
କୋଲକାତା:ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କ ପ୍ରତିଷ୍ଠିତ ‘ବିଶ୍ୱ ଭାରତୀ’ ବିଶ୍ୱବିଦ୍ୟାଳୟରେ ‘ଲୁଙ୍ଗି ଡ୍ୟାନ୍ସ’କୁ ନେଇ କର୍ତ୍ତୃପକ୍ଷ କଡ଼ା ତାଗିଦ୍ କରିଥିବା ଜଣାଯାଇଛି। ରବୀନ୍ଦ୍ରନାଥଙ୍କ ପ୍ରତିଷ୍ଠିତ ଏହି ଅନୁଷ୍ଠାନର ନୀତି ନିୟମ ବାହାରେ କୌଣସି କାର୍ଯ୍ୟକ୍ରମ ଆୟୋଜିତ ହୋଇପାରିବ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଦିଆଯାଇଛି।
ଏହି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସଙ୍ଗୀତ ବିଭାଗରେ ସେପ୍ଟେମ୍ବର ୫ ତାରିଖ ଗୁରୁଦିବସରେ ଆୟୋଜିତ କାର୍ଯ୍ୟକ୍ରମରେ ‘ଲୁଙ୍ଗି ଡ୍ୟାନ୍ସ’ ଭିଡିଓ ଭାଇରାଲ ହେବାପରେ ଏପରି ନିଷ୍ପତ୍ତି ନିଆଯାଇଛି।
ଏନେଇ ଏକ ବିଜ୍ଞପ୍ତି ଜାରି କରି କୁହାଯାଇଛି, “ଏପରି ଘଟଣାର ପୁନରାବୃତ୍ତି ନଘଟିବାପାଇଁ ସମସ୍ତଙ୍କୁ ସୂଚାଇଦିଆଯାଉଛି ଯେ, କୌଣସି ବିଭାଗ ଏପରି କିଛି କାର୍ଯ୍ୟକ୍ରମ ଅୟୋଜନ କରିପାରିବେ ନାହିଁ ଯାହାଦ୍ୱାରା ବିଶ୍ୱବିଦ୍ୟାଳୟର ମର୍ଯ୍ୟାଦା ହାନି ହେଉଥିବ।”
ଅନ୍ୟପକ୍ଷରେ କିଛି ଶିକ୍ଷକ ଏବଂ ଛାତ୍ରଛାତ୍ରୀ ଯୁକ୍ତି ଦର୍ଶାଇଛନ୍ତି ଏହା ଆନୁଷ୍ଠାନିକ କାର୍ଯ୍ୟକ୍ରମ ହୋଇନଥିବାରୁ କାହାର ବ୍ୟକ୍ତିଗତ କାର୍ଯ୍ୟକ୍ରମ ଉପରେ ଲଗାମ ଲଗାଯିବା ଉଚିତ ନୁହେଁ।
from Odisha Reporter https://ift.tt/2BDstpo
No comments:
Post a Comment