
ନୂଆଦିଲ୍ଲୀ:ବିଭିନ୍ନ ସମୟରେ ନିଜର ତୁଣ୍ଡ ପାଇଁ ଚର୍ଚ୍ଚାରେ ରହୁଥିବା ଯୋଗ ଗୁରୁ ବାବା ରାମଦେବ ଏବେ ପୁଣି ଏକ ବିବାଦୀୟ ବୟାନ୍ ଦେଇଛନ୍ତି। ଏଥର ସେ ଅବିବାହିତ ଯୁବକ ଏବଂ ଛୋଟ ପରିବାରକୁ ନେଇ ଏକ ଟିପ୍ପଣୀ ଦେଇଛନ୍ତି। ହରିଦ୍ୱାରରେ ଆୟୋଜିତ ଜ୍ଞାନ କୁମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇ ବାବା ରାମଦେବ କହିଛନ୍ତି, “ମୋଭଳି ବିବାହ ନ କରି ଅବିବାହିତ ରହିଥିବା ଯୁବକଙ୍କୁ ବିଶେଷ ସମ୍ମାନ ମିଳିବା ଦରକାର।”
ସେ କହିଛନ୍ତି, “ଦୁଇରୁ ଅଧିକ ସନ୍ତାନ ଜନ୍ମ ଦେଉଥିବା ଦମ୍ପତିଙ୍କୁ ଭୋଟ ଦେବା ଅଧିକାରରୁ ବଞ୍ଚିତ କରିବା ଉଚିତ୍। ବିବାହ ପରେ ଦୁଇଟି ସନ୍ତାନ ଜନ୍ମ ଦେବା ଭଲ। ଯେଉଁମାନେ ଏହି କଥା ଅମାନ୍ୟ କରି ୧୦ଟି ସନ୍ତାନ ଜନ୍ମ ନେଉଛନ୍ତି, ସେମାନଙ୍କ ମଧ୍ୟରୁ ଆମକୁ ଗୋଟିଏ ଦିଆଯାଉ ବୋଲି ରାମଦେବ ଥଟ୍ଟାରେ କହିଥିଲେ। ଜନସଂଖ୍ୟା ସମସ୍ୟା ଏକ ଜାତୀୟ ଏବଂ ରାଜନୈତିକ ସମସ୍ୟାରେ ପରିଣତ ହୋଇଛି ବୋଲି ସେ କହିଥିଲେ।
ଯେତେବେଳେ ଜନସଂଖ୍ୟା କମ୍ ଥିଲା ଭାରତରେ କୌଣସି ସମସ୍ୟା ନ ଥିଲା। ଭାରତୀୟ ପରମ୍ପରା ଏବଂ ବେଦରେ ୧୦ ଟି ସନ୍ତାନ ଜନ୍ମ ଦେବା କଥା କୁହାଯାଇଛି। ଆଜିର ସମୟରେ ଯେଉଁମାନଙ୍କର ଆବଶ୍ୟକତା ଅଛି, ସେହି ମାନେ କହିଁ ସନ୍ତାନ ଜନ୍ମ ଦେବା ଉଚିତ୍।
କେବଳ ଏତିକି ନୁହେଁ, ରାମ ମନ୍ଦିର ନିର୍ମାଣ କରିବା ନେଇ ରାମଦେବ କହିଛନ୍ତି, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ଉଚିତ୍। ଏହି ମନ୍ଦିର ପ୍ରତି ଲୋକମାନଙ୍କର ଆସ୍ଥା ଓ ବିଶ୍ୱାସ ରହିଛି। ଯଦି ସୁପ୍ରିମ୍କୋର୍ଟ ଏହି ମାମଲାରେ କୌଣସି ନିଷ୍ପତି ନେଇ ପାରୁନାହାନ୍ତି, ତେବେ ସଂସଦରେ ରାମ ମନ୍ଦିର ମାମଲାରେ ବିଲ୍ ଆସିବା ଉଚିତ୍।
from Odisha Reporter https://ift.tt/2F3gnty
No comments:
Post a Comment