ଦୀପାବଳିରେ ଜଳିଥିବା ଦୀପର କଳାକୁ କାଜଲ୍‌ କରି ପିନ୍ଧାଯାଏ, ପଢ଼ନ୍ତୁ କାହିଁକି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 8, 2018

ଦୀପାବଳିରେ ଜଳିଥିବା ଦୀପର କଳାକୁ କାଜଲ୍‌ କରି ପିନ୍ଧାଯାଏ, ପଢ଼ନ୍ତୁ କାହିଁକି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଦୀପାବଳି ଶେଷ ହୋଇଯିବା ପରେ ଆଲୋକର ପର୍ବରେ ଜଳିଥିବା ଦୀପସବୁ ଏବେ ପ୍ରାୟ ଅଲୋଡ଼ା ହୋଇ ଯାଇଥିବ। ତେବେ ମନେ ରଖନ୍ତୁ, ଦୀପାବଳିରେ ମା’ ଲକ୍ଷ୍ମୀ ଓ ଶ୍ରୀଗଣେଶଙ୍କ ପୂଜାରେ ଜଳିଥିବା ଦୀପର କଳା ଘର ଓ ପରିବାର ପାଇଁ ସୁଖ ଓ ସମୃଦ୍ଧିର ପ୍ରତୀକ ବୋଲି ଶାସ୍ତ୍ରରେ କୁହାଯାଇଛି।

ପୌରାଣିକ ବିଶ୍ୱାସ ଅନୁସାରେ, ଦୀପାବଳି ପୂଜାରେ ଦୀପ ଜଳିସାରିବା ପରେ ଏଥିରେ ଯେଉଁ କଳା ଅଂଶ ରହିଯାଇ ଥାଏ , ସେହି କଳାକୁ ପରିବାରର ସଦସ୍ୟମାନଙ୍କୁ କଜ୍ଜ୍ଵଳ ଭାବେ ଲଗାଇବାକୁ ଦିଆଯାଇଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଦୀପାବଳିରେ ଜଳିଥିବା ଏହି ଦୀପର କଳା କଜ୍ଜ୍ଵଳ ଭାବେ ଲଗାଇବା ଦ୍ୱାରା ନକରାତ୍ମକ ଶକ୍ତି କୌଣସି କ୍ଷତି କରି ପାରନ୍ତି ନାହିଁ। ଏହାକୁ ଆଖିରେ ମଧ୍ୟ କାଜଲ୍‌ ରୂପେ ଲଗାଯାଏ।
ଏହା ମଧ୍ୟ ବିଶ୍ୱାସ ରହିଛି, ଏହି କଳା ଲଗାଇବା ଦ୍ୱାରା ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସିଥାଏ। ପରିବାର ସଦସ୍ୟଙ୍କ ଜୀବନରେ କୌଣସି ବାଧା ବିଘ୍ନ ଆସି ନ ଥାଏ। ଏହି କଳାର ପ୍ରଭାବରେ ଘରୁ ନକାରାତ୍ମକ ଶକ୍ତି ମଧ୍ୟ ଦୂରେଇ ଯାଇଥା’ନ୍ତି।  ଏଥିପାଇଁ ଏହି କଳାକୁ ଘରର ଚୁଲି, କବାଟ ଓ ଆଲମାରୀରେ ମଧ୍ୟ କଳା ଟୀକା ରୂପେ ଲଗାଯାଇଥାଏ।

ଜଳି ଯାଇଥିବା ଏହି କଳା ଲଗାଇବା ପଛରେ ଏକ ବୌଜ୍ଞାନିକ କାରଣ ମଧ୍ୟ ରହିଛି। ଦୀପାବଳି ସମୟରେ ବାଣରୁ ବାହାରିଥିବା ବିଷାକ୍ତ ଧୂଆଁ ଆଖିକୁ କ୍ଷତି ପହଞ୍ଚାଇଥାଏ ଅନେକ ସମୟରେ ଏହି ଧୂଆଁ ପାଇଁ ଲୋକଙ୍କ ଆଖି ଜଳିବା ସହ ନାଲି ମଧ୍ୟ ପଡିଥାଏ। ଧୂଆଁର ଖରାପ ପ୍ରଭାବରୁ ସୁରକ୍ଷା ଦେବା ପାଇଁ ରଖିବା ପାଇଁ ଆଖିରେ ଏହି କଳା ଲଗାଯାଏ।



from Odisha Reporter https://ift.tt/2F9hjN1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages