିତ୍ୱରୁ ଓହରି ଯାଇଥିଲେ। ଗତ ୨୫ ତାରିଖରେ ଏ ନେଇ ସେ ସୁପ୍ରିମକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖି ଜଣାଇଥିଲେ। ଶ୍ରୀମନ୍ଦିର ଅବ୍ୟବସ୍ଥା ମାମଲାରେ କୋର୍ଟଙ୍କୁ ସହଯୋଗ କରିବା ପାଇଁ ସୁବ୍ରମଣ୍ୟମଙ୍କୁ ଗତ ଜୁନ ୬ ତାରିଖରେ ସୁପ୍ରିମକୋର୍ଟ ନିଯୁକ୍ତ କରିଥିଲେ।

ଏହାପରେ ସେ ଗତ ସେପ୍ଟେମ୍ବର ୨୧ ଓ ୨୨ରେ ପୁରୀ ଆସି ବିଭିନ୍ନ ପକ୍ଷ ସହ ଆଲୋଚନା କରିଥିଲେ। ଗତ ଅକ୍ଟୋବର ୩୦ ତାରିଖରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହେବାର ଥିଲା। ତେବେ ସୁବ୍ରମଣ୍ୟମଙ୍କ ଅସୁସ୍ଥତା ଯୋଗୁ ଶୁଣାଣିକୁ ଆଜିକୁ ଘୁଞ୍ଚାଇ ଦିଆଯାଇଥିଲା।



from Odisha Reporter https://ift.tt/2RpmYjE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages