ଚକୋଲେଟ୍‌ ଦେଇ ଛାତ୍ରୀଙ୍କୁ…ଲମ୍ପଟ୍‌ ସାର୍‌ଙ୍କୁ ସାବାଡ୍‌ କଲେ ଲୋକେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 14, 2018

ଚକୋଲେଟ୍‌ ଦେଇ ଛାତ୍ରୀଙ୍କୁ…ଲମ୍ପଟ୍‌ ସାର୍‌ଙ୍କୁ ସାବାଡ୍‌ କଲେ ଲୋକେ!

ବାରିପଦା (ମାଲିକ ଲାଲ୍‌ ପାଣି): ଗୁରୁ-ଶିଷ୍ୟ ସମ୍ପର୍କରେ ଲାଗିଲା କଳଙ୍କର ଛିଟା! ଶିକ୍ଷାର ମନ୍ଦିର ବିଦ୍ୟାଳୟରେ ପାଠ ପଢ଼ାଇବା ପରିବର୍ତ୍ତେ ଜଣେ ଶିକ୍ଷକ ଚକୋଲେଟ୍‌ ଦେଇ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ ଘଟିଛି। ଏ ସମ୍ପର୍କରେ ଅଭିଭାବକମାନେ ଜାଣିପାରି ଲମ୍ପଟ ସାର୍‌ଙ୍କୁ କାବୁ କରି ନିସ୍ତୁକ ପିଟିଛନ୍ତି । ପୁଲିସ ତାଙ୍କୁ ଉଦ୍ଧାର କରି ପଚରାଉଚରା ଚଳାଇଛି।

ସବୁଦିନ ପରି ଗତକାଲି ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସିଥିଲେ। କିନ୍ତୁ ଜଣେ ଶିକ୍ଷକ ପାଠ ପଢ଼ାଇବା ବଦଳରେ କ୍ଳାସରୁମରେ ଛାତ୍ରୀଙ୍କୁ ଚକୋଲେଟ୍‌ ଦେଇ ଅସଦାଚରଣ କରିଥିଲେ। ଏ ସମ୍ପର୍କରେ ଛାତ୍ରୀମାନେ ଘରକୁ ଫେରି ନିଜ ପରିବାର ଲୋକଙ୍କୁ କହିଥିଲେ।

ଆଜି ସାର୍‌ ବିଦ୍ୟାଳୟ ଆସିଥିଲେ। ପୂର୍ବରୁ ଛପି ରହିଥିବା ଅଭିଭାବକମାନେ ତାଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ପରେ ଗୋଟିଏ ଘରେ ପୂରାଇ ତାଲା ପକାଇଦେଇଥିଲେ। ଏ ସମ୍ପର୍କରେ ପୁଲିସ ଖବର ପାଇ ସାର୍‌ଙ୍କୁ ଉଦ୍ଧାର କରି ଥାନାକୁ ନେଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2OD9rmp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages