ଅସିତ୍ ତ୍ରିପାଠୀ ହେଲେ ଉନ୍ନୟନ କମିଶନର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 30, 2018

ଅସିତ୍ ତ୍ରିପାଠୀ ହେଲେ ଉନ୍ନୟନ କମିଶନର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୧୯୮୬ ବ୍ୟାଚ୍ ଆଇଏଏସ୍‌ ଅଫିସର ଅସିତ୍ ତ୍ରିପାଠୀ ରାଜ୍ୟ ଉନ୍ନୟନ କମିଶନର ଭାବେ ନିଯୁକ୍ତି ପାଇଛନ୍ତି। ସେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ।

ଉନ୍ନୟନ କମିଶନର ଆର୍‌.ବାଲକ୍ରିଷ୍ଣନ୍ ଓ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ସଂଗ୍ରାମ କିଶୋର ମିଶ୍ର ଆଜି ସରକାରୀ ଚାକିରିରୁ ଅବସର ନେବାପରେ ରାଜ୍ୟ ସରକାର ପ୍ରଶାସନିକସ୍ତରରେ ଏହି ଅଦଳବଦଳ କରିଛନ୍ତି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମିିଳିଥିବା ସୂଚନା ଅନୁସାରେ, ୧୯୮୫ ବ୍ୟାଚ୍ ଆଇଏଏସ୍‌ ଗଗନ କୁମାର ଧଳଙ୍କୁ ପଛରେ ପକାଇ ୧୯୮୬ ବ୍ୟାଚର ଶ୍ରୀ ତ୍ରିପାଠୀ ରାଜ୍ୟର ନୂଆ ଉନ୍ନୟନ କମିଶନର ହୋଇଛନ୍ତି। ଶ୍ରୀ ତ୍ରିପାଠୀ ପୂର୍ବଭଳି ଗୃହ ବିଭାଗ ଦାୟିତ୍ୱରେ ରହିବେ। ସେ ୨୦୧୫ ଏପ୍ରିଲ ୨୨ ତାରିଖରୁ ଗୃହ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।

ସେହିପରି ସଂଗ୍ରାମ ମିଶ୍ରଙ୍କ ଅବସର ପରେ ଖାଲି ପଡ଼ିଥିବା ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ପଦବୀରେ ସମବାୟ ସଚିବ ରଞ୍ଜନା ଚୋପ୍ରା ଅତିରିକ୍ତ ଦାୟିତ୍ୱ ଭାବେ କାର୍ଯ୍ୟ କରିବେ। ଏହା ବ୍ୟତୀତ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଅତିରିକ୍ତ ଭାବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ।ଉଲ୍ଲେଖ ଯୋଗ୍ୟ ଉନ୍ନୟନ କମିଶନରଙ୍କୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବାକୁ ଅନୁମତି ମିଳିଥାଏ।



from Odisha Reporter https://ift.tt/2E5RP1C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages