ଡିସେମ୍ବର ୩୧ରେ ବହାହେବେ ରାକ୍ଷୀ ସାୱନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 28, 2018

ଡିସେମ୍ବର ୩୧ରେ ବହାହେବେ ରାକ୍ଷୀ ସାୱନ୍ତ

ମୁମ୍ବାଇ: ବଲିଉଡ୍‌ରେ ଏବେ ବିବାହର ଋତୁ ଚାଲିଛି। ପ୍ରଥମେ ଦୀପିକା ଓ ରଣବୀର ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ଆସନ୍ତା ୨ ତାରିଖରେ ପ୍ରିୟଙ୍କା ଚୋପ୍ରା ମଧ୍ୟ ହାତକୁ ଦି’ହାତ ହେବେ। ତେବେ ଏହିକ୍ରମରେ ଏବେ ବଲିଉଡ୍‌ର ଆଇଟମ୍‌ ଗାର୍ଲ ରାକ୍ଷୀ ସାୱନ୍ତ ମଧ୍ୟ ବାହା ହେବାକୁ ଯାଉଛନ୍ତି।

ବଲିଉଡ୍‌ର ଏହି କଣ୍ଟ୍ରଭର୍ସି କୁଇନ୍‌ ଆସନ୍ତା ଡିସେମ୍ବର ୩୧ରେ ବାହା ହେବେ ବୋଲି ଆଜି ଘୋଷଣା କରିଛନ୍ତି। ସେ ଦୀପକ କଲାଲ ନାମକ ଜଣେ ବ୍ୟକ୍ତିଙ୍କୁ ବାହା କରିବାକୁ ଯାଉଥିବା କଥା କହିଛନ୍ତି। ପ୍ରଥମେ ରାକ୍ଷୀ ନିଜର ବାହାଘର କଥା ଇନଷ୍ଟାଗ୍ରାମରେ ଉଲ୍ଲେଖ କରିଥିଲେ।

ଏହାପରେ ତାଙ୍କୁ ଯୋଗାଯୋଗ କରାଯିବାରୁ ସେ ଏହା ସତ ବୋଲି କହିଛନ୍ତି। ରାକ୍ଷୀ ବିବାହ କରୁଥିବା ଦୀପକ ଜଣେ ସୋଶାଲ୍‌ ମିଡିଆ ବ୍ୟକ୍ତିବିଶେଷ। ତାଙ୍କ ବିଷୟରେ ଅଧିକ କିଛି ତଥ୍ୟ ମିଳିପାରି ନାହିଁ। ତେବେ ସେ ଇଣ୍ଡିଆ ଗଟ୍‌ ଟ୍ୟାଲେଣ୍ଟ୍‌ରେ ଭାଗ ନେଇଥିଲେ।
ରାକ୍ଷୀ କହିଛନ୍ତି, “ ଏବେ ବଲିଉଡ୍‌ରେ ସମସ୍ତେ ବାହା ହେଉଛନ୍ତି। ତେଣୁ ମୁଁ ମଧ୍ୟ ବାହାଘର ପାଇଁ ଏହା ଉପଯୁକ୍ତ ସମୟ ବୋଲି ଭାବିଛି। ମୋ ବାହାଘର ଲସ୍‌ ଆଞ୍ଜେଲ୍ସରେ ହେବ।

ଏହି ବାହାଘର କାର୍ଯ୍ୟକ୍ରମରେ ବଲିଉଡ୍‌ର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌ ଓ କରନ ଜୋହରଙ୍କ ଭଳି ବ୍ୟକ୍ତି ବିଶେଷ ଯୋଗଦେବେ। ବାହାଘର ପରେ ଭାରତର ମଧ୍ୟ କିଛି କାର୍ଯ୍ୟକ୍ରମର ଆୟୋଜନ ହେବ। ମୁଁ ବଲିଉଡ୍ର ସମସ୍ତଙ୍କୁ ନିମନ୍ତ୍ରଣ କରିବି। କିନ୍ତୁ ମୁଁ ଜାଣିନି କେଉଁମାନେ ସବୁ ମୋ ବାହାଘରରେ ଯୋଗଦେବେ। କିନ୍ତୁ ଶାହରୁଖ ଏବଂ କରନନ ଯୋଗେଦେବେ ବୋଲି ମୁଁ ଭଲ ଭାବେ ଜାଣିଛି। ଏମାନଙ୍କ ବ୍ୟତୀତ ଖଲି ମଧ୍ୟ ଲସ୍‌ ଆଞ୍ଜେଲ୍ସ ଯିବେ।”

ବାହାଘର ପାଇଁ ରାକ୍ଷୀ ମଧ୍ୟ କାର୍ଡ ଛାପି ସାରିଛନ୍ତି। କିନ୍ତୁ ଏହି କାର୍ଡରେ କେତେ ସତ୍ୟତା ରହିଛି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।



from Odisha Reporter https://ift.tt/2Qp1qX4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages