ଆସନ୍ତାକାଲିର ସାଧାରଣ ପରିଷଦ ବୈଠକରେ ନିର୍ଦ୍ଧାରିତ ହେବ ଓକିଲ ଆନ୍ଦୋଳନର ଭାଗ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 1, 2018

ଆସନ୍ତାକାଲିର ସାଧାରଣ ପରିଷଦ ବୈଠକରେ ନିର୍ଦ୍ଧାରିତ ହେବ ଓକିଲ ଆନ୍ଦୋଳନର ଭାଗ୍ୟ

highcourt

କଟକ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇମାସରୁ ଅଧିକ ଦିନ ଧରି ଚାଲିଥିବା ଓକିଲ ଆନ୍ଦୋଳନର ଭାଗ୍ୟ ଆସନ୍ତାକାଲି ଓଡ଼ିଶା ହାଇକୋର୍ଟ ବାର ଆସୋସିଏନର ସାଧାରଣ ପରିଷଦ ବୈଠକ ନିର୍ଣ୍ଣୟ କରିବ। ତେଣୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଆସନ୍ତାକାଲି ପର୍ଯ୍ୟନ୍ତ ଜାରି ରଖିବାକୁ ନିଷ୍ପତ୍ତି ହୋଇଛି।

ହାଇକୋର୍ଟ ବାର ଆସୋସିଏନର ସଭାପତି ଶ୍ରୀକାନ୍ତ କୁମାର ନାୟକ ଏ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ଓକିଲ ଆନ୍ଦୋଳନରୁ ଗୋଟିଏ ଗୋଷ୍ଠୀ ଓହରିଯିବା ଓ ହାଇକୋର୍ଟ ପରିସରରେ ଯେଉଁ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହେଲା ତାହା ଉପରେ ଆଲୋଚନା ପାଇଁ ଆଜି ହାଇକୋର୍ଟ ବାର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ରାଜ୍ୟର ୭୫ଟି ବାରର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ବୈଠକରେ ବହୁ ସମୟ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ଆସନ୍ତାକାଲି ଏସବୁ ପ୍ରସଙ୍ଗକୁ ସାଧାରଣ ପରିଷଦ ବୈଠକରେ ଉପସ୍ଥାପନ କରାଯିବ। ସେଠାରେ ଯାହା ନିଷ୍ପତ୍ତି ହେବ ତାକୁ ସମସ୍ତ ବାର ଗ୍ରହଣ କରିବେ ବୋଲି ମତ ଦେଇଛନ୍ତି। ଆସନ୍ତାକାଲି ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ। ଓକିଲଙ୍କ ଆନ୍ଦୋଳନକୁ ବିଜେପି ଓ କଂଗ୍ରେସ ଉସକାଉଛି ବୋଲି ବାରବାଟୀ ବିଧାୟକ ଦେବାଶୀଷ ସାମନ୍ତରାୟ ଦେଇଥିବା ବୟାନ ଉପରେ ଶ୍ରୀ ନାୟକ କୌଣସି ମତାମତ ଦେବାକୁ ମନା କରିଦେଇଥିଲେ।

ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁସାରେ ବିଜେଡି ଆଇନ ସାମ୍ମୁଖ୍ୟର ୪ଜଣ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ଆଜି ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସହମତି ହୋଇପାରିନି। ଏହି ପ୍ରସଙ୍ଗରେ ହାଇକୋର୍ଟ ବାର ଆସୋସିଏସନ ଯାହା ନିଷ୍ପତ୍ତି ନେବ ସେଥିରେ ଅନ୍ୟ ବାରଗୁଡ଼ିକ ସହମତ ହେବେ ବୋଲି ଶ୍ରୀ ନାୟକ କହିଥିଲେ। ଆସନ୍ତାକାଲି ଅପରାହ୍ନ ୨ଟାରେ ସାଧାରଣ ପରିଷଦ ବୈଠକ ବସିବ।

ଏତେଦିନ ପରେ ମୁହଁ ଖୋଲିଲେ ନରସିଂହ

ଓକିଲମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରସଙ୍ଗରେ ଶେଷରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମୁହଁ ଖୋଲିଛନ୍ତି। ସାଧାରଣ ଲୋକ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ନ୍ୟାୟ ପାଇବା ହେଉଛି ନାଗରିକଙ୍କ ମୌଳିକ ଅଧିକାର ଓ ଏହାକୁ ସୁରକ୍ଷା ଦେବା ହେଉଛି ସରକାରଙ୍କ କର୍ତ୍ତବ୍ୟ। କିନ୍ତୁ ସରକାର ଏଥିପ୍ରତି ଆନ୍ତରିକତା ଦେଖାଉନାହାନ୍ତି। ସରକାରଙ୍କ ମନୋଭାବକୁ ସେ ନିନ୍ଦା କରିବା ସହ ଆଇନଜୀବୀମାନେ ଏତେ ଜିଦ ଧରିବା ଉଚିତ୍ ନୁହେଁ ବୋଲି କହିଛନ୍ତି। ଯଦି ଓକିଲମାନଙ୍କ ଦାବି ଯଥାର୍ଥ ତା’ହେଲେ ସେମାନେ ତାଙ୍କ ବିଦ୍ୟାବୁଦ୍ଧି ଲଗାଇ ଆଇନର ଆଶ୍ରୟ ନେଇ ତାଙ୍କ ଦାବି ହାସଲ କରିବା ଉଚିତ୍। ସରକାର ବି ଏହି ବିବାଦରେ ତୁରନ୍ତ ହସ୍ତକ୍ଷେପ କରି ଲୋକମାନେ କିପରି ନ୍ୟାୟ ପାଇବେ ତାହା ଦେଖିବା ଉଚିତ୍ ବୋଲି ଶ୍ରୀ ମିଶ୍ର କହିଛନ୍ତି।

 



from Odisha Reporter https://ift.tt/2SHA7Wq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages