ସୋନିଆଙ୍କ ସିଂହାସନ ଦଖଲ ପାଇଁ ବଳି ପଡ଼ିଥିଲେ ଦଳିତ କଂଗ୍ରେସ ନେତା ସୀତାରାମ୍‌ କେଶରୀ: ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 18, 2018

ସୋନିଆଙ୍କ ସିଂହାସନ ଦଖଲ ପାଇଁ ବଳି ପଡ଼ିଥିଲେ ଦଳିତ କଂଗ୍ରେସ ନେତା ସୀତାରାମ୍‌ କେଶରୀ: ମୋଦି

ରାୟପୁର: ଅଣ ଗାନ୍ଧି ପରିବାର ସଭାପତି ପ୍ରସଙ୍ଗ ପାଇଁ ଏବେ ଅଡ଼ୁଆରେ ପଡ଼ିଛି କଂଗ୍ରେସ। ଗତକାଲି ଚିଦାମ୍ବରମ୍‌ କିଛି ଏଭଳି ବ୍ୟକ୍ତିଙ୍କ ନାମର ତାଲିକା ଦେବାପରେ ସେହି ତାଲିକା ଆଧାରରେ ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ଅଭିଯୋଗ ଆଣି ମନେପକାଇ ଦେଇଛନ୍ତି କିଭଳି ଭାବେ ଦଳିତମାନଙ୍କର ନେତୃତ୍ୱ ନେଇଆସିଥିବା ବରିଷ୍ଠ କଂଗ୍ରେସ ନେତା ତଥା ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷ ସୀତାରାମ୍‌ କେଶରୀଙ୍କୁ ବଳି ପକାଇ ସୋନିଆ ଗାନ୍ଧି ନେତୃତ୍ୱ ନେଇଥିଲେ। ୧୯୯୬ରୁ ୧୯୯୮ ମସିହାଯାଏ ଏହି ଦାୟିତ୍ୱ ସମ୍ଭାଳିଥିବା ସୀତାରାମ୍‌ଙ୍କୁ କଂଗ୍ରେସ କାର୍ଯ୍ୟାଳୟରୁ ବାହାର କରି ଫୁଟ୍‌ପାଥ୍‌କୁ ନେଇଆସିଥିବା ଅଭିଯୋଗ ଆଣିଛନ୍ତି ମୋଦି।

ସୂଚନାଯୋଗ୍ୟଯେ ୧୯୯୮ ମସିହା ପୂର୍ବରୁ ଦୁଇ ବର୍ଷ ଧରି ରାଜନୀତିକୁ ନା କହି ଆସୁଥିବା ସୋନିଆ ହଠାତ ଏହି ଦିଗରେ ମନ ବଳାଇଥିଲେ। ବର୍ତ୍ତମାନ କୋମା ଅବସ୍ଥାରେ ଥିବା ସେବା ଦଳର ପ୍ରମୁଖ ସଦସ୍ୟ ତଥା ତୃଣମୂଳସ୍ତରର ନେତା ସ୍ୱର୍ଗତ ସୀତରାମ ଏଥିରେ ବଳି ପଡ଼ିଥିଲେ। ଦିନଥିଲା ସେ ଥିଲେ କଂଗ୍ରେସର ସବୁଠାରୁ ଅଧିକ ବିଶ୍ୱସ୍ତ କର୍ମୀ। ସେଥିପାଇଁ ତାଙ୍କ ନାମରେ ନାରା ତିଆରି ହୋଇଥିଲା, “ନା ଖାତା ନା ବହି, ଯୋ କେଶରୀ କହେ ୱ ସହି”।

କୁହାଯାଏ ୧୯୯୮ ମସିହା ନିର୍ବାଚନରେ କଂଗ୍ରେସର ମୁଖ୍ୟ ପ୍ରଚାରକ ଭୂମିକାରେ କେଶରୀଙ୍କ ବଦଳରେ ସୋନିଆ ଆଗକୁ ଆସିଥିଲେ। ତାଙ୍କୁ ଦେଖିବାକୁ ଏବଂ ଭାଷଣ ଶୁଣିବାକୁ ଭିଡ଼ ଜମିଥିଲେ ମଧ୍ୟ ଭୋଟ୍‌ରେ ଏହାର ବିପରୀତ ହୋଇଥିଲା। କିନ୍ତୁ ଏହି ପରାଜୟ ପରେ କେଶରୀଙ୍କୁ ପଦ ଛାଡ଼ିବାକୁ କୁହାଯାଇଥିଲା ଏହାପରେ ଉପୁଜିଥିବା ଅନ୍ତର୍କନ୍ଦଳ ଜନ୍ମଦେଇଥିଲା ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟିକୁ।



from Odisha Reporter https://ift.tt/2qUOGsZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages