ପୂର୍ତ୍ତ ବିଭାଗ ହେଉଛି ପିସି ରିସାଇକିଲିଂ ଫ୍ୟାକ୍ଟ୍ରି : କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 14, 2018

ପୂର୍ତ୍ତ ବିଭାଗ ହେଉଛି ପିସି ରିସାଇକିଲିଂ ଫ୍ୟାକ୍ଟ୍ରି : କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପ୍ରତି ବର୍ଷ ଲକ୍ଷ ଲକ୍ଷ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ବେକାର ହୋଇ ବୁଲୁଥିବାବେଳେ ଦୁର୍ନୀତି ଅଭିଯୋଗ ଥିବା ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ଅବସର ପରେ ପୁର୍ନବାର ଥଇଥାନ କରାଯାଉଛି। ରାଜ୍ୟର ପୂର୍ତ୍ତ ବିଭାଗ ଏବେ ପିସି ରିସାଇକିଲିଂ ଫ୍ୟାକ୍ଟ୍ରି ପାଲଟିଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

ଦଳର ମିଡିଆ ସେଲ ମୁଖ୍ୟ ସତ୍ୟପ୍ରକାଶ ନାୟକ, ମୁଖପାତ୍ର ମନୋଜ ମହାପାତ୍ର ଓ ସୋନାଲି ସାହୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ପୂର୍ତ୍ତ ବିଭାଗରେ ଉପରୁ ତଳ ପର୍ଯ୍ୟନ୍ତ ଆଡହକ୍ ଫର୍ମୁଲାରେ ଚାଲିଛି। ମୁଖ୍ୟମନ୍ତ୍ରୀ ମେକ୍ ଇନ୍ ଓଡିଶା କନକ୍ଲେଭରେ ରାଜ୍ୟର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତିର ଗୋଲାପୀ ଚିତ୍ର ଦେଖାଉଥିଲା ବେଳେ ବାସ୍ତବ ଚିତ୍ର କିନ୍ତୁ ସଂପୂର୍ଣ୍ଣ ଭିନ୍ନ। ସରକାରଙ୍କ ପାଇଁ ପିସି ଜରିଆରେ ନିର୍ବାଚନ ପାଣ୍ଠି ଯୋଗାଡ଼ କରୁଥିବା କିଛି ନିର୍ଦ୍ଦିଷ୍ଟ ଅଧିକାରୀଙ୍କୁ ପୂର୍ତ୍ତ ବିଭାଗରେ ପୁନର୍ବାର ଥଇଥାନ କରାଯାଇଛି।

ସିଏଜିଙ୍କ ଠାରୁ ଆରମ୍ଭ କରି ବିଶ୍ୱବ୍ୟାଙ୍କ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗରେ ବ୍ୟାପକ ଆର୍ଥିକ ଅନିୟମିତତାର ଅଭିଯୋଗ ଆସିବା ପରେ ମଧ୍ୟ ନଳିନୀକାନ୍ତ ପ୍ରଧାନଙ୍କୁ ଅବସର ପରେ ମୁଖ୍ୟମନ୍ତ୍ରୀ ପୁଣି ତାଙ୍କୁ ବର୍ଷିର୍କିଆ ଥଇଥାନ କରିବାର ଉଦ୍ଦେଶ୍ୟ ସ୍ପଷ୍ଟ ବାରି ହୋଇପଡୁଛି। ୧୯୮୪ ମସିହାରେ ନଳିନୀ ପ୍ରଧାନ ସହାୟକ ଯନ୍ତ୍ରୀ ଥିବା ସମୟରେ ସବୁର୍ଣ୍ଣପୁର ବ୍ରିଜ୍ ଭୁଶୁଡ଼ି ଥିଲା। ଶ୍ରୀ ପ୍ରଧାନ ୨୦୧୩ ଅଗଷ୍ଟ ୩ ତାରିଖରେ ପୂର୍ତ୍ତ ବିଭାଗର ସଚିବ ଭାବରେ ଦାୟିତ୍ୱ ଗ୍ରହଣ କଲାପରେ ଓଡିଶାରେ ସର୍ବାଧିକ ବ୍ରିଜ୍ ଭୁଶୁଡ଼ିବା ପୂର୍ତ୍ତ ବିଭାଗ ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।

ବାଙ୍କୀର ଜଟମୁଣ୍ଡିଆ ବ୍ରିଜ ଭୁଶୁଡ଼ିବା, ପୁରୀର ନେତାପୁର ବ୍ରିଜ୍ ଭୁଶୁଡ଼ିବା, କଟକ କାଠଯୋଡି ବ୍ରିଜରେ ୩୫ କୋଟି ଟଙ୍କାର ର୍ଦୁନୀତି ହୋଇଥିବାର ଅଭିଯୋଗ, ବମିଖାଲ ଓଭରବିଜ୍, ଜଟଣୀ ଓଭରବ୍ରିଜ୍, ଗୁରୁପ୍ରିୟା ସେତୁ ଭୁଶୁଡ଼ିବା ଘଟଣା ଓ ଗୁରୁପ୍ରିୟା ସେତୁରେ ୭୪ କୋଟିର ଘୋଟାଲାକୁ ସିଏଜି ଧରିଥିଲେ ମଧ୍ୟ ସରକାର ଏ ସମସ୍ତ ତଥ୍ୟକୁ ଆଖି ବୁଜିଦେଇଛନ୍ତି। ୨୦୧୮ ଅଗଷ୍ଟ ୨୧ରେ ସରକାର ପୁର୍ନବାର ୩୩ ଜଣ ଅବସରପ୍ରାପ୍ତ ଯନ୍ତ୍ରୀଙ୍କୁ ଓଏସଡି ପଦରେ ପୁନଃ ନିଯୁକ୍ତି ଦେଇଛନ୍ତି।

ସେହିପରି ପୂର୍ତ୍ତ ବିଭାଗରେ ଚିଫ୍ ଇଞ୍ଜିନିୟର ଓମ୍ ପ୍ରକାଶ ପଟେଲଙ୍କ ନାମରେ ଓଡିଶା ବ୍ରିଜ୍ କନଷ୍ଟ୍ରକ୍ସନ କର୍ପୋରେସନ ସମ୍ବଲପୁର ଡିଭିଜନରେ ଆସିଷ୍ଟାଣ୍ଡ ଇଂଜିନିୟର ଥିବା ସମୟରେ ବ୍ୟାପକ ଅନିୟମିତତାକୁ ସରକାର ଆଖି ବୁଜି ଦେଇ ତାଙ୍କୁ ଅବସର ପରେ ପୁନଃ ଥଇଥାନ କରିଛନ୍ତି। ଏହି ଅବସରପ୍ରାପ୍ତ ଯନ୍ତ୍ରୀମାନେ ସେମାନଙ୍କର ଅବସରକାଳୀନ ସମସ୍ତ ଭତ୍ତା ସରକାରଙ୍କ ଠାରୁ ନେଇ ସାରିବା ପରେ ସେମାନଙ୍କୁ ପୁନଃ ଥଇଥାନ କରିବା ଦ୍ୱାରା ସେମାନେ ସରକାରଙ୍କ ପାଖରେ ଆଉ ଉତ୍ତରଦାୟୀ ହୋଇ ରହି ପାରିବେ କି ବୋଲି କଂଗ୍ରେସ ପ୍ରଶ୍ନ କରିଛି।

ଦୀର୍ଘ ୧୮ ବର୍ଷର ଶାସନ କାଳରେ ୪୦ ହଜାର ଯୁବକଙ୍କୁ ସରକାରୀ ଚାକିରି ନିଯୁକ୍ତି ଦେଇ ନଥିଲା ବେଳେ ୫୦ ହଜାର ଅବସରପ୍ରାପ୍ତ ଅଧିକାରୀଙ୍କୁ ଓଏସଡି ଭାବେ ନିଯୁକ୍ତି ଦେବା କେତେଦୂର ସମୀଚୀନ ବୋଲି କଂଗ୍ରେସ ପ୍ରଶ୍ନ କରିଛି।

ସୂଚନାଯୋଗ୍ୟ ଗତ ଦୁଇଦିନ ପୂର୍ବରୁ ବିଜେପି ପକ୍ଷରୁ ଶକ୍ତି ସଚିବ ହେମନ୍ତ ଶର୍ମାଙ୍କୁ କଡ଼ା ସମାଲୋଚନା କରାଯାଇ ହଜାରେ କୋଟି ଟଙ୍କାର କିକବ୍ୟାକରେ ତାଙ୍କର ସମ୍ପୃକ୍ତି ଥିବା ଅଭିଯୋଗ କରାଯାଇଥିଲା ।



from Odisha Reporter https://ift.tt/2zcE7Wy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages