ପ୍ରଥମେ କେଉଁ ଦେଶରେ ପ୍ରଚଳନ ହୋଇଥିଲା I Love You ବାକ୍ୟ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 8, 2018

ପ୍ରଥମେ କେଉଁ ଦେଶରେ ପ୍ରଚଳନ ହୋଇଥିଲା I Love You ବାକ୍ୟ?

ଶୂନ୍ୟବାଣୀ

ଜଣେ ଲୋକ ରାସ୍ତାରେ ଚାଲି ଚାଲି ଯାଉଥିଲା। ଏହି ସମୟରେ ତାକୁ ଏକ ଶୂନ୍ୟବାଣୀ ଶୁଭିଲା- ରହି ଯା…

ଲୋକଟି ରହିଗଲା। ହଠାତ‌୍‍ କ’ଣ ହେଲାନା, ତା ସାମ୍ନା ଦେଇ ଏକ କାର‌୍‍ ଦ୍ରୁତ ବେଗରେ ଚାଲିଗଲା, ଯାହାକି ଆଉ ଟିକକରେ ତା ଉପରେ ଚଢ଼ି ଯାଇଥାନ୍ତା, ଯଦି ସେ ରହିଯାଇ ନଥାନ୍ତା। ଲୋକଟି ଶୂନ୍ୟବାଣୀ ଦେଉଥିବା ଲୋକଟି ପ୍ରତି ମନେମନେ ଧନ୍ୟବାଦ ଜଣେଇଲା ଓ ପୁଣି ଚାଲିବା ଆରମ୍ଭ କଲା। ଏମିତି ପୁଣି କିଛି ବାଟ ଯାଇଛି କି ନାହିଁ, ଆଉଥରେ ତାକୁ ପୁଣି ସେଇ ଶୂନ୍ୟବାଣୀ ଶୁଭିଲା- ରହି ଯା…

ଲୋକଟି ପୁଣି ରହିଗଲା। ହଠାତ‌୍‍ ଏଇ ସମୟରେ ତା ସାମ୍ନାରେ ଥିବା ଏକ ଗଛର ବଡ଼ ଡାଳଟିଏ ଭାଙ୍ଗି ପଡ଼ିଲା। ଯଦି ସିଏ ରହିଯାଇ ନଥାନ୍ତା, ତେବେ ଡାଳଟି ତା ଉପରେ ପଡ଼ିବା ନିଶ୍ଚିତ ଥିଲା। ସେ ମନେମନେ ଶୂନ୍ୟବାଣୀ ଦେଉଥିବା ଲୋକଟିକୁ ଆଉଥରେ ଧନ୍ୟବାଦ ଦେଲା ଓ ଚାରିଆଡ଼େ ଅନେଇ ତାକୁ ଖୋଜିଲା। ହେଲେ କାହାକୁ ଦେଖିପାରିଲା ନାହିଁ। ତ ସେ ବଡ଼ ପାଟିରେ କହିଲା- ଭାଇ, ଯଦି ସବୁବେଳେ ଶୂନ୍ୟବାଣୀ କରି ତମେ ମୋ ଜୀବନ ବଞ୍ଚୋଉଛ, ତେବେ ମୋ ବାହାଘର ବେଳେ କୁଆଡ଼େ ଯାଇଥିଲ ?

ଲୋକଟିର କଥା ସରିବା ପରେ ପରେ ପୁଣି ଶୂନ୍ୟବାଣୀ ହେଲା- ଆରେ ମୁଢ଼ ! ତୋ ବାହାଘର ବେଳେବି ମୁଁ ଶୂନବାଣୀ କରିଥିଲି। ଥରେ ନୁହେଁ ଅନେକଥର। ହେଲେ ତୁ ସିନା ଶୁଣିବା ଅବସ୍ଥାରେ ଥିଲେ। ବାହା ହେଉଥିଲୁ ବୋଲି ଏକାଥରେ ଚାରି ଚାରିଟା ଡିଜେ ବଜେଇବା କ’ଣ ଦରକାର ଥିଲା ?

‘ଆଇ ଲଭ‌୍‍ ୟୁ’

ସେଦିନ କ୍ଲାସ‌୍‍ ରେ ‘ପ୍ରେମ’ ସଂପର୍କରେ ପାଠ ପଢ଼ା ଯାଉଥିଲା। ପ୍ରେମ କେତେ ପ୍ରକାର, କେଉଁ ପ୍ରେମକୁ କ’ଣ କୁହାଯାଏ, ପ୍ରେମ କେମିତି କରାଯାଏ, କାହିଁକି କରାଯିବା ଦରକାର, ପ୍ରେମର ପ୍ରତିକ୍ରିୟା କେମିତି, ଏମିତି କେତେକେତେ ବିଷୟ ଉପରେ ସାର‌୍‍ ପାଠ ଆରମ୍ଭ କରିବା ପୂର୍ବରୁ ପିଲାଙ୍କ ଉଦ୍ଦେଶ୍ୟରେ ଏକ ପ୍ରଶ୍ନ ପଚାରିଲେ।

ସାର‌୍‍- ‘ଆଇ ଲଭ‌୍‍ ୟୁ’ ବାକ୍ୟଟି କେଉଁ ଦେଶରେ ପ୍ରଥମେ ପ୍ରଚଳନ ହୋଇଥିଲା, କିଏ ଜାଣିଛି ?

ଏହାର ଉତ୍ତର କେହି ଜାଣି ନଥିଲେ। ତେଣୁ କେହି ହାତ ଟେକିଲେନି। ବହୁତ ଭାବିଚିନ୍ତି ପଛ ଧାଡ଼ିରେ ବସିଥିବା ବଗୁଲିଆ ‘ବଗଲା’ ହାତ ଟେକିଲା।

ସାର‌୍‍ କହିଲେ- କିରେ ବଗଲା, ଉତ୍ତର ଯଦି ଜାଣିଛୁ ତେବେ ଠିଆ ହେଇକି କହୁନୁ।

ବଗଲା- ସାର‌୍‍ ‘ଆଇ ଲଭ‌୍‍ ୟୁ’ ବାକ୍ୟଟି ପ୍ରଥମେ ଚୀନ‌୍‍ ରେ ପ୍ରଚଳନ ହୋଇଥିଲା।

ସାର‌୍‍- (ଆଶ୍ଚର୍ଯ୍ୟ ହୋଇଛି) ଚୀନ‌୍‍ ରେ !! କେମିତି?

ବଗଲା- କାରଣ ଏହି ବାକ୍ୟଟିରେ ‘ଚାଇନା ମାଲ‌୍‍’ର ସବୁ ଗୁଣ ରହିଛି।

ସାର‌୍‍- ମାନେ?

ବଗଲା- ଏହି ବାକ୍ୟଟିର ନା କୌଣସି ଗ୍ୟାରେଣ୍ଟି ଅଛି ନା କୌଣସି ୱାରେଣ୍ଟି ଅଛି। ଠିକ‌୍‍ ଠାକ‌୍‍ ଚାଲିଥିବ ତ ଆପଣ ଚନ୍ଦ୍ରରେ ପହଞ୍ଚିଯିବେ, ନହେଲେ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ସେମିତି ଭକୁଆ ହେଇକି ଗାର୍ସ ହଷ୍ଟେଲ୍ ଆଗରେ ବସିଥିବେ।

ବଗଲାର ଏ ବ୍ୟାଖ୍ୟାନ ଶୁଣି ସାର୍‌ଙ୍କ ଚେତା ବୁଡ଼ିଗଲା।



from Odisha Reporter https://ift.tt/2qA3oFq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages