ଚନ୍ଦ୍ରବାବୁଙ୍କ ଠାରୁ ତାଙ୍କ ୩ ବର୍ଷର ନାତି ଛଅଗୁଣ ଅଧିକ ଧନୀ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 22, 2018

ଚନ୍ଦ୍ରବାବୁଙ୍କ ଠାରୁ ତାଙ୍କ ୩ ବର୍ଷର ନାତି ଛଅଗୁଣ ଅଧିକ ଧନୀ !

ଅମରାବତୀ: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଓ ତାଙ୍କ ୩ ବର୍ଷୀୟ ନାତିଙ୍କ ମଧ୍ୟରେ କିଏ ଅଧିକ ଧନୀ? ନାତି ଶିଶୁ ହୋଇଥିବା ବେଳେ ଚନ୍ଦ୍ରବାବୁ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ସେ ନିଶ୍ଚିତ ଅଧିକ ଧନୀ ହୋଇଥିବେ ବୋଲି ସମସ୍ତେ ନିଶ୍ଚୟ କହିବେ। ହେଲେ ଏଠି କଥାଟା ସଂପୂର୍ଣ୍ଣ ଓଲଟା – ଠିକ୍‌ ସେ ଚାଲି ଶିଖି ନଥିବା ତାଙ୍କ ୩ ବର୍ଷର ନାତି ଅଧିକ ଧନୀ।

ଚନ୍ଦ୍ରବାବୁଙ୍କ ନାଁରେ ମାତ୍ର ୨.୯୯ କୋଟିର ସମ୍ପତ୍ତି ଥିବା ବେଳେ ତାଙ୍କ ନାତି ନାରା ଦେବାଂଶଙ୍କ ନାଁରେ ୧୮.୭୧ କୋଟିର ସମ୍ପତ୍ତି ରହିଛି। ଏକଥା ନାଇଡୁଙ୍କ ପୁଅ ତଥା ରାଜ୍ୟର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ନାରା ଲୋକେଶ ଘୋଷଣା କରିଛନ୍ତି।

ତାଙ୍କ ସୂଚନା ଅନୁଯାୟୀ, ଗତବର୍ଷ ଲୋକେଶଙ୍କ ପାଖରେ ଗତବର୍ଷ ୧୫.୨୧ କୋଟି ଟଙ୍କାର ସମ୍ପତ୍ତି ଥିବା ବେଳେ ଏଥର ଏହା ୨୧.୪୦ କୋଟିରେ ପହଞ୍ଚିଛି। ତେବେ ନାଇଡୁଙ୍କ ସମ୍ପତ୍ତି ମୂଲ୍ୟ ଗତବର୍ଷ ତୁଳନାରେ ଏ ବର୍ଷ ମାତ୍ର ୪୬ ଲକ୍ଷ ବୃଦ୍ଧି ପାଇଛି। ସେହିପରି ତାଙ୍କ ଉପରେ ଋଣ ଭାର ଗତବର୍ଷ ୫.୬୪ କୋଟି ଥିବା ବେଳେ ଏବର୍ଷ ଏହା ୫.୩୧ କୋଟିକୁ ହ୍ରାସ ପାଇଛି।

ଗତବର୍ଷ ନାଇଡୁଙ୍କ ପରିବାରର ଜୁବଲି ହିଲ୍ସଠାରେ ଥିବା ବାସଭବନର ମୂଲ୍ୟ ୭.୭୫ କୋଟି ଥିବା ବେଳେ ଚଳିତ ବର୍ଷ ଏହା ୮.୯୬ କୋଟିରେ ପହଞ୍ଚିଛି।

ତେବେ ନାଇଡୁଙ୍କ ପତ୍ନୀ ଭୁବନେଶ୍ୱରୀ ପରିବାର ମଧ୍ୟରେ ସବୁଠାରୁ ଅଧିକ ଧନୀ। ଗତବର୍ଷ ତାଙ୍କ ସମ୍ପତ୍ତିର ମୂଲ୍ୟ ୨୫.୪୧ କୋଟି ଥିବା ବେଳେ ଚଳିତ ବର୍ଷ ଏହା ୩୧.୦୧ କୋଟିକୁ ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ ଲୋକେଶଙ୍କ ପତ୍ନୀ ବ୍ରହ୍ମାଣୀଙ୍କ ସମ୍ପତ୍ତି ଗତବର୍ଷ ତୁଳନାରେ ଅର୍ଦ୍ଧାଧିକ ହ୍ରାସ ପାଇଛି। ଗତବର୍ଷ ତାଙ୍କ ପାଖରେ ୧୫.୦୧ କୋଟିର ସମ୍ପତ୍ତି ଥିବା ବେଳେ ଏବର୍ଷ ଏହା ୭.୭୨ କୋଟିରେ ପହଞ୍ଚିଛି। କିନ୍ତୁ ତାଙ୍କ ପୁଅ ଦେବାଂଶଙ୍କ ସମ୍ପତ୍ତି ଗୋଟିଏ ବର୍ଷରେ ୭ କୋଟି ବୃଦ୍ଧି ପାଇଛି।

ଗତବର୍ଷ ଦେବାଂଶଙ୍କ ସମ୍ପତ୍ତିର ମୂଲ୍ୟ ୧୧.୫୪ କୋଟି ଥିବା ବେଳେ ଚଳିତ ବର୍ଷ ଏହା ୧୮.୭୧ କୋଟିରେ ପହଞ୍ଚିଛି।



from Odisha Reporter https://ift.tt/2R8H2Xz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages