“କାର୍‌ରେ ବୁଲି ଦାରୁ ଖୋଜିବାକୁ ନିଷ୍ପତ୍ତି ନେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 17, 2018

“କାର୍‌ରେ ବୁଲି ଦାରୁ ଖୋଜିବାକୁ ନିଷ୍ପତ୍ତି ନେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ”

ପୁରୀ (ଓଡ଼ିଶା ରିପୋର୍ଟର): “ମହାପ୍ରଭୁଙ୍କ ସହ ଖେଳ ଖେଳାଯାଇଛି। ନବକଳେବର ବିଭ୍ରାଟରେ ସବୁ ବଡ଼ବଡ଼ିଆ ସମ୍ପୃକ୍ତ ଅଛନ୍ତି। ସବୁ ଅବ୍ୟବସ୍ଥାରେ ମୂଳରେ ରହିଛନ୍ତି ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର। ନବକଳେବର ନିମନ୍ତେ ମହାପ୍ରଭୁଙ୍କର ଦାରୁ ଖୋଜା ପଛରେ କିକ୍‌ବ୍ୟାକ କାମ କରୁଛି। ଘଟ ପରିବର୍ତ୍ତନ ବେଳେ ନୀତିରେ ବିଳମ୍ବ ଘଟିଛି। ଏପରିକି ଏହି ସମୟରେ ଶ୍ରୀମନ୍ଦିର ଭିତରକୁ ମୋବାଇଲ ମଧ୍ୟ ଯାଇଥିଲା। କିଛି ନିର୍ଦ୍ଦିଷ୍ଟ ବାଡ଼ଗ୍ରାହୀଙ୍କ ସହ ରାତିତମାମ୍‌ ନିୟମିତ ବ୍ୟବଧାନରେ କଥା ହେଉଥିଲେ ସୁରେଶ ମହାପାତ୍ର। ବିରୋଧ କରିବାରୁ ମୋତେ ବି ଜେଲ୍‌ରେ ପୂରାଇ ଦେଇଥିଲେ।”

ଏଭଳି ଵିସ୍ଫୋରକ  ବୟାନ ଦେଇଛନ୍ତି ଦଇତାପତି ନିଯୋଗ ସମ୍ପାଦକ ପ୍ରେମାନନ୍ଦ ଦାସମହାପାତ୍ର। ଏ ସମଗ୍ର ଘଟଣା ପଛରେ ତତ୍କାଳୀନ ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ରଙ୍କ ପ୍ରଚ୍ଛନ୍ନ ହାତ ଅଛି ବୋଲି ସେ ଖୋଲାଖୋଲି କହିଛନ୍ତି।

ଶ୍ରୀ ଦାସମହାପାତ୍ର କହିଛନ୍ତି, ବନଯାଗ ବିଧି ଅନୁସାରେ ଶଗଡ଼ରେ ଦାରୁ ଖୋଜାକୁ ସୁରେଶ ବିରୋଧ କରିଥିଲେ ଓ କାର୍‌ରେ ବୁଲି ଦାରୁ ଖୋଜିବେ ବୋଲି ନିଷ୍ପତ୍ତି ନେଇଥିଲେ। ରାତି ତମାମ୍‌ ବୁଲ ବୁଲି ସବୁ ନୀତି ନିୟମକୁ ଜଳାଞ୍ଜଳି ଦେଇ ଏସି କାରରେ ଦାରୁ ଖୋଜାଯାଇଥିଲା। ଦାରୁଚୟନ କରିବା ପଛରେ ମଧ୍ୟ ଡିଲ୍ ହୋଇଛି। ବାଡ଼ଗ୍ରାହୀଙ୍କ ସହ ସୁରେଶ ମହାପାତ୍ର ଫୋନଯୋଗେ ଯୋଗାଯୋଗରେ ଥିଲେ। ଏଣୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ତିନୋଟି ଦାରୁ ମିଳିଲା।

 ବ୍ରହ୍ମ ପରିବର୍ତ୍ତନ ନୀତି ସମୟରେ ଦୁଇ ଭଗାରିଙ୍କ ସହ ବଚସା ଯୋଗୁଁ ବ୍ରହ୍ମ ପରିବର୍ତ୍ତନ ନୀତିରେ ବିଳମ୍ବ ହୋଇଥିଲା। ଆଉ କୌଣସି ବିଭ୍ରାଟ ହୋଇନାହିଁ ବୋଲି ସେ କହିଛନ୍ତି।



from Odisha Reporter https://ift.tt/2Ka1yEr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages