ଟି୨୦: ଭାରତର ୫ୱିକେଟ୍‌ରେ ରୋମାଞ୍ଚକର ବିଜୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 4, 2018

ଟି୨୦: ଭାରତର ୫ୱିକେଟ୍‌ରେ ରୋମାଞ୍ଚକର ବିଜୟ

କୋଲକାତା: ପ୍ରସିଦ୍ଧ ଇଡେନ୍‌ ଗାର୍ଡେନ୍‌ରେ ଖେଳାଯାଇଥିବା ଭାରତ-ୱେଷ୍ଟଇଣ୍ଡିଜ୍‌ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତର ବିଜୟୀ ହୋଇଛି। ଟସ୍‌ ଜିତି ୱେଷ୍ଟଇଣ୍ଡିଜ୍‌କୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିବା ଭାରତୀୟ ଦଳ କୁଲଦୀପ୍‌ ଯାଦବଙ୍କ ଅନ୍ୟତମ ଶ୍ରେଷ୍ଠ ବୋଲିଂରେ ବିପକ୍ଷ ଦଳକୁ ମାତ୍ର ୧୦୯ ରନ୍‌ରେ ଅଟକାଇ ପାରିଥିଲା। ଭାରତ ପାଇଁ ଏହି ଲକ୍ଷ୍ୟ ଆରମ୍ଭରୁ ସହଜ ମନେ ହେଉଥିଲେ ମଧ୍ୟ ୧୭.୫ ଓଭର ଯାଏ କଥା ଯାଇଥିଲା ଏବଂ ଶେଷରେ ଏକ ରୋମାଞ୍ଚକର ବିଜୟ ସହିତ ଭାରତ ଏହି ସିରିଜ୍‌ରେ ୧-୦ରେ ଆଗୁଆ ହୋଇପାରିଛି।

ଭାରତ ପକ୍ଷରୁ ସର୍ବାଧିକ ୩୧ ରନ୍‌ କରିଥିବା ଦିନେଶ କାର୍ତ୍ତିକ ଆଜି ୱିକେଟ୍‌ ପଛରେ ମଧ୍ୟ ଚମତ୍କାରିତା ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ସେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବଦଳରେ ପାଇଥିବା ଏହି ସୁଯୋଗକୁ ସଦୁପଯୋଗ କରିପାରିଥିବା ମନେ ହେଉଥିଲା। ସେହଭଳି ଭାରତ ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ଆଜିର ପ୍ରଦାର୍ପଣ ମ୍ୟାଚ୍‌ ଖେଳିଥିବା କୃନାଲ୍‌ ପାଣ୍ଡ୍ୟା ଅପରାଜିତଭାବେ ୨୧ ରନ୍‌ କରିଛନ୍ତି ଯାହାକି ଭାରତ ପକ୍ଷରୁ ଦ୍ୱିତୀୟ ସର୍ବାଧିକ ଏବଂ ତାଙ୍କରି ବ୍ୟାଟ୍‌ ହିଁ ବିଜୟୀ ଶଟ୍‌ ଖେଳିଥିଲା। ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ବୋଲିଂରେ କାର୍ଲୋସ୍‌ ବ୍ରେଥ୍‌ୱେଟ୍‌ ଏବଂ ଓସେନ୍‌ ଟୋମାସ୍‌ ୨ଟି ଲେଖାଏ ୱିକେଟ୍‌ ବାଣ୍ଟି ନେଇଥିଲେ। ୧୧୦ ରନ୍‌ର ଟାର୍ଗେଟ ସହିତ ଇନିଂସ ଆରମ୍ଭ କରିଥିବା ଭାରତ ଟପ୍‌ ଅର୍ଡର ବ୍ୟାଟ୍‌ସମ୍ୟାନ୍‌ଙ୍କୁ ସଅଳ ହରାଇଥିଲା। ରୋହିତ ଶର୍ମା ୬ ରନ୍‌, ରିଷଭ୍ ପନ୍ତ ୧ ରନ୍‌ ଏବଂ କେଏଲ୍‌ ରାହୁଲ ମାତ୍ର ୧୬ ରନ୍‌ କରିପାରିଥିଲେ।

ୱେଷ୍ଟ ଇଣ୍ଡିଜ୍‌ ଇନିଂସ୍‌ରେ ୨୦ ଓଭର୍‌ରେ ୮ ୱିକେଟ୍‌ ହରାଇ ଟିମ୍‌ ଇଣ୍ଡିଆ ପାଇଁ ୧୧୦ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଇଣ୍ଡିଜ୍‌ ପକ୍ଷରୁ ପଦାର୍ପଣକାରୀ ଫ୍ୟାବିଆନ୍ ଆଲେନ୍‌ ସର୍ବାଧିକ ୨୭ ରନ୍‌ କରିଥିବାବେଳେ ଅନ୍ୟ ସମସ୍ତେ ବଡ଼ ଇନିଂସ୍‌ ଖେଳିବାରେ ବିଫଳ ହୋଇଥିଲେ। ଘରୋଇ ଦଳ ପକ୍ଷରୁ ବାମହାତୀ କୁଲଦୀପ ଯାଦବ୍‌ ୪ ଓଭର୍‌ରେ ମାତ୍ର ୧୩ ରନ୍‌ ଦେଇ ୩ଟି ୱିକେଟ୍ ନେବା ସହ ଇଣ୍ଡିଜ୍‌ ବ୍ୟାଟିଂର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ।

କୁଲ୍‌ଦୀପଙ୍କୁ ଭରପୁର ସହାୟତା ଦେଇଥିବା ଦୁଇ ପ୍ରଦାର୍ପଣକାରୀ ବାମହାତୀ ସ୍ପିନିଂ ଅଲ୍‌ରାଉଣ୍ଡର୍ କୃନାଲ୍ ପାଣ୍ଡ୍ୟା ଏବଂ ବାମହାତୀ ଦ୍ରୁତ ବୋଲର୍‌ ଖଲିଲ୍‌ ଅହମ୍ମଦ ଜଣକା ଗୋଟିଏ ଲେଖାଏ ୱିକେଟ୍‌ ନେଇଥିଲେ। ଖଲିଲ୍‌ ତାଙ୍କ ୪ ଓଭର ବୋଲିଂ କରି ମାତ୍ର ୧୬ ରନ୍ ବ୍ୟୟ କରିଥିବାବେଳେ କୃନାଲ୍‌ ସମାନ ସଂଖ୍ୟକ ଓଭର୍‌ରେ ୧୫ ରନ୍ ବ୍ୟୟ କରିଥିଲେ। ସେହିଭଳି ଯଶପ୍ରୀତ ବୁମ୍ରା ଓ ଉମେଶ ଯାଦବ ଜଣକା ଲେଖାଏ ୱିକେଟ୍ ଅକ୍ତିଆର୍ କରିଥିଲେ। ଉଚ୍ଚକୋଟୀର ବୋଲିଂ କରି କାରିବିଆନ୍‌ ଦଳକୁ ଧରାଶାୟୀ କରିଥିବା କୁଲ୍‌ଦୀପ୍‌ ଆଜି ମ୍ୟାଚ୍‌ର ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।



from Odisha Reporter https://ift.tt/2qvv91P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages