ହକି ବିଶ୍ୱକପ୍‌: ବିଜୟରୁ ଡିଫେଣ୍ଡିଂ ଚାମ୍ପିୟନ୍‌ ଅଷ୍ଟ୍ରେଲିଆର ଅଭିଯାନ ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 30, 2018

ହକି ବିଶ୍ୱକପ୍‌: ବିଜୟରୁ ଡିଫେଣ୍ଡିଂ ଚାମ୍ପିୟନ୍‌ ଅଷ୍ଟ୍ରେଲିଆର ଅଭିଯାନ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ଥରର ବିଶ୍ୱ ବିଜେତା ତଥା ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ବିଜୟରୁ ତା’ର ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିଛି। କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଥିବା ହକି ବିଶ୍ୱକପ୍‌ ତୃତୀୟ ଦିନର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଆୟର୍ଲ୍ୟାଣ୍ଡକୁ ୨-୧ ଗୋଲରେ ପରାସ୍ତ କରିଛି।

ମ୍ୟାଚ୍ ଆରମ୍ଭରୁ ଆୟର୍ଲ୍ୟାଣ୍ଡ ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ଉପରେ ଚାପ ସୃଷ୍ଟି କରିଥିଲା। ଆୟର୍ଲ୍ୟାଣ୍ଡକୁ ମ୍ୟାଚ୍‌ର ୪ର୍ଥ ମିନିଟ୍‌ରେ ଗୋଲ କରିବାକୁ ସୁଯୋଗ ମିଳିଥିଲେ ହେଁ ଅଷ୍ଟ୍ରେଲିଆ ଗୋଲକିପର ଏହାକୁ ଭଣ୍ଡୁର କରିଦେଇଥିଲେ।

ଏହାପରେ ଅଷ୍ଟ୍ରେଲିଆ ପ୍ରତିଆକ୍ରମଣ କରି ମ୍ୟାଚ୍‌ର ୧୧ତମ ମିନିଟ୍‌ରେ ଆୟର୍ଲ୍ୟାଣ୍ଡକୁ ଗୋଲ ଦେଇଥିଲା। ଏହି ଗୋଲଟି ବ୍ଲାକେ ଗୋଭରସ୍‌ ଦେଇଥିଲେ। ଫଳରେ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ହୋଇଯାଇଥିଲା।

କିନ୍ତୁ ଏହାର ଦୁଇ ମିନିଟ୍‌ ପରେ ଆୟର୍ଲ୍ୟାଣ୍ଡ ପକ୍ଷରୁ ଶେନ୍‌ ଓ’ ଡୋନୋଘୁ ଗୋଲ ଦେଇ ସ୍ଥିତି ୧-୧ରେ ବରାବର କରିଥିଲେ। ଏହାପରେ ପ୍ରଥମ କ୍ୱାର୍ଟର ଶେଷ ହୋଇଥିଲା। ଦ୍ୱିତୀୟ କ୍ୱାର୍ଟରଟି ଗୋଲ ଶୂନ୍ୟ ରହିଥିଲା।

ତେବେ ତୃତୀୟ କ୍ୱାର୍ଟର ଆରମ୍ଭରୁ ଅଷ୍ଟ୍ରେଲିଆ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲା। ଦଳ ପକ୍ଷରୁ ମ୍ୟାଚ୍‌ର ୩୩ତମ ମିନିଟ୍‌ରେ ଟିମୋଥୀ ବ୍ରାଣ୍ଡ ଫିଲ୍ଡ୍‌ ଗୋଲ୍‌ ଦେଇ ଦଳକୁ ୨-୧ରେ ଆଗୁଆ କରିଦେଇଥିଲେ।

ଆୟର୍ଲ୍ୟାଣ୍ଡ କମ୍‌ବ୍ୟାକ୍‌ କରିବାକୁ ଚେଷ୍ଟା କରିଥିଲେ ହେଁ ଅଷ୍ଟ୍ରେଲିଆ ଏହାକୁ ରୋକିବାରେ ସମର୍ଥ ହୋଇଥିଲା। ୪ର୍ଥ କ୍ୱାର୍ଟର ଗୋଲ ଶୂନ୍ୟ ରହିବା ପରେ ଅଷ୍ଟ୍ରେଲିଆ ମ୍ୟାଚ୍‌ଟିକୁ ୨-୧ରେ ଜିତିବା ସହ ପୂର୍ଣ୍ଣ ୩ ପଏଣ୍ଟ ହାସଲ କରିଥିଲା। ମ୍ୟାଚ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଟିମୋଥୀ ବ୍ରାଣ୍ଡକୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।



from Odisha Reporter https://ift.tt/2SrjJZh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages