ଶୀତଦିନେ ଘରେ କରନ୍ତୁ ବନ୍ଧାକୋବି ପରଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 27, 2018

ଶୀତଦିନେ ଘରେ କରନ୍ତୁ ବନ୍ଧାକୋବି ପରଟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ବନ୍ଧାକୋବିକୁ ନେଇ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଇ ପାରିବ। ଆଜି ଆମେ ବନ୍ଧାକୋବି ପରଟାର ପ୍ରସ୍ତୁତି ସମ୍ପର୍କରେ ଆପଣଙ୍କୁ କହିବୁ।

ଆବଶ୍ୟକ ସାମଗ୍ରୀ: ବନ୍ଧାକୋବି, ଅଦା,ରସୁଣ, କଞ୍ଚାଲଙ୍କା, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଅଟା ଓ ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ବନ୍ଧାକୋବିକୁ କାଟି ରଖନ୍ତୁ। ‌ଏବେ ଅଦା,ରସୁଣ ଓ କଞ୍ଚାଲଙ୍କାକୁ ଏକାଠି ବାଟି ସେଥିରେ ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡକୁ ମିଶାଇ ଏହାକୁ ବନ୍ଧାକୋବି ସହ ଗୋଳାଇ ଦିଅନ୍ତୁ।

ଏବେ ଏଥିରେ ଅଟା ପକାନ୍ତୁ। ଅଳ୍ପ ଅଳ୍ପ ପାଣି ଦେଇ ଏହି ଅଟା ମିଶ୍ରଣକୁ ଭଲ ଭାବେ ଚକଟନ୍ତୁ। ଅଟା ଚକଟି ସାରିବା ପରେ ନରମ ହେବା ପାଇଁ ଏହାକୁ ଏକ କପଡ଼ାରେ ଘୋଡ଼ାଇ କିଛି ସମୟ ରଖି ଦିଅନ୍ତୁ।

କିଛି ସମୟ ପରେ ଛୋଟ ଛୋଟ ଅଟା ଗୋଳା ତିଆରି କରି ପରଟା ବେଲନ୍ତୁ। ଏବେ ତାୱା ଗରମ କରି ପରଟା ସେକନ୍ତୁ।

ପରଟାର ଦୁଇ ପଟ ଭଲ ଭାବେ ସେକି ହୋଇଯିବା ପରେ ଏହା ଉପରେ ତେଲ କିମ୍ବା ଘିଅ ଦେଇ ଆହୁରି ସେକନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ବନ୍ଧାକୋବି ପରଟା। ଏହାକୁ ଗରମା ଗରମ ଦହି, ଚଟଣୀ କିମ୍ବା ଆଚାର ସହ ପରଷନ୍ତୁ।



from Odisha Reporter https://ift.tt/2AwiKPS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages