
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବନ୍ଦ ହେବନି ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ। ଏବେ ସାମୟିକ ଭାବେ ସ୍ଥଗିତ ରହିଥିବା ଏହି ପ୍ରକଳ୍ପକୁ ନେଇ ଆଗାମୀ ଦିନରେ ତର୍ଜମା ଓ ଆଲୋଚନା-ପର୍ଯ୍ୟାଲୋଚନା କରିବା ପରେ ଏହା ପୁଣି ଆଗେଇବ ବୋଲି ସୂଚନା ଦେଇଛନ୍ତି ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ (NTCA) ଆଇଜି। ଦୁଇ ଦିନିଆ ସାତକୋଶିଆ ଗସ୍ତ ଶେଷ ପରେ ଆଜି ଗଣମାଧ୍ୟମକୁ ଏହା କହିଛନ୍ତି ଏନ୍ଟିସିଏ ଆଇଜି ଅମିତ ମଲ୍ଲିକ।
ଗତ ଦୁଇ ଦିନ ମଧ୍ୟରେ NTCA ଓ WII କର୍ତ୍ତୃପକ୍ଷ ସାତକୋଶିଆ ଗସ୍ତକରି ଅଞ୍ଚଳବାସୀଙ୍କ ସହ ଆଲୋଚନା ସହ ବ୍ୟାଘ୍ର ପ୍ରକଳ୍ପର ବିଭିନ୍ନ ଦିଗ ସମ୍ପର୍କରେ ପର୍ଯ୍ୟାଲୋଚନା କରିଛନ୍ତି। ଆସନ୍ତା ସପ୍ତାହରେ NTCA ପକ୍ଷରୁ ଏ ସମ୍ପର୍କିତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବ। ସେପଟେ ‘କାହ୍ନା’ରୁ ଆସିଥିବା ମହାବଳ ବାଘର ଶବବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତା’ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସାତକୋଶିଆ ଅଭୟାରଣ୍ୟ କର୍ତ୍ତୃପକ୍ଷ କହିଛନ୍ତି।
ସେହିଭଳି ବାଘୁଣୀ ‘ସୁନ୍ଦରୀ’ର ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଠିକ୍ ଥିବା ମିଳିତ ଟିମ୍ ସୂଚନା ଦେଇଛନ୍ତି।
from Odisha Reporter https://ift.tt/2qP9n9s
No comments:
Post a Comment