ବିଶ୍ୱାସରେ ବିଷ ଦେଇଦେଲା ବନ୍ଧୁ: ସାହାଯ୍ୟ କରିବାକୁ କହି ଦୁଷ୍କର୍ମ କଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 1, 2018

ବିଶ୍ୱାସରେ ବିଷ ଦେଇଦେଲା ବନ୍ଧୁ: ସାହାଯ୍ୟ କରିବାକୁ କହି ଦୁଷ୍କର୍ମ କଲା

ଫୁଲବାଣୀ (ତ୍ରିନାଥ ସାହୁ): ଚିହ୍ନା ଲୋକ ବୋଲି ଭାବି ସାଥୀରେ ଯାଇଥିଲେ। ମାତ୍ର ଜାଣିନଥିଲେ ଯାହା ସହିତ ଯାଇଥିଲେ ସେ ଲମ୍ପଟ ସାଜିବ। ବିଶ୍ୱାସରେ ବିଷ ଦେଇ ମଦ ନିଶାରେ ଚୁର୍‌ ହୋଇ ସମ୍ପୃକ୍ତ ଯୌନ ପିପାଷୁ ବ୍ୟକ୍ତି, ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ଦୁଷ୍କର୍ମ କରିବ। ଆଉ ଶେଷରେ ତାଙ୍କୁ ଅଚେତ ଅବସ୍ଥାରେ ଛାଡ଼ି ଚାଲିଯିବ। ଆଜି ଏମିତି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ଫୁଲବାଣୀ ଜିଲ୍ଲାର ଚକାପାଦ ଥାନା ଅଞ୍ଚଳରେ। ମହିଳାଙ୍କୁ ଏବେ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

ପୂରା ଘଟଣା ଏମିତି। ଆଜି ସକାଳେ ଚକାପାଦ ଥାନା ଅଞ୍ଚଳର ଜଣେ ମହିଳା ଫୁଲବାଣୀ ଅଭିମୁଖେ ଚାଲି ଚାଲି ଯାଉଥିଲେ। ଏହି ସମୟରେ ଜଣେ ପରିଚିତ ବ୍ୟକ୍ତିଙ୍କ ସହିତ ୪ ଜଣ ଯୁବକ ଆସି ବାଇକ୍‌ରେ ଯିବାକୁ ମହିଳାଙ୍କୁ କହିଥିଲେ। ପରିଚିତ ବ୍ୟକ୍ତିଙ୍କ କଥାରେ ବିଶ୍ୱାସ କରି ମହିଳା ଜଣକ ସେମାନଙ୍କ ସାଥୀରେ ଯାଇଥିଲେ। କିନ୍ତୁ ଜାଣିପାରି ନଥିଲେ ସେମାନଙ୍କ ଫନ୍ଦି। କିଛି ବାଟ ଗଲା ପରେ ସେମାନେ ଟିକାବାଲିଠାରେ ଅଟକିଥିଲେ। ଏପରିକି ସେଠାରେ ମଦ ମଧ୍ୟ ପିଇଥିଲେ। ମଦ ପିଇବା ଦେଖି ଘରକୁ ଫେରିବା ପାଇଁ ମହିଳା ଜଣକ ସେମାନଙ୍କୁ ଅନୁରୋଧ କରିଥିଲେ। ତା’ପରେ ସେମାନେ ଘରକୁ ଫେରିଥିଲେ।

କିଛି ବାଟ ଗଲା ପରେ ୪ ଯୁବକ ମହିଳାଙ୍କ ଆଖିରେ କଳାପଟି ଓ ହାତଗୋଡ଼କୁ ଦୌଡ଼ିରେ ବାନ୍ଧି ଦେଇଥିଲେ। ତା’ପରେ ମହିଳାଙ୍କୁ ଏକ ପରିତ୍ୟକ୍ତ ଘର ଭିତରକୁ ଟେକି ନେଇ ୪ ଜଣଙ୍କ ଭିତରେ ଜଣେ ଯୁବକ ଦୁଷ୍କର୍ମ କରିଥିଲା। ମହିଳା ଜଣକ ସଂଜ୍ଞା ହରାଇବାରୁ ଯୁବକମାନେ ତାଙ୍କୁ ଛାଡ଼ି ସେଠାରୁ ଚମ୍ପଟ ମାରିଥିଲେ। ଗଲାବେଳେ ମହିଳାଙ୍କ ପାଖରେ ଥିବା ୭୦୦୦ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି।

ଚେତା ଫେରିବା ପରେ ମହିଳା ଜଣକ ଏକ ପରିତ୍ୟକ୍ତ ଘରେ ପଡ଼ିଥିବା ଜାଣି ପାରିଥିଲେ। ଏହାପରେ ସେ ଲୋକଲଜ୍ଜା ଭୟରେ ଏକ ପଥରରେ ମୁଣ୍ଡ ପିଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସ୍ଥାନୀୟ ଲୋକେ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ, ତାଙ୍କୁ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ମହିଳାଙ୍କ ବୟାନ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏ ପର୍ଯ୍ୟନ୍ତ କାହାକୁ ଗିରଫ କରିନାହିଁ।



from Odisha Reporter https://ift.tt/2zngXvW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages