ଓଡ଼ିଶାର ଆତିଥେୟତା ଦେଖି ଭାବବିହ୍ୱଳ ସଲ୍‌ମାନ, କହିଲେ ଦହିବରା ଖାଇବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 28, 2018

ଓଡ଼ିଶାର ଆତିଥେୟତା ଦେଖି ଭାବବିହ୍ୱଳ ସଲ୍‌ମାନ, କହିଲେ ଦହିବରା ଖାଇବି

କଟକ (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ହେଉଛି ହକି ବିଶ୍ୱକପ୍‌। ଏହାର ଦ୍ୱିତୀୟ ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇଛନ୍ତି ବଲିଉଡ୍‌ର ଭାଇଜାନ୍‌ ସଲମାନ ଖାନ୍‌। କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ରଙ୍ଗରଙ୍ଗ କାର୍ଯ୍ୟକ୍ରମରେ ସେ ଯୋଗଦେଇଥିଲା। ଓଡ଼ିଶାବାସୀଙ୍କ ଆତିଥେୟତା ଦେଖି ସଲମାନ୍‌ ଖାନ୍‌ ଭାବବିହ୍ୱଳ ହୋଇ ପଡ଼ିଥିଲେ। ପ୍ରଥମଥର ପାଇଁ ଓଡ଼ିଶା ଆସି ଏଭଳି ଆତିଥେୟତା ପାଇବି ବୋଲି ଭାବି ନଥିଲି ବୋଲି ସେ ମଂଚରେ କହିଥିଲେ। ଯେତିକି ଭାବିଥିଲି, ତା ଠାରୁ ଢେର୍‌ ଅଧିକ ଅତିଥେୟତା ପାଇଥିବାରୁ ସେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେ କହିଛନ୍ତି-“ଏଠାକାର ଭାଇଚାରା ବହୁତ ଭଲ। ସମସ୍ତେ ଏଭଳି ରହିବା ଉଚିତ୍। କଟକର ପ୍ରସିଦ୍ଧ ଦହିବରା ଆଳୁଦମ ନିଶ୍ଚୟ ଖାଇବି।” ଶେଷରେ ‘ଜୟ ଜଗନ୍ନାଥ’ କହି ବକ୍ତବ୍ୟ ଶେଷ କଲେ ସଲମାନ ଖାନ୍‌।

ଅନ୍ୟପକ୍ଷରେ ବିଶ୍ୱକପ୍ କପ୍ ହକି ଉଦ୍‌ଘାଟନୀ ଉତ୍ସବର ପାର୍ଟ-ଟୁ ଦେଖିବାକୁ କଟକ ବାରବାଟୀ ଷ୍ଟାଡିୟମ୍‌ରେ ହୋଇଥିଲା ଜବରଦସ୍ତ ଭିଡ଼। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଏଥିରେ ବଲିଉଡ଼ ଭାଇଜାନ୍ ସଲମାନଙ୍କ ଜଲଓ୍ୱା ସାଙ୍ଗକୁ ସଂଗୀତ ନିର୍ଦ୍ଦେଶ ଏ.ଆର. ରେହମାନଙ୍କ ସଂଗୀତର ଯାଦୁରେ ଝୁମିଥିଲେ ଦର୍ଶକ। ବାରବାଟୀରେ ଉତ୍ସବ ଦେଖିବାକୁ ଆଜି ଅପରାହ୍ନ ସାଢ଼େ ୨ଟାରୁ ଷ୍ଟାଡିୟମ୍ ଭିତରକୁ ଯିବା ପାଇଁ ଲାଗି ଯାଇଥିଲା ଦର୍ଶକଙ୍କ ଲାଇନ୍। କିଏ ମୁହଁକୁ ତ୍ରିରଙ୍ଗାରେ ସଜେଇଥିଲା ତ ପୁଣି କିଏ ଟିକେଟ୍ ଟିଏ ପାଇ ଭାରି ଖୁସି ଅନୁଭବ କରୁଥିଲା।

ଦେଖନ୍ତୁ ସଲ୍‌ମାନ୍‌ ଖାଁଙ୍କ ଭିଡିଓ ଓ ଫ୍ୟାନ୍‌ଙ୍କ ପ୍ରତିକ୍ରିୟା।

 



from Odisha Reporter https://ift.tt/2DORWO5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages